Draupadi ଙ୍କ ସାଙ୍ଗ ରାଷ୍ଟ୍ରପତି ଭବନରେ କଲେ ଭୋଜନ, ବଖାଣିଲେ ଅନୁଭୂତି, କହିଲେ ‘ରାଷ୍ଟ୍ରପତି ଭବନ ନୁହେଁ ସତେ କି ଇନ୍ଦ୍ର ଭୁବନ, ମୁଁ ଯେତେବେଳେ ଭିତରକୁ ଗଲି…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆପଣ ମାନେ ସମସ୍ତେ ପ୍ରାୟ ଅବଗତ ଯେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ, ଦେଶର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି ତଥା ସର୍ବୋଚ୍ଚ ଆସନରେ ବସିଛନ୍ତି । ଏବଂ ତାଙ୍କର ଶପଥ ଗ୍ରହଣ ସମୟରେ ଦ୍ରୌପଦୀ ଙ୍କ ବନ୍ଧୁ ଯିଏକି ପିଲାଟିଦିନୁ ତାଙ୍କ ସହିତ ପାଠ ପଢିଛନ୍ତି ତଥା ତାଙ୍କର କଲେଜ ସମୟରେ ତାଙ୍କର ସିନିୟର ଥିବା ଦିଦି ଜଣେ ସେ ମଧ୍ୟ ଯାଇଥିଲେ, ତାଙ୍କର ଶପଥ ଗ୍ରହଣ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।

ତେବେ ଶପଥ ଗ୍ରହଣରେ ସାମିଲ ହୋଇ ଯେଉଁ ରାଷ୍ଟ୍ରପତି ଭବନ ବୁଲିଛନ୍ତି ତାଙ୍କର ଅନୁଭୂତି ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ପିଲାଟି ଦିନରୁ ତାଙ୍କ ସହିତ ଆମ୍ଭର ଭଲ ସମ୍ପର୍କ ଅଛି ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ସାଙ୍ଗ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା କଥା ଶୁଣି ବହୁତ ଖୁସି ଲାଗୁଛି । ଓଡିଆ ସାନ୍ତାଳ ଝିଅ ବର୍ତ୍ତମାନ ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି ଆମ୍ଭ ମାନଙ୍କୁ ବହୁତ ଖୁସି ଲାଗୁଛି ଆନନ୍ଦର ସୀମା ନ କହିଲେ ଚଳେ । ଆମ୍ଭେ ଦୌପଦୀ ମୁର୍ମୁ ଙ୍କ ପାଇଁ ଗର୍ବିତ ।

ତାଙ୍କ ସାଙ୍ଗ ଦାଙ୍ଗୀ ମୁର୍ମୁ କହିଛନ୍ତି ଯେ ୧୫ ତାରିଖରେ ଦ୍ରୌପଦୀ ମୁର୍ମୁ ଫୋନ କରିଲେ ରାତିରେ । କହିଲେ ଯେ ତୁମର ଶପଥ ଗ୍ରହଣ ସେରିମନି ରେ ଆସିବାକୁ ଇଛା ହଉଛି ? ସାଙ୍ଗ ଦାଙ୍ଗୀ ମୁର୍ମୁ କହିଥିଲେ ଯେ ଇଛା ହାଉଛି ମାନେ ମୁଁ ଗୋଡ ଟେକି ବସିଛି ଡାକିଲେ ଜିବି ବୋଲି । ଏହାପରେ ୨୪ ତାରିଖ ଆମ୍ଭେ ମାନେ ଏଠାରୁ ବାହାରିଲୁ ।

ଘର ତିଆରି ଆରିସା ପିଠା, ଆଚାର, ନିମିକି ନେଇ ଯାଇଥିଲେ ବନ୍ଧୁ । ସେଠାରେ ଅପେକ୍ଷା କରିଥିଲେ । ଏବଂ ରାତି ୧୦ ଟା ରେ ତାଙ୍କ ସହିତ ଭେଟ ହୋଇଥିଲା ଦ୍ରୌପଦୀ ମୁର୍ମୁଙ୍କର । ସେ ବହୁତ ଥକିଯାଇଥିଲେ ମଧ୍ୟ ଓଡିଶା ମାଟିରୁ ଯାଇଥିବା ନିଜ ବନ୍ଧୁ ନିମନ୍ତେ ଉଚିତ ସମୟ ଦେଲେ । ଏହାପର ଦିନ ରାଷ୍ଟ୍ରପତି ଭବନକୁ ଚାହିଁ ରହିଥିଲୁ । ଏବଂ ରାଜମହଲ କହିଲେ ରାଷ୍ଟ୍ରପତି ଭବନ ଅଟେ । ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁ ନିଜ ବନ୍ଧୁ ଙ୍କୁ ସନମାନ ପୂର୍ବକ ବସାଇ ଥିଲେ ଏବଂ ସେଠାରେ ମଧ୍ୟ ବ୍ରେକଫାଷ୍ଟର ଆୟୋଜନ ହୋଇଥିଲା ।

ଆମ୍ଭେ ରାଷ୍ଟ୍ରପତି ଭବନ ସଂପୂର୍ଣ୍ଣ ବୁଲି ଦେଖିଥିଲୁ । ରାଷ୍ଟ୍ରପତି ଭବନ ସତରେ ଇନ୍ଦ୍ରଭବନ ବୋଲି । ଜୀବନରେ କେବେ ଚିନ୍ତା କରିନଥିଲେ ଯେ ସେ ରାଷ୍ଟ୍ରପତି ଭବନ ଦେଖିବେ ବୋଲି । ତେବେ ଏହିଭଳି କିଛି କହିଛନ୍ତି ଦ୍ରୌପଦୀ ଙ୍କ ବନ୍ଧୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *