ଇଏ ବି ଜଣେ ମୁଖ୍ୟମନ୍ତ୍ରୀ, ସିଏ ବି ଜଣେ ମୁଖ୍ୟମନ୍ତ୍ରୀ, ହେଲେ କାହିଁକି ଏମାନଙ୍କ ମଧ୍ୟରେ ଆକାଶ-ପାତାଳ ଫରକ ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କେଉଁଠି ଶାସକ ଦଳର ବିଧାୟକ ମୁଖ୍ୟମନ୍ତ୍ରୀକୁ ଭେଟି ପାରୁନାହାଁନ୍ତି ତ ଆଉ କେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ଜନତା ଙ୍କ ମଧ୍ୟରେ । କେଉଁଠି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ସ୍ଵପ୍ନ ହୋଇଛି ତ ଆଉ କେଉଁଠି ବୃଦ୍ଧ ବୃଦ୍ଧାଙ୍କୁ କୁଣ୍ଡାଇ ପକାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ମଣିଷ ଏବଂ ତାଙ୍କୁ ଭୋଟ ଦେଉଥିବା ଭୋଟର ମଧ୍ୟ ଜଣେ ମଣିଷ । ପାର୍ଥକ୍ୟ ଏତିକି ଯେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି ତଥା ରାଜ୍ୟର ଶାସକ । ହେଲେ କାହାର ଶାସକ ? ଜନତାଙ୍କର ତ ?

ତେବେ ସେ ସାଧାରଣ ଜନତା ଙ୍କ ସହିତ ଦେଖା ସାକ୍ଷାତ ନ ହେଲେ କିଭଳି ବୁଝିବେ ଜନତାଙ୍କ କଥା ? ଓଡିଶାର ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି, ସେ ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ଭିଡ ମଧ୍ୟରେ ସମସ୍ତଙ୍କ କଥା ପଚାରି ବୁଝୁଥିଲେ ।

ସେତିକି ବେଳେ ତାଙ୍କର ନଜର ପଡିଲା ଜଣେ ମହିଳା ନିଜ ଶିଶୁକୁ ଧରି ସେଠାରେ ଛିଡା ହୋଇଛନ୍ତି । ଏହାପରେ ସେ ମହିଳା ଙ୍କ କୋଳରୁ କୁନି ପିଲାଟିକୁ ନିଜ କୋଳକୁ ନେଇ ଯାଇଥିଲେ । ଏହାପରେ ସେହି କୁନି ପିଲାଟି ମୁଖ୍ୟମନ୍ତ୍ରୀଙ୍କ ପକେଟରେ ଥିବା ପେନ କୁ ଖେଳଣା ଭାବି ଖେଳିବାକୁ ଲାଗିଲା । ଏବଂ ଏହିଭଳି ଲାଗିଲା ଫଳରେ ତାଙ୍କ ପକେଟରୁ ପେନଟି ଖସିପଡିଥିଲା । ଏହାପରେ ସେ ପେନଟିକୁ ଉଠାଇ ଉପହାର ସ୍ୱରୂପ କୁନି ପିଲାଟିକୁ ଦେଇଥିଲେ ।

ସାଧାରଣ ଜନତା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ଆତ୍ମହରା ହୋଇଯାଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ବୃଦ୍ଧ ବୃଦ୍ଧାଙ୍କୁ ଆଊଁସି ପକାଉଛନ୍ତି । ଏମାନେ କୋଟି କୋଟି ଟଙ୍କା ଚାହାଁନ୍ତି ନାହିଁ । ଏମାନଙ୍କ ଆବଶ୍ୟକତା ଅତି ଛୋଟ । ଆଉ ସେହି ଆବଶ୍ୟକତା ପୂରଣ ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଯଦି ପ୍ରତିଶ୍ରୁତି ଦିଅନ୍ତି ତେବେ ଆଶା ଭରସାରେ ପରିଣତ ହୁଏ । ମାତ୍ର ଏହି ଭାଗ୍ୟ ସବୁ ରାଜ୍ୟର ଜନତାଙ୍କ ପାଖରେ ନାହିଁ ।

କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଉଠବ ଠାକରେ ଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଦିନ ଦିନ ଧରି ଅପେକ୍ଷା କରିବା ପରେ ମଧ୍ୟ ଶିବସେନାର ବିଧାୟକ ମାନେ ତାଙ୍କୁ ଭେଟି ପାରୁନଥିଲେ । ସେପଟେ ଆମ୍ଭ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାନ ସଭା ମଧ୍ୟ ଯାଉ ନାହାଁନ୍ତି । ଓଡିଶାରେ ମଧ୍ୟ ଚର୍ଚ୍ଚା ହୁଏ ଯେ ଅନେକ ନିର୍ବାଚିତ ବିଧାୟକ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପଦୁଟିଏ ମଧ୍ୟ କଥା ହୋଇନାହାଁନ୍ତି । ଆଉ ସାଧାରଣ ଜନତାଙ୍କ କଥା ନ କହିଲେ ସରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *