ଗୋଟିଏ ଗାଈ, ଗୋଟିଏ ବଳଦ ଓ 16 ଯୋଡ଼ା ଲୁଗାର କାହାଣୀ, ଦ୍ରୌପଦୀଙ୍କ ବିବାହ ପାଇଁ ରହିଥିଲା ସର୍ତ୍ତ…ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଗୋଟିଏ ଗାଈ, ଗୋଟିଏ ବଳଦ ୧୬ ଯୋଡ଼ା ଲୁଗାର କାହାଣୀ ହୁଏତ ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ବନ୍ଧୁଗଣ ଏହା ସତ । ଆମେ ଆପଣ ମାନଙ୍କୁ ଆଉ କାହା ବିଷୟରେ ନୁହେଁ ଆମ ଦେଶର ତତ୍ କାଳୀନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ କହିବାକୁ ଯାଉଛୁ । ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ଗାଁରେ ମୁର୍ମୁଙ୍କ ଜନ୍ମ ହୋଇଥିଲା ।

ଦ୍ରୌପଦୀଙ୍କ ବାପାଙ୍କ ନାମ ଥିଲା ବିରଞ୍ଚି ନାରାୟଣ ଟୁଡୁ । ବିରଞ୍ଚି ପଞ୍ଚାୟତ ଶାସନ ବ୍ୟବସ୍ଥାର ମୁଖିଆ ଥିଲେ । ବନ୍ଧୁଗଣ ପିଲା ଦିନରୁ ଦ୍ରୌପଦୀଙ୍କୁ ଶିକ୍ଷା ଲାଭ କରିବା ପାଇଁ ବହୁତ ଇଚ୍ଛା ଥିଲା । ହେଲେ ଦ୍ରୌପଦୀଙ୍କ ଗାଁର ଅବସ୍ଥା ବହୁତ ଖରାପ ଥିଲା । ସ୍ଵାଧୀନତାର ୭୫ ବର୍ଷ ପରେ ବି ତାଙ୍କ ଗାଁରେ ବିଜୁଳି ନଥିଲା ତେଣୁ ଆପଣ ଏଥିରୁ ବୁଝି ପାରୁଥିବେ ଦ୍ରୌପଦୀ ନିଜ ଜୀବନରେ କେତେ କଷ୍ଟ ଓ ସଂଘର୍ଷ କରିଛନ୍ତି ।

ବନ୍ଧୁଗଣ ଶିକ୍ଷା ଲାଭ କରିବା ପାଇଁ ଦ୍ରୌପଦୀ ନଦୀ ନାଳରେ ପହଁରି ସ୍କୁଲ ଯାଉଥିଲେ । ଉପରବେଡା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପାଢୀଥିଲେ ଦ୍ରୌପଦୀ ଏହା ପରେ ସେ ଭୁବନେଶ୍ବର ୟୁନିଟ-2 ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ଏହା ପରେ ସେ ରାମାବେଦୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ହାସଲ କରିଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତି ଭିତରେ ଶିକ୍ଷା ଶେଷ କରିଥିଲେ ମୁର୍ମୁ ।

ଭୁବନେଶ୍ବରରେ ରମାଦେବୀ କଲେଜରେ ପାଠ ପଢିବାରେ ଦ୍ରୌପଦୀ ଥିଲେ ତାଙ୍କ ଗାଁର ପ୍ରଥମ ଝିଅ । କଲେଜ ପଢିବା ବେଳେ ଶ୍ୟାମ ଚରଣ ମୁର୍ମୁଙ୍କ ସହ ତାଙ୍କର ଭେଟ ହୋଇଥିଲା । ଉଭୟ ପ୍ରଥମେ ଉତ୍ତମ ବନ୍ଧୁ ପାଲଟି ଥିଲେ ଆଉ ପରେ ଏହି ବନ୍ଧୁତ୍ଵ ପ୍ରେମରେ ପାଲଟି ଯାଇଥିଲା । ଉଭୟ ଦ୍ରୌପଦୀ ଓ ଶ୍ୟାମ ପରସ୍ପରକୁ ବହୁତ ଅଧିକ ଭଲ ପାଇଥିଲେ । ଏହା ପରେ ଶ୍ୟାମ ଦ୍ରୌପଦୀଙ୍କ ସହ ବିବାହ କରିବାର ପ୍ରସ୍ତାବ ନେଇ ତାଙ୍କ ବାପଙ୍କ ନିକଟକୁ ଯାଇଥିଲେ ।

ହେଲେ ବନ୍ଧୁଗଣ ପ୍ରଥମେ ତ ଦ୍ରୌପଦୀଙ୍କ ବାପା ଏହି ବିବାହ କରିବାକୁ ମନା କରିଦେଇଥିଲେ । ଏହା ପରେ ଶ୍ୟାମ ତିନି ଦିନ ପର୍ଯ୍ୟନ୍ତ ଦ୍ରୌପଦୀଙ୍କ ଗାଁରେ ଡେରା ପକାଇଥିଲେ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଫିଲ୍ମର କାହାଣୀ ଭଳିଆ ଲାଗୁଥିବ ହେଲେ ଏହା ବାସ୍ତବ ଜୀବନରେ ଦ୍ରୌପଦୀଙ୍କ ସହ ଘଟିଛି ।

କିଛି ଦିନ ପରେ ଦ୍ରୌପଦୀଙ୍କ ବାପା ଏହି ବିବାହ ପାଇଁ ମାନି ଯାଇଥିଲେ । ଏହା ପରେ ଗୋଟିଏ ଗାଈ, ଗୋଟିଏ ବଳଦ ଓ ୧୬ ଯୋଡ଼ା କପଡା ଯୌତୁକ ହିସାବରେ ଦେଇ ବିବାହ ହୋଇଥିଲା ଦ୍ରୌପଦୀ ଓ ଶ୍ୟାମଙ୍କର । ହେଲେ ବନ୍ଧୁଗଣ ଆଜି ଏତେ ବଡ ମୂହୁର୍ତ୍ତରେ ଦ୍ରୌପଦୀଙ୍କ ସହ ତାଙ୍କ ସ୍ଵାମୀ ଆଉ ତାଙ୍କ ଦୁଇ ପୁଅ ନାହାନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *