ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ବି ନିଜ ବାଲ୍ୟବନ୍ଧୁଙ୍କୁ ଭୁଲି ନାହାଁନ୍ତି Draupadi Murmu, ଫୋନ କରି ସାଙ୍ଗକୁ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ।

ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ମଧ୍ୟ ନିଜ ବାଲ୍ୟ ବନ୍ଧୁ ସୁଚିତ୍ରା ସାମଲଙ୍କୁ ଫୋନ କରି କଥା ହେଇଛନ୍ତି । ରାଷ୍ଟ୍ରପତି ହେବା ପରେ ମଧ୍ୟ ଦ୍ରୌପଦୀ ନିଜ ବାଲ୍ୟ ବନ୍ଧୁଙ୍କୁ ଭୁଲି ନାହାନ୍ତି ଆଉ ଏହା ସୁଚିତ୍ରାଙ୍କ ପାଇଁ ସବୁ ଠାରୁ ବଡ ଖୁସିର କଥା ।

ତେବେ ସୁଚିତ୍ରା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ଦୁଇଜଣ କ୍ୟାପିଟାଲ ଗାର୍ଲ୍ସ ହାଇ ସ୍କୁଲ ୟୁନିଟ 2 ଭୁବନେଶ୍ବରରେ ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଢିଥିଲୁ । ଆଉ ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ଆମର କେମିତି ନିବିଡ ବନ୍ଧୁତା ହେଲା ତାହା ମୁଁ ଆପଣ ମାନଙ୍କୁ କହିବି ପାରିବି ନାହିଁ । ଆଉ ସେହି ବନ୍ଧୁତା ଆଜି ପର୍ଯ୍ୟନ୍ତ ଆମର ରହିଛି ।

ଆଜି ରମାଦେବୀ ୟୁନିଭର୍ସିଟିରେ ଗୋଟେ ଫଙ୍କସନ ଥିଲା ଆଉ ସେହି ଫଙ୍କସନକୁ ମୁଁ ଯାଇଥିଲି । ରୁମରେ ବସିବା ପରେ ପ୍ରାୟ 12 ଟା ବେଳକୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଫୋନ ମୋ ପାଖକୁ ଆସିଲା । ମୁଁ ନିଶ୍ଚିତ ଭାବରେ ସେହି ସଭା ଗୃହରୁ ବାହାରିଲି କାରଣ ମୋତେ ତ ଶୁଭିବନି ଏତେ ପାଟି ଭିତରେ । ମୁଁ ଦ୍ରୌପଦୀଙ୍କ ସହ କଥା ହେଲା ବେଳେ ମୋର ଆଉ ଖୁସିର ସୀମା ରହିଲା ନାହିଁ ।

କାରଣ ଗତ କାଲି ସେ ରାଷ୍ଟ୍ରପତି ହେଲେ ଆଉ ମାତ୍ର 24 ଘଣ୍ଟା ଭିତରେ ସେ ଫୋନ କରିଲେ । ଆମେ ତିନି ଚାରି ମିନିଟ କଥା ହେଲୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ଆଉ ଆମେ ବହୁତ ଖୁସି ହେଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁଚିତ୍ରା ନିଜ ଖୁସି ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *