Draupadi ଙ୍କ ଗାଁ ରେ 3 ଦିନ ଡେରା ପକାଇଥିଲେ ପ୍ରେମିକ ଓ ଶେଷରେ ରଖାଗଲା ଏମିତି ସର୍ତ୍ତ…ଜାଣନ୍ତୁ ରାଷ୍ଟ୍ରପତି Draupadi Murmu ଙ୍କ ରୋମାଞ୍ଚକର ପ୍ରେମ କାହାଣୀ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦ୍ରୌପଦୀଙ୍କ ଜନ୍ମ ଏଭଳି ଏକ ସ୍ଥାନରେ ହୋଇଥିଲା ଯାହାକି ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଜୁଳି ଆଲୋକରୁ ବଞ୍ଚିତ ରହିଆସିଥିଲା । ପର୍ବତ ପାହାଡ ଏବଂ ବଣ ଘେରା ମୟୁରଭଞ୍ଜର ରାୟରଙ୍ଗ ପୁରର ଗ୍ରାମ ବାଇଦାପୋଷୀ ର ଏକ ସାନ୍ତାଳି ପରିବାରରେ ୧୯୫୮ ଜୁନ ୨୦ ରେ ଦ୍ରୌପଦୀଙ୍କ ଜନ୍ମ । ତାଙ୍କ ପିତା ବିରାଞ୍ଚି ନାରାୟଣ ଟୁଡୁ ଏବଂ ଜେଜେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ । ସେତେବେଳେ ଏହି ଗ୍ରାମରେ ଶିକ୍ଷା ଏକ ସ୍ଵପ୍ନ ସାଦୃଶ୍ୟ ଥିଲା ।

ମାତ୍ର ସମସ୍ତ ସମସ୍ୟାର ସମୁଖୀନ ହୋଇ ମଧ୍ୟ ଦ୍ରୌପଦୀ ଆଜି ଶିକ୍ଷା ଗ୍ରହଣ କରି ସାମ୍ବିଧାନିକ ଭାର ସମ୍ଭାଳିବା ନିମନ୍ତେ ନିଯୋଜିତ ହୋଇଛନ୍ତି । ଉବରବେଡା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଶେଷ କରିବା ପରେ ଭୁବନେଶ୍ଵର ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକପାସ କରିଥିଲେ । ଏହାପରେ ରମାଦେବୀ ମହିଳା ମହା ବିଦ୍ୟାଳୟରେ କଳାରେ ସ୍ନାତକ ଶିକ୍ଷାଲାଭ କରିଥିଲେ ।

ମୁର୍ମୁ ଜଳସେଚନ ଓ ବିଦ୍ୟୁତ ବିଭାଗରେ ୧୯୭୯ ରୁ ୧୯୮୩ ପର୍ଯ୍ୟନ୍ତ କନିଷ୍ଠ ସହାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୯୭ ରେ ରାଜନୀତିରେ ପ୍ରବେଶ କରିଥିଲେ ମୁର୍ମୁ । ୨୦୦୦ ଏବଂ ୨୦୦୪ ରେ ରାଇରଙ୍ଗପୁରରୁ ଓଡିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜଣେମନ୍ତ୍ରୀ ଭାବରେ ସେ ପରିବହନ, ବାଣିଜ୍ୟ ପଶୁ ପାଳନ ଏବଂ ମତ୍ସ୍ୟ ପାଳନ ବିଭାଗର ଦାଇତ୍ଵ ନିଭାଇଥିଲେ ।

ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଥିଲେ । ତେବେ ଦ୍ରୌପଦୀ ମୁର୍ମୁ ଙ୍କ ଜୀବନରେ ମଧ୍ୟ ଆସିଥିଲା ପ୍ରେମ । କଲେଜ ପଢିବା ସମୟରେ ଶ୍ୟାମଚରଣ ମୁର୍ମୁ ଙ୍କ ସହିତ ତାଙ୍କର ଭେଟ ହୋଇଥିଲା । ଉଭୟ ଉତ୍ତମ ବନ୍ଧୁ ପାଲଟିଥିଲେ । ଏହାପରେ ଏହି ବନ୍ଧୁତ୍ଵ ପ୍ରେମର ରୂପ ନେଇଥିଲା । ବିବାହ ପ୍ରସ୍ତାବ ନେଇ ଶ୍ୟାମଚରଣ ଦ୍ରୌପଦୀ ଙ୍କ ଘରେ ପହଞ୍ଚି ଯାଇଥିଲେ ମାତ୍ର ଦ୍ରୌପଦୀଙ୍କ ପିତା ଏନେଇ ରାଜି ହୋଇନଥିଲେ ।

ଏହାପରେ ଶ୍ୟାମଚରଣ ଦ୍ରୌପଦୀ ଙ୍କ ଗ୍ରାମରେ ଡେରା ପକାଇଥିଲେ ଶେଷରେ ଦ୍ରୌପଦୀ ଙ୍କ ପିତା ଉଭୟଙ୍କ ବିବାହ ନିମନ୍ତେ ଅନୁମତି ଦେଇଥିଲେ । ୨୦୦୯ ଏବଂ ୨୦୧୩ ରେ ଦ୍ରୌପଦୀଙ୍କର ଦୁଇ ପୁତ୍ର ଙ୍କ ମୃ-ତ୍ୟୁ ଘଟିଥିଲା । ଏହାପରେ ୨୦୧୪ ରେ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁଙ୍କର ହୃଦଘାଟରେ ପରଲୋକ ଘଟିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *