“ଦ୍ରୌପଦୀ ମୁର୍ମୁ ଙ୍କୁ ମୁଁ ସର୍ବପ୍ରଥମେ ଫୁଲତୋଡା ଦେଇ ଶୁଭେଛା ଜଣାଇଥିଲି, ଯେତେବେଳେ ତାଙ୍କ ନାମ ଘୋଷଣା ହେଲା, ସେତେବେଳେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ସୁର ରାଉତରାୟ କହିଛନ୍ତି ଯେ ଭବିଷ୍ୟତ ର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ହେଉଛନ୍ତି ଆମ୍ଭ ଓଡିଆ ଝିଅ । ଏକାଠି ଏମଏଲଏ ଥିଲା ବେଳେ ସେ ମନ୍ତ୍ରୀ ଥିଲେ । ତାଙ୍କର ଅଭିଜ୍ଞତା ରହିଅଛି, ମହା ଭାଗ୍ୟବାନ ସେ । ଭାରତର ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କ ଫଟୋ ଚାରିଆଡେ ମରାହୋଇଛି ତାହାକୁ ଦେଖିଲେ ବହୁତ ଖୁସି ଲାଗୁଛି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ବାବୁ ଯେ କି ତାଙ୍କର ଧରମ ଭାଇ ହେବେ ସେ ବିଧାନ ସଭା କୁ 6 ଘଟିକା ସମୟରେ ଡ଼ାକିଥିଲେ ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଚା’ ପାର୍ଟି କରିବା ନିମନ୍ତେ ।

ନବୀନ ବାବୁ ବହୁତ ଉତ୍ସାହିତ ଅଛନ୍ତି । ମାତ୍ର ସେ କେବେ ତାଙ୍କୁ ରାକ୍ଷୀ ପିନ୍ଧାଇଥିଲେ ରାଷ୍ଟ୍ରପତି ହେବା ପରେ ତାଙ୍କର ଭାଇ ଭଉଣୀ ନିବିଡ ସମ୍ପର୍କ ଦେଖିବାକୁ ମିଳୁଛି । ସୁର ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ମଧ୍ୟ ରାଷ୍ଟ୍ରପତି ଙ୍କ ସହିତ ନିବିଡ ସମ୍ପର୍କ ରହିଅଛି । ସେ ଏମଏଲଏ ଥିବା ବେଳେ ସୁର ମଧ୍ୟ ଏମଏଲଏ ଥିଲେ ତଥା ମନ୍ତ୍ରୀ ଥିଲେ ଏବଂ ତାଙ୍କର ମଧ୍ୟ ଘନିଷ୍ଠତା ରହିଅଛି ।

ଭଦ୍ର ମହିଳା ଗୋଟିଏ ଗର୍ବ, ଓଡିଶା ର ଝିଅ ତଥା ଭାରତର ରାଷ୍ଟ୍ରପତି, ସେ ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହେଇ ଆସିଛନ୍ତି । ଏହା ଜାଣିବା ପରେ ବହୁତ ଆନନ୍ଦ ଲାଗୁଛି । ରମାଦେବୀ କଲେଜ ରେ ପାଠ ପଢିଛନ୍ତି ଭୁବନେଶ୍ଵର ସ୍କୁଲ ରେ ମଧ୍ୟ ପାଠ ପଢିଛନ୍ତି ଦ୍ରୌପଦୀ ମୁର୍ମୁ । ଓଡିଆ ଝିଅ ଆଜି ଓଡିଶା ସହିତ ଭାରତର ନାମ ଉଜ୍ଵଳ କରିଛନ୍ତି ଏହା ଶୁଣି ବହୁତ ଆନନ୍ଦ ଲାଗୁଛି ।

ଏହା ସହିତ ସୁର କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଯେଉଁଦିନ ଟିକେଟ ପାଇଲେ ତଥା ତାଙ୍କ ନାମ ଘୋଷଣା ହେଲା, ସେ ସେତେବେଳେ ଦିଲ୍ଲୀ ରେ ଥିଲେ । ତାଙ୍କୁ ପ୍ରଥମେ ଫୁଲତୋଡା ଦେଇ ସେ ଅଭିନନ୍ଦନ ଜଣାଇଥିଲେ । ସୁର ରାଉତରାୟ ଏହା ତାଙ୍କୁ କହିଥିଲେ ଯେ “ଭବିଷ୍ୟତ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ” ଏଭଳି କହି ତାଙ୍କୁ ଶୁଭେଛା ସହିତ ଫୁଲତୋଡା ଦେଇଥିଲେ ।

ଦୌପଦୀ ମୁର୍ମୁ ମଧ୍ୟ ହସି ଗ୍ରହଣ କରିଥିଲେ । ମାତ୍ର ଦେଖାହେଲେ ସେ ତାଙ୍କୁ ନିଶ୍ଚିତ ଭାବରେ କହିବେ ଯେ ସେ ତାଙ୍କୁ ଆଡଭାଣ୍ସ ଶୁଭେଛା ଜଣାଇଥିଲେ । ସୁର ବାବୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିମନ୍ତେ ବହୁତ ଆନନ୍ଦିତ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *