Exclusive: ଥର୍ ଗାଡି ଖୋଲିବ ଗୁମର, ଜଗବନ୍ଧୁଙ୍କ ଗାଡିକୁ ଯାଞ୍ଚ କରୁଛି ଇଡି, ସବୁ ଦିଗକୁ ତନତନ ଯାଞ୍ଚ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଗବନ୍ଧୁଙ୍କର ଯେଉଁ ଥର ଗାଡି ରହିଛି ତାହା ମଧ୍ୟରେ ଯାଞ୍ଚ ଚାଲିଛି । ପ୍ରକୃତରେ ଏହା ମଧ୍ୟରେ କିଛି ଡକୁମେଣ୍ଟ ରହିଛି କି ? ତେବେ ସବୁଦିଗକୁ ନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ସମୁଦାୟ କେତେ କ’ଣ ଲୁଚାଇ ରଖିଛନ୍ତି ତାହାକୁ ନେଇ ପୋଲିସ ବର୍ତ୍ତମାନ ଯାଞ୍ଚ କରିଛି । ସବୁ କାଗଜ ପାତ୍ର ଯାଞ୍ଚ କରାଯାଉଛି ଘରର ଯେଉଁ ଡକ୍ୟୁମେଣ୍ଟ ରହିଛି ଇଡି ର ଟିମ ବର୍ତ୍ତମାନ ସବୁ ଦିଗକୁ ନେଇ ଘନଘନ ଯାଞ୍ଚ କରୁଛି ।

ତାଙ୍କର କିଛି କାଗଜପତ୍ର ଖୋଜିବା ନିମନ୍ତେ ଚେଷ୍ଟା କରୁଛି ଟିମ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଯେଉଁଭଳି ଭାବରେ ତାଙ୍କର ବ୍ଲାକମେଲିଂର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ ତଥା ବଡ ବଡିଆ ରାଜନେତାଙ୍କୁ ଫସାଇ ହନିଟ୍ରାପ କରୁଥିଲେ । ତଥା ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ ।

ଯେତେବେଳେ ଏହି ସମ୍ବନ୍ଧରେ ଅଭିଯୋଗ ଆସିଛି ତେବେ ଇଡି ନିହାତି ଭାବରେ ତଦନ୍ତ ଆରମ୍ଭ କରିଛି ଏବଂ ପ୍ରାଥମିକ ପର୍ଯ୍ୟାୟରେ ସହଯୋଗୀ ମାନଙ୍କୁ ସ୍କାନର କୁ ଆଣିଛି । ଅର୍ଚ୍ଚନା ନାଗ ଙ୍କର ଯେଉଁ ପୈତୃକ ଘର ରହିଅଛି, ଏକ କାଳୀନ 6 ରୁ 7 ଜାଗାରେ ରେଡ ଚାଲିଛି । ଘର ଭିତରୁ କିଛି ଡକ୍ୟୁମେଣ୍ଟ କୁ ସଂଗ୍ରହ କରାଯାଇଥିଲା । ସତ୍ୟବିହାର ସ୍ଥିତ ଘରେ ହିଁ ବଡବଡିଆ ଙ୍କ ଗାଡି ଲାଗେ ଆଉ ଏହିଠାରେ ହିଁ ତାଙ୍କୁ ବ୍ଲାକମେଲିଂ କରି ଫସାନ୍ତି ।

ତେବେ ନିଶ୍ଚିତ ଭାବରେ ଇଡିର ଟିମ 3 ରୁ 4 ଜଣଙ୍କୁ ନୋଟିସ କରିଛି ଯେଉଁଥିରେ ଖଗେଶ୍ଵର ରହିଛନ୍ତି, ସମ୍ପୃକ୍ତ ଯୁବତୀ ରହିଛନ୍ତି ଯେ କି ଅର୍ଚ୍ଚନା ନାଗ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଯେତେବେଳେ ଖଣ୍ଡଗିରୀ ଥାନା ରେ ଯେଉଁ ଆଧାରରେ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ କୁ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ସ୍କାନର କୁ ଅଣାଯିବ ତଥା ତଦନ୍ତ କରାଯିବ ।

ଏବଂ ସବୁଠାରୁ ବଡ କଥା ହେଉଛି ଯେ ଇଡି ର ଟିମ ବର୍ତ୍ତମାନ ସବୁ ଦିଗକୁ ନେଇ ଜୋରସୋର ରେ ଯାଞ୍ଚ କରୁଛି । ଅର୍ଚ୍ଚନା ଙ୍କ ଯେଉଁ ବେଆଇନ ସମ୍ପତ୍ତି ରହିଛି ଯେ କିଭଳି ଖୁବ କମ ସମୟରେ କୋଟିପତି ବନିଗଲେ ଲେଡି ବ୍ଲାକ ମେଲର, ସେ ଦିଗକୁ ନେଇ ଜାଣିବାକୁ ଚାହୁଁଛି ଇଡି ଏବଂ ସବୁ ଦିଗକୁ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଏକ କାଳୀନ 6 ରୁ 7 ଟି ଜାଗାରେ ରେଡ କରୁଛି ଇଡି ର ସ୍ଵତନ୍ତ୍ର ଟିମ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *