ଧରା ପଡିଲା ବିରଳ ଯୋଡାମୁଣ୍ଡ ଅହିରାଜ ସାପ, ଦେଖନ୍ତୁ କେମିତି ଏକା ସହିତ ଖାଇଦେଲା 2 ଟି ମୂଷା, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଗୋଟିଏ ନୁହେଁ ଯୋଡ଼ା ମୁଣ୍ଡ । ଦେଖିଲେ ଲାଗୁଛି ଭୟଙ୍କର । କିନ୍ତୁ ଏହା ପରେ ବି ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଅହିରାଜ ସାପ ଟି । ଫଟୋସପ ନୁହେଁ ସମ୍ପୂର୍ଣ୍ଣ ରିଅଲ ଉଦ୍ଧାର ହୋଇଛି ବିରଳ ପ୍ରଜାତି ର ଅହିରାଜ ସାପ । ଦୁଇ ମୁଣ୍ଡିଆ ଏହି ଅହିରାଜ ସାପ କୁ ଡେରାଡୁନ ରୁ ଉଦ୍ଧାର କରାଯାଇଛି ଏବଂ ଏହାକୁ ଡେରାଡୁନ ର ଚିଡିଆଖାନା ରେ ବର୍ତ୍ତମାନ ରଖା ଯାଇଛି । ତେବେ ଏହାକୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ, ତାଙ୍କ ୧୫ ବର୍ଷ ର ଜୀବନ କାଳ ମଧ୍ୟରେ ଅନେକ ସର୍ପ କୁ ସେ ଉଦ୍ଧାର କରିଛନ୍ତି ।

କିନ୍ତୁ ଏଭଳି ବିରଳ ସାପ ପ୍ରଥମ ଥର ପାଇଁ ସେ ଦେଖିଛନ୍ତି । ଉତ୍ତରାଖଣ୍ଡ ର ବନ ବିଭାଗ ମଧ୍ୟ ଏହି ସାପ ଟି କୁ ଚିଡିଆଖାନା ରେ ଅତି ଯତ୍ନ ର ସହିତ ରଖିଛନ୍ତି ଏବଂ ଏହି ସାପ ଟି ମୁଷା ମାନଙ୍କୁ ଖାଇବାରେ ଲାଗିଛି । ଉତ୍ତରାଖଣ୍ଡ ର ଫରେଷ୍ଟ ଅଫିସିଆଲ ମଧ୍ୟ କହିଛନ୍ତି ଯେ, ଏହି ସାପ ଟି ବହୁତ ହିଁ ବିରଳ ଅଟେ ଏବଂ ଏହା ଫରେଷ୍ଟ ଡିଭିଜନ ର ଅଧିକାରୀ ମାନେ ମଧ୍ୟ ଏହି ସାପ ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।

ଆଦିଲ ମିର୍ଜା, ଯିଏ ଏହି ସାପ କୁ ଉଦ୍ଧାର କରିଛନ୍ତି ସେ କହିଛନ୍ତି ଯେ ତାଙ୍କୁ ଏକ ଖବର ମିଳିଥିଲା ବିକାଶ ନଗର ଏରିଆ ରେ ଜଣେ ବ୍ୟକ୍ତି ଙ୍କ ଠାରୁ । ଏହାପରେ ସେ ଯେତେବେଳେ ସାପ ଟି କୁ ଦେଖିଥିଲେ ସେତେବେଳେ ବିଶ୍ୱାସ କରିପାରି ନଥିଲେ, ସାପଟି ର ଦୁଇଟି ମୁଣ୍ଡ ଥିଲା । ଏହି ସାପ ର କୌଣସି ଫଟୋସପ କରାଯାଇ ନାହିଁ । ଏହି ସାପ ଟି ର ଫଟୋ ସେ ନିଜେ ଉଠାଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କର ଦୀର୍ଘ ଜୀବନ ମଧ୍ୟରେ ସେ ଏଭଳି ସାପ କେବେବି ଦେଖି ନଥିଲେ ।

ତେବେ ଏହି କିଙ୍ଗ କୋବ୍ରା ବା ଅହିରାଜ ସାପ ଟି ଦେଢ଼ ଫୁଟ ଲମ୍ବା ଅଟେ ଏବଂ ଏହାର ଦୁଇଟି ମୁଣ୍ଡ ରହିଛି । ଏହି ସାପ ଟି ର ଆୟୁ ଦୁଇ ସପ୍ତାହ ହେବ ବୋଲି ସେ କହିଛନ୍ତି । ଏହା ସହିତ ଡିଏଫଓ ଏବଂ ଅନ୍ୟାନ୍ୟ ବ୍ୟକ୍ତି ମାନେ ମଧ୍ୟ ଡେରାଡୁନ ର ଚିଡିଆଖାନା ରେ ଏହି କିଙ୍ଗ କୋବ୍ରା ଉପରେ ନଜର ରଖିଛନ୍ତି । ଏହା ସହିତ ଏହି ସାପ ଉପରେ ଅଧିକ ଗବେଷଣା କରିବା ପାଇଁ ମଧ୍ୟ ଯୋଜନା ଚାଲିଛି । ତେବେ ପ୍ରକୃତି ର ନିୟମ ସତରେ କିଛି ଭିନ୍ନ ଏବଂ ଚମତ୍କୃତ ଅଟେ ।

ଭାରତର ବିଭିନ୍ନ ଗାଁ ଗହଳି ଅନ୍ୟାନ୍ୟ ସ୍ଥାନରେ ସାପ ତ ଦେଖିବାକୁ ମିଳିଥାଏ କିନ୍ତୁ ଦୁଇ ମୁଣ୍ଡିଆ ଏହି ଅହିରାଜ ସାପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଯାହାକି ଅନେକ କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଏହା ମଧ୍ୟ କୁହାଯାଇଛି ଯେ,୧୯୩୬ ମସିହାରେ ଉତ୍ତରପ୍ରଦେଶରେ କିଛି ସ୍ଥାନରେ ଏଭଳି ସାପ ଦେଖିବାକୁ ମିଳିଥିଲା ଏବଂ ଏହା ବୋଧହୁଏ ତାଙ୍କ ହିସାବ ରେ ଶେଷ ସାପ ଥିଲା । ତେବେ ଏହି ସାପ ପ୍ରକୃତ ରେ ଆଗରୁ ଥିଲେ ଅଥବା କିଭଳି ବିବର୍ତିତ ହୋଇ ଜନ୍ମ ନେଇଛନ୍ତି ତାହା ମଧ୍ୟ ଏକ ଗବେଷଣା ର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *