ବନ୍ଧୁ ହେବ ତ ଏମିତି ! ବର୍ଷେ ତଳେ ପୁରୀ ବଡ଼ଦାଣ୍ଡରେ ପଗାଳ ହେଇ ଭିକ ମାଗୁଥିଲେ ଏହି ବ୍ୟକ୍ତି, ବନ୍ଧୁମାନେ ମିଶି ଦେଲେ ଏକ ନୂଆ ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁରୀ ବଡ଼ ଦାଣ୍ଡ ର ଏହି ଚିତ୍ର ଦେଖି ମନେ ପଡୁଛି ତ ଏହି ଚେହେରା ? ଏହି ବ୍ୟକ୍ତି ଜଣକ ହେଉଛନ୍ତି ସିଏ ଯିଏ ଗତ ବର୍ଷ ବଡ଼ ଦାଣ୍ଡ ରେ ଭିକ ମାଗୁ ଥିବା ସମୟ ରେ ଉଦ୍ଧାର ହୋଇଥିଲେ ଏବଂ ବର୍ତ୍ତମାନ ପାଇଛନ୍ତି ନୂତନ ଜୀବନ । ଉଚ୍ଚ ଶିକ୍ଷିତ ବ୍ୟକ୍ତି ଶ୍ରୀଜିତ ପାଢ଼ୀ । ଘର ହେଉଛି ପୁରୀ ସହରରେ । ମା-ନ-ସି-କ ଭାରସାମ୍ୟ ହରାଇ ପୁରୀ ବଡ଼ ଦାଣ୍ଡ ରେ ଭିକ ମାଗୁଥିଲେ । ଏହି ଫଟୋ ରେ ଯାହା ଆପଣ ଦେଖୁଛନ୍ତି ତାହା ହେଉଛି ସେହି ସମୟ ର ଚିତ୍ର ।

ତେବେ ଏହି ବିଷୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଶ୍ରୀଜିତ ଙ୍କୁ ସହଯୋଗ ର ହାତ ବଢାଇଥିଲେ ତାଙ୍କର ଏହି ବନ୍ଧୁ ମାନେ । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ର ମା-ନ-ସି-କ ରୋଗର ପ୍ରତିଷ୍ଠାନ ରେ ଭର୍ତ୍ତି କରିଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ତାଙ୍କୁ ପୁରୀ ଜିଲ୍ଲାରେ ନୀଳାଚଳ ସେବା ପ୍ରତିଷ୍ଠାନ ରେ ଥଇଥାନ କରାଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଜଣେ ଭଲ ଘରର ପିଲା ଥିଲେ ଶ୍ରୀଜିତ । ଭଲ ପାଠ ମଧ୍ୟ ପଢୁଥିଲେ । କିନ୍ତୁ ଓଏସ୍ ପରୀକ୍ଷା ରେ ବିଫଳ ହେବାରୁ ମା-ନ-ସି-କ ଭାରସାମ୍ୟ ହରାଇ ବସାଇ ଥିଲେ । ଏହା ପରେ ଅସ୍ତବ୍ୟସ୍ତ ହୋଇପଡିଥିଲା ତାଙ୍କର ବ୍ୟକ୍ତିଗତ ଜୀବନ । ବନ୍ଧୁଗଣ ଆଜିକାଲି ର ସ୍ୱାର୍ଥବାଦୀ ଦୁନିଆ ରେ ଭଲ ବନ୍ଧୁ କେତୋଟି ପାଇବା ସତରେ ବଡ଼ କଷ୍ଟକର । ସେହି ଦୃଷ୍ଟି ରୁ ଦେଖିଲେ ନୂଆ ଜୀବନ ପାଇଥିବା ଶ୍ରୀଜିତ ଖୁବ ଭାଗ୍ୟବାନ ।

କାରଣ ସେ ଏହି ମାନଙ୍କ ଭଳି କିଛି ଭଲ ବନ୍ଧୁ ପାଇଛନ୍ତି । ଯେଉଁମାନେ ନଥିଲେ ହୁଏତ ତାଙ୍କ ଜୀବନ ରେ ଏତେ ବଡ଼ ମୋଡ଼ ଆସି ନଥାନ୍ତା । ଏହି ଖବର ସମ୍ବନ୍ଧରେ ଯିଏ ଜାଣିବାକୁ ପାଉଛି ସେମାନଙ୍କ ମୁହଁ ରୁ ଆପେଆପେ ବାହାରି ଆସୁଛି ସାଙ୍ଗ ହେବ ତ ଏମିତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କେବଳ ବନ୍ଧୁତା ଦିବସ ପାଳନ କରିବା ଦ୍ୱାରା ବନ୍ଧୁତା ର ପରିଚୟ ମିଳି ନଥାଏ ।

ଯଦି ଆପଣ ସତରେ ନିଜ ବନ୍ଧୁ କୁ ଭଲ ପାଆନ୍ତି ଏବଂ ତାଙ୍କ ସହିତ ଆଜୀବନ ନିଜର ବନ୍ଧୁତା ରଖିବାକୁ ଚାହାନ୍ତି ତେବେ ତାଙ୍କ ଅସୁବିଧା ସମୟ ରେ ସାହାଯ୍ୟ ର ହାତ ବଢ଼ାଇବା ଦ୍ଵାରା ଏବଂ ତାଙ୍କ ପାଇଁ କିଛି କରିବା ଦ୍ୱାରା ହିଁ ଆପଣଙ୍କ ବନ୍ଧୁତା ର ଅସଲ ପରିଚୟ ପ୍ରାପ୍ତ ହେବ । ସେହିପରି ନିଜ ବନ୍ଧୁତା ର ପରିଚୟ ଦେଇଛନ୍ତି ଶ୍ରୀଜିତ ଙ୍କ ଏହି ବନ୍ଧୁ ମାନେ । ସେମାନଙ୍କ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା ହୁଏତ କମ ପଡ଼ିବ ।

Leave a Reply

Your email address will not be published. Required fields are marked *