‘ଡବଲ ବେଡରୁମ କହି ଡାକ୍ତର ବାବୁ ତପସ୍ଵିନୀକୁ ଠକିଛନ୍ତି, ସେ ସବୁବେଳେ…’ Sumit ଙ୍କ ବିରୁଦ୍ଧରେ Tapaswini ଙ୍କ ଓକିଲ ଯାହା କହିଲେ ନା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ଅନ୍ୟ ପକ୍ଷରେ ଏହି ମାମଲା ପ୍ରତି ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ତପସ୍ଵିନୀ ଓ ସୁମିତ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି ।


ଅନେକ ଥର କୋର୍ଟ ଶୁଣାଣି ହେବା ପରେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ମିଳି ନାହିଁ । ଆଜି ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାର ଜିଲ୍ଲା କୋର୍ଟ ଶୁଣାଣି ଥିଲା । ତେବେ ବନ୍ଧୁଗଣ କୋର୍ଟ ଶୁଣାଣି ପରେ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଶୁଣାଣି ଉପରେ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତପସ୍ଵିନୀଙ୍କ ଓକିଲ କହିଛନ୍ତି-‘ଆଜି ଆମର ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଓ କଟକହାଇ କୋର୍ଟର ଓକିଲଙ୍କ ମଧ୍ୟରେ ଦେଢ ଘଣ୍ଟା ପର୍ଯ୍ୟନ୍ତ ଜବାବ ସବାଲ ହେଲା । ଦେଢ ଘଣ୍ଟା ପରେ ମାନ୍ୟବର ଜିଲ୍ଲା ଜଜ୍ ଉଭୟ ପକ୍ଷଙ୍କ ଜବାବ ସବାଲ ଶୁଣି ଆସନ୍ତା ୪ ତାରିଖକୁ ଶୁଣାଣି ଡେଟ ରଖିଛନ୍ତି । ଆଜି ମୁ ଶୁଣିବାକୁ ପାଇଲି ଆସ୍କା ଆଇଆଇସି କ୍ଲିୟରଲି ଲେଖିଛନ୍ତି ସେ ଦୁଇଜଣ ଅତି ସୁନ୍ଦର ଭାବରେ କାଳାତିପାତ କରୁଥିଲେ’ ।

ଆଗକୁ ଓକିଲ କହିଛନ୍ତି-‘ଏହା ସହିତ ପ୍ରୋଟେକ୍ସନ ଅଫିସର ମଧ୍ୟ ଏହା ହିଁ କହିଥିଲେ । ଗୋଟେ ସିଙ୍ଗଲ ବେଡରୁମ ପାଇଁ ତପସ୍ଵିନୀ ରାଜି ହେଉଥିଲେ ହେଲେ ଡାକ୍ତର ବାବୁ ଡବଲ ବେଡରୁମ କହି ସେଦିନ ଠାରୁ ଠକୁ ଛନ୍ତି ଆଜ୍ଞା । ବର୍ତ୍ତମାନ ମୋର ସଂପୂର୍ଣ୍ଣ ଆଶା ଅଛି ମାନ୍ୟବର ଜିଲ୍ଲା କୋର୍ଟ ଉପରେ ଯେ, ଯେଉଁ ଉଭୟ ରିପୋର୍ଟକୁ ତଳ କୋର୍ଟ ଅଣଦେଖା କରିଛନ୍ତି ସେ ଉଭୟ ରିପୋର୍ଟକୁ ଗୁରୁତ୍ଵ ଦେଇ ତପସ୍ଵିନୀଙ୍କୁ ଘରେ ରହିବାର ରାୟ ଦେବେ’ ।

ଆଗକୁ ଓକିଲ କହିଛନ୍ତି-‘ଆମର ତଳ କୋର୍ଟରେ ଆବେଦନ କରିଥିଲୁ ତପସ୍ଵିନୀ ନିଜ ଶାଶୁ ଘରେ ରହିବେ ଓ ତାଙ୍କର ସମସ୍ତ ଦାୟିତ୍ଵ ସୁମିତ ନେବେ ହେଲେ ଏହି ଆବେଦନକୁ ତଳ କୋର୍ଟ ଅଣଦେଖା କରିଥିଲେ । ହେଲେ ଜିଲ୍ଲା କୋର୍ଟ ଏହି ରିପୋର୍ଟ ପଢିଛନ୍ତି ଓ ଆଶା ଅଛି ସେ ନିଶ୍ଚୟ ତପସ୍ଵିନୀଙ୍କୁ ଘରେ ରଖିବାର ରାୟ ଦେବେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *