ଜିଲ୍ଲା ଦୌରା ଜଜଙ୍କ ଶୁଣାଣି ପରେ ନିଜ ପ୍ରତିକ୍ରିୟା ରଖିଲେ Tapaswini ଙ୍କ ଓକିଲ, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲାର ଆଗାମୀ ଶୁଣାଣୀ ଆଉ କିଛି ସମୟ ପରେ ହେବାକୁ ଯାଉଛି ତେବେ ଏହି ମାମଲାକୁ ନେଇ ପ୍ରତ୍ୟକ ସମୟରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଗୋଟେ ମାସର ଧାରଣା ପରେ ତପସ୍ଵିନୀ ଦାଣ୍ଡରୁ ବାରଣ୍ଡାକୁ ଯାଇଛନ୍ତି । ବର୍ତ୍ତମାନ ତପସ୍ଵିନୀଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳୁଛି । ଏହି ମାମଲାଟି ବର୍ତ୍ତମାନ ବ୍ୟକ୍ତିଗତ ହୋଇଯାଇଛି ଉଭୟ ତପସ୍ଵିନୀ ଓ ସୁମିତ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ତପସ୍ଵିନୀ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ ସେହି ଭିଡିଓରେ ସେ କାନ୍ଦି କାନ୍ଦି ନିଜର ଭୁଲ ମାଗିଥିଲେ ଓ ସୁମିତଙ୍କୁ ନିବେଦନ କରିଥିଲେ । ଏହା ପରେ ସୁମିତଙ୍କର ଗୋଟେ ପ୍ରତିକ୍ରିୟା ଲୋକ ମାନଙ୍କ ସାମ୍ନାରେ ଆସିଥିଲା । ସୁମିତ ଏକ ଅଡିଓ କଲ୍ ରେ କହିଥିଲେ ଯେ, ତପସ୍ଵିନୀ ବହୁତ ବଡ ଭୁଲ କରିଛନ୍ତି ଓ ତାର କ୍ଷମା ନାହିଁ ।

ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ଅନ୍ୟ ପକ୍ଷରେ ଏହି ମାମଲା ପ୍ରତି ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ଅନେକ ଥର କୋର୍ଟ ଶୁଣାଣି ହେବା ପରେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ମିଳି ନାହିଁ । ଆଜି ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାର ଜିଲ୍ଲା କୋର୍ଟ ଶୁଣାଣି ଥିଲା । ତେବେ ବନ୍ଧୁଗଣ କୋର୍ଟ ଶୁଣାଣି ପରେ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଶୁଣାଣି ଉପରେ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତପସ୍ଵିନୀଙ୍କ ଓକିଲ କୋର୍ଟ ଶୁଣାଣି ପରେ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ତପସ୍ଵିନୀ କେଉଁଠି ରହିବେ କେଉଁ ଜାଗାରେ କୋର୍ଟ କିଛି କହି ନାହାନ୍ତି । ତଳ କୋର୍ଟ ଚାରି ଚାରିଟା ଅର୍ଡର କଲେ ଗୋଟେ ଅର୍ଡରରେ ଯାହା ରହିକି ଆସିଲେ ତା ପରବର୍ତ୍ତୀ ଅବସ୍ଥାରେ ଗୋଟେ ଝିଅ ତାର ଅବସ୍ଥା କଣ ସେ ଚାଲିବ କେମିତି ।

ଆପଣ ମାନେ ଗଣମାଧ୍ୟମ ସେ ଜାଗାକୁ ଯାଇଛନ୍ତି ଦେଖି ବି ଛନ୍ତି କେଉଁ ଅବସ୍ଥାରେ ତପସ୍ଵିନୀ ଅଛନ୍ତି । ହେଲେ ନିଶ୍ଚିତ ଉପରେ ଧର୍ମର ଜୟ ହେବ । ଭାରତ ବର୍ଷର ନ୍ୟାୟ ପାଳିକା ଉପରେ ତାଙ୍କର ପୂର୍ଣ୍ଣ ବିଶ୍ଵାସ ଅଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *