Vasha ଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡ଼ି ସାଂସଦ Anubhav Mohanty, କହିଲେ ‘ବରଷାଙ୍କ ପାଖରେ ଅଛି ପ୍ରବଳ ଜାଲ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବ ମହାନ୍ତି ଓ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତେବେ ଅନୁଭବଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ଅନୁଭବ ମହାନ୍ତି । ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ବିଜେଡି ସାଂସଦ ମଧ୍ୟ ଅଟନ୍ତି ।

ତେବେ ବନ୍ଧୁଗଣ ଅନୁଭବ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ କରିବାର କିଛି ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲେ । ଆଜିକୁ ଏହି ଦୁଇଜଣଙ୍କ ପାରିବାରିକ କଳହକୁ ବହୁତ ବର୍ଷ ହୋଇଗଲାଣି ହେଲେ କୌଣସି ସମାଧାନ ବାହାରି ନାହିଁ ।

ତେବେ ଆଜି ଅନୁଭବ ମହାନ୍ତି ହାଇ କୋର୍ଟ ଯାଇଥିଲେ ଓ ହାଇ କୋର୍ଟରୁ ବାହାରିବା ପରେ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ ଏକ ବଡ ଖୁଲାସା କରିଥିଲେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅନୁଭବ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୁ ଗତ କିଛି ତଳେ ଜାଣିବାକୁ ପାଇଲି କି ମ୍ୟାଡମ ବର୍ଷା ପ୍ରିୟଦର୍ଶନୀ ନିଜର ଅନେକ ଜାଲ୍ ଆଇଡେନ୍ଟି ତଥା ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି । ଅନେକ ଜାଲ୍ ଡକ୍ୟୁମେଣ୍ଟ ତାଙ୍କ ପାଖରେ ଅଛି’ ।

ଆଗକୁ ଅନୁଭବ କହିଛନ୍ତି-‘ଭାରତର ଜଣେ ସମ୍ମାନୀୟ ବ୍ୟକ୍ତି ହୋଇଥିବାରୁ ଓ ପାର୍ଲାମେଣ୍ଟର ମେମ୍ବର ହୋଇଥିବାରୁ ମୁ କାହାର ପ୍ରାଇଭେସୀ ଚେକ୍ କରି ନାହିଁ ତ ମୁ ଯେତିକି ସୂଚନା ପାଇଲି ତାକୁ ନେଇ କୋର୍ଟରେ ଦେଇଛି । ଏହା ସହିତ ମୁ ଲୋକସଭା ସେକ୍ରେଟେରିଏଟଙ୍କୁ ବି ମୁ ଏ କଥା ଜଣାଇଛି । ଯାହା ଠିକ ଥିବ ସେମାନେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଓ ଏବେ ତଦନ୍ତ ଚାଲିଛି’ ।

ଆଗକୁ ଅନୁଭବ କହିଛନ୍ତି-‘ମୁ ଭାବୁଛି ସତ କଣ ସାମ୍ନାକୁ ଆସିବ । ତେବେ ବର୍ଷା ମ୍ୟାଡମଙ୍କୁ କାହା ଦ୍ଵାରା ପ୍ରତିକ୍ରିୟା ନଦେଇ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି କହିବା ଦରକାର ଯିଏ ମୁ ଯେଉଁ ଆଲିଗେସନ ତାଙ୍କ ଉପରେ ଲଗାଇଛି ତାହା ଠିକ ନା ନାହିଁ । ମୁ ବାସ ଏତିକି କହିବି ଏଭଳିଆ ଫର୍ଜରି କାମ କେହି ବି କରନ୍ତୁ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁଭବ ବର୍ଷାଙ୍କ ବିରୋଧରେ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *