ଦୋହଲିଗଲା ଆପାର୍ଟମେଣ୍ଟ୍ ଥରିଗଲେ ଲୋକ, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ !

ନମସ୍କାର ବନ୍ଧୁଗଣ ତେବେ ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ୍‌ ରାଜଧାନୀ କିବ୍‌କୁ ଦଖଲ କରିବାପାଇଁ ରୁଷ୍‌ ଉଦ୍ୟମ ଆରମ୍ଭ କରିଛି । ବିସ୍ଫୋରଣରେ ଥରହର ହେଉଛି କିବ୍‌ । ଘନଘନ ରକେଟ୍‌ ମାଡ଼ ସାଙ୍ଗକୁ ବିମାନ ଓ ଟ୍ୟାଙ୍କ୍‌ରୁ ତୁହାକୁ ତୁହା ଆକ୍ରମଣ । ପୂରା ସହରକୁ ଛାରଖାର କରିଚାଲିଛି । ତେବେ କେନ୍ଦ୍ରୀୟ କିଭ୍ ନଗରୀର ଦକ୍ଷିଣପଶ୍ଚିମରେ ଥିବା ଅଞ୍ଚଳରେ ୨ଟ କ୍ଷେପଣାସ୍ତ୍ର ପଡ଼ିଥିବା କଥା ସୂଚନା ମିଳିଛି ।

ତେବେ ସେଥିରୁ ଗୋଟିଏ କ୍ଷେପଣାସ୍ତ୍ର ଝୁଲିୟାନି ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ପଡ଼ିଛି । ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କ୍ଷେପଣାସ୍ତ୍ରଗୁଡ଼ିକ ସେଭାସ୍ତୋପୋଲ୍‌ ଛକ ନିକଟ ଅଞ୍ଚଳରେ ପଡ଼ିଛି । କିନ୍ତୁ କିଭ୍‌ ନଗରୀ ସରକାର କହିଛନ୍ତି କି ଗୋଟିଏ କ୍ଷେପଣାସ୍ତ୍ର ଆବାସିକ ଅଟ୍ଟାଳିକା ଉପରେ ପଡ଼ିଛି । ତେବେ ରୁଷର ଆକ୍ରମଣ ପରେ ଏବେ ୟୁକ୍ରେନର ସ୍ଥିତି ଆଫଗାନିସ୍ତାନ ସହିତ ମିଶିଯାଇଛି ।

ଲୋକମାନେ ନିଜ ଜୀବନ ରକ୍ଷା ପାଇଁ ସହରକୁ ସହର ଘୂରିବୁଲୁଛନ୍ତି । ଅନ୍ୟାନ୍ୟ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ଭାବରେ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏପରି ସ୍ଥଳେ ଏକ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । ତେବେ ଜଣେ ୟୁକ୍ରେନୀ ସୈନିକ, ରୁଷର ସେନାକୁ ରୋକିବାକୁ ଯାଇ ନିଜକୁ ବିସ୍ଫ-ଓରଅଣରେ ଉଡାଇ ଦେଇଛନ୍ତି । ସେ ଦେଶ ପାଇଁ ନିଜ ଜୀବନକୁ ହାରି ଦେଇଛନ୍ତି ।

ତେବେ ଏ ସଂକ୍ରାନ୍ତରେ ମେୟର୍‌ ଡିମିତ୍ରୋ କୁଲେବା ଟୁଇଟ୍‌ କରି ଲେଖିଛନ୍ତି: ଆମର ଚମକପ୍ରଦ, ଶାନ୍ତିପ୍ରଦ ସହର କିଏଭ୍‌ ରୁଷୀୟ ସ୍ଥଳସେନା ଆକ୍ରମଣ ଓ କ୍ଷେପଣାସ୍ତ୍ର ମାଡ଼ ସହି ଆଉ ଗୋଟାଏ ରାତି କଟାଇଛି । କ୍ଷେପଣାସ୍ତ୍ରରୁ ଗୋଟିଏ କିଏଭ୍‌ର ଆବାସିକ ଆପାର୍ଟମେଣ୍ଟ୍‌ରେ ମାଡ଼ ହୋଇଛି । ମୁଁ ବିଶ୍ବବାସୀଙ୍କୁ କହୁଛି: ରୁଷ୍‌କୁ ସମ୍ପୂର୍ଣ୍ଣ ଏକଘରିଆ କରନ୍ତୁ ତା’ର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରନ୍ତୁ ତା’ର ତୈଳ ନିଷେଧ କରନ୍ତୁ ତା’ର ଅର୍ଥନୀତିକୁ ନଷ୍ଟ କରି ଦିଅନ୍ତୁ ।


ରୁଷୀୟ ଯୁଦ୍ଧ ଅପରଧୀମାନଙ୍କୁ ଅଟକାନ୍ତୁ । କିନ୍ତୁ ଏଥି ଯୋଗୁଁ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ତେବେ ସେପଟେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ନାଟୋ ମିତ୍ରରାଷ୍ଟ୍ରମାନେ ଜାରି କରିଥିବା କଟକଣା ଯୋଗୁଁ ରୁଷ୍‌ ଫ୍ରେଞ୍ଚ୍‌ ଗିଆନାରୁ କ୍ଷେପଣାସ୍ତ୍ର ନିକ୍ଷେପ ବାତିଲ କରିଛି । ଟୁଇଟର୍‌ରେ ଗୋଟାଏ ନୂଆ ଭିଡିଓ ଜାରି କରି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି କହିଛନ୍ତି ଆତ୍ମ ସମର୍ପଣ ପାଇଁ ମୁଁ ସେନାକୁ କହିଛି ଏବଂ ମୋତେ ଦେଶରୁ ସ୍ଥାନାନ୍ତର କରାଯିବ ବୋଲି ନେଟ୍‌ୱାର୍କରେ ଗୁଜବ ଉଠିଛି ।

କିନ୍ତୁ ମୁଁ ଏଇଠି ଅଛି । ଆମେ ଅସ୍ତ୍ରତ୍ୟାଗ କରିବୁ ନାହିଁ । ଦେଶ ପାଇଁ ଲଢ଼ିବୁ । ଏହାଛଡ଼ା ଫ୍ରାନ୍‌ସ୍‌ ଆମକୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଇବ ବୋଲି ମଧ୍ୟ ସେ ଟୁଇଟ୍‌ କରି କହିଛନ୍ତି । ତେବେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ତା’ର ସୈନିକମାନେ ୟୁକ୍ରେନ୍‌ର ଦକ୍ଷିଣପୂର୍ବ ଜାପୋରିଝଝିଆ ଅଞ୍ଚଳରେ ଥିବା ମେଲିଟୋପୋଲ୍‌ ସହରକୁ ଅଧକାର କରିନେଇଛନ୍ତି ।ୟୁକ୍ରେନ୍‌ ରେ ଥିବା ସାମରିକ ଘାଟି ଉପରେ ରାତିସାରା ଆକ୍ରମଣ ପାଇଁ ରୁଷ୍‌ ବିମାନ ଓ ଜାହାଜରୁ କ୍ରୁଜ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *