ଛାତିଥରା ଦୃଶ୍ୟ ! ଛାରଖାର ହୋଇ ଗଲାଣି ରାଜଧାନୀ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭୟଙ୍କର ହୋଇଛି ୟୁକ୍ରେନ୍-ରୁଷିଆ ଲଢ଼େଇ । ଆଜି ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ ରାଜଧାନୀ କିଭକୁ ଚାରିପଟରୁ ଘେରି ରହିଛନ୍ତି ରୁଷ୍ ସୈନ୍ୟ । ଘମାଘୋଟ ଲଢ଼େଇ ଚାଲିଛି । କିଭ୍ ଦଖଲ ପାଇଁ ଏୟାରଷ୍ଟ୍ରାଇକ୍ କରିଛି ରୁଷିଆ । କିଭ୍ ଦଖଲ ଦିଗରେ ଆଗକୁ ଅଗ୍ରସର ହେଉଛି । ସେପଟେ କିଭକୁ ବଞ୍ଚାଇବା ପାଇଁ ରୁଷିଆ ସହ ଲଢ଼େଇ ଜାରି କରିଛନ୍ତି ୟୁକ୍ରେନ୍ ସୈନ୍ୟ ।

କିଭରେ ସକାଳରୁ ରାତି ଯାଏ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଉଛନ୍ତି ଲୋକ । ଗୁଳିଗୋଳା ଓ ବିସ୍ଫୋରଣର ଭୟଙ୍କର ଓ ଛାତିଥରା ଶବ୍ଦ ଶୁଣିବାକୁ ମିଳୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଫାଇଟର୍ ପ୍ଲେନ୍ । ଲୋକମାନେ ଘରେ ଭୟରେ ଦିନ କାଟୁଛନ୍ତି । ରାସ୍ତାଘାଟ ଶୂନଶାନ । ତେବେ ବହୁ ଲୋକ ଘର ଛାଡି ସୁରକ୍ଷିତ ସ୍ଥାନରେ ଆତ୍ମଗୋପନ କରିଛନ୍ତି । ବଙ୍କର ତଳେ ତିନି ଦିନ ହେଲାଣି ଅଛନ୍ତି ୟୁକ୍ରେନ୍ ବାସିନ୍ଦା ।

ୟୁକ୍ରେନ୍ ଦାବି କରିଛି ରୁଷର ମିଲିଟାରୀ ପ୍ଲେନକୁ ଖସାଇ ଦିଆଯାଇଛି । ହଜାରେରୁ ଅଧିକ ରୁଷ୍ ସୈନ୍ୟଙ୍କୁ ମାରି ସାରିଲେଣି ୟୁକ୍ରେନ୍ ସୈନ୍ୟ । ଯୁଦ୍ଧ ଘନଘଟା ଭିତରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନର ବହୁ ରାଜ୍ୟରେ ଆକ୍ରମଣ କରୁଛି ରୁଷ୍ । ଆମେ କିଭକୁ କିନ୍ତୁ ହରାଇପାରିବା ନାହିଁ । ଆଜି ରାତିରେ କିଭରେ ଝଡ଼ ସୃଷ୍ଟି କରିପାରେ ରୁଷ୍ ସେନା । ଆଜି ରାତି ଆମ ପାଇଁ ସବୁଠୁ କଷ୍ଟଦାୟକ ହୋଇପାରେ ବୋଲି ଜେଲେନସ୍କି କହିଛନ୍ତି ।

ତେବେ ଏବେ କିଭ୍‌ ଠାରୁ ଅତି କମ ଦୂରରେ ରହିଛି ଋଷ ସେନା । ଏତିକି ବେଳେ ୟୁକ୍ରେନ ସେନାଙ୍କ ସହ ୱାର ଜୋନରେ ଦେଖାଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମାୟର । ଜେଲେନସ୍କିଙ୍କ ସେନା ପୋଷାକରେ ସେ ସ୍ୟୈନିକଙ୍କ ସହ ଦେଖାଦେଇଛନ୍ତି । ଋଷ ସୈନିକ ଧୀରେ ଧିରେ ରାଜଧାନୀ କିଭ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୟୁକ୍ରେନ ସୈନିକଙ୍କ ମନୋବଳ ବୃଦ୍ଧି କରିବା ଲାଗି ସେ ୱାର ଜୋନରେ ପ୍ରବେଶ କରିଥିବା ନେଇ ଚର୍ଚ୍ଚା ହେଉଛି ।

ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି । ତେବେ ଏହା ସହ ରୁଷିୟ ସୈନିକଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି ବୋଲି ଦାବି କରୁଛି ୟୁକ୍ରେନ । ସେପଟେ ଋଷ ସେନା ୟୁକ୍ରେନର ରାଜଧାନୀ କିଭ୍ ଅଭିମୂଖା ହେଉଥିବା ବେଳେ ସହର ଚାରିଆଡୁ ୟୁକ୍ରେନ ସେନା ଘେରି ରହିଛି ।

ଋଷର ବାୟୁସେନା ଦ୍ୱାରା ମିଜାଏଲ ମାଡ଼ ହେଉଥିବା ବେଳେ ସ୍ଥଳ ସେନା ଧୀରେ ଧୀରେ କିଭି ଅବିମୂଖା ହେଉଛି । ପ୍ରବଳ ରକେଟ ମାଡ଼ ସହ ବୋମା ବିସ୍ଫୋରଣରେ ସହର ଥରୁଛି । ନିଜ ଦେଶ ଉପରେ ଏମିତି ଆକ୍ରମଣକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଭାବବିହ୍ୱଳ ହୋଇ କହିଛନ୍ତି, ଯୁଦ୍ଧ ବେଳେ ପୂରା ବିଶ୍ୱ ଆମକୁ ଏକା କରିଦେଲା । ହେଲେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ସ୍ପଷ୍ଟ କରି ଦେଇଛନ୍ତି ।

ଅସ୍ତ୍ର ଛାଡ଼ିବେ ନାହିଁ ଆଉ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ ବୋଲି କହିଛନ୍ତି । ତେବେ ଏପଟେ ୟୁକ୍ରେନ୍‌କୁ ଯୁଦ୍ଧସାମଗ୍ରୀ ଯୋଗାଇ ଦେବାକୁ ରାଜି ହୋଇଛି ଫ୍ରାନ୍ସ । ଏନେଇ ୟୁକ୍ରେନ୍ ବିଦେଶମନ୍ତ୍ରୀ ସୂଚନା ଦେଇଛନ୍ତି । ବିଦେଶମନ୍ତ୍ରୀ ଡମାଇଟ୍ରୋ କୁଲେବା କହିଛନ୍ତି ଫ୍ରାନ୍ସ ବିଦେଶମନ୍ତ୍ରୀଙ୍କ ସହିତ ଏସମ୍ପର୍କରେ ଆଲୋଚନା ହୋଇଛି । ଫ୍ରାନ୍ସ ଏସ୍‌ଡବ୍ଲୁଆଇ ଏଫ୍‌ଟିରେ ଋଷିଆକୁ ବ୍ୟାନ୍ କରି ସହଯୋଗ କରିଛି । ତୁରନ୍ତ ଋଷିଆ ବିରୋଧରେ ତୃତୀୟ ପର୍ଯ୍ୟାୟ ପ୍ରତିବନ୍ଧକ ଲଗାଇବା ପାଇଁ ଇୟୁକୁ ମୁଁ ଅନୁରୋଧ କରିଛି । ୟୁକ୍ରେନ୍‌ ପ୍ରତିରକ୍ଷା ବିଭାଗକୁ ସହଯୋଗ କରିବା ପାଇଁ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *