ଦୋହଲିଲାଣି ନବୀନ ଗଡ଼ ! ଏବେ କଣ କରିବେ CM Naveen Patnaik

ନମସ୍କାର ବନ୍ଧୁଗଣ ତେବେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳି କାଟୁରେ ବଢ଼ୁଛି କି ବିରୋଧୀ ଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳ କୁ ଦେଖିଲେ କିଛି ଏମିତି ଜଣା ପଡୁଛି । ୨୧ ୱାର୍ଡ ବିଶିଷ୍ଟ ଏହି ପୌର ପାଳିକା ବିଜେଡି ଦଖଲ କୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ମଧ୍ୟରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରି ନାହିଁ ବିଜେଡି । ତେବେ ୪ ଟି ୱାର୍ଡ ରେ ଦଳ କୁ ଅକଳ ରେ ପକାଇ ବିଜୟ ହୋଇଛନ୍ତି ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ।


ଆଉ ଗୋଟିଏ ଲେଖା ୱାର୍ଡ ଯାଇଛି ବିଜେପି ଓ କଂଗ୍ରେସ ର ଖାତା କୁ । ସେହି ପରି ବିଜେପି ପ୍ରାର୍ଥୀ ସନ୍ତୋଷ ପ୍ରାଣିଗ୍ରାହୀ କୁ ମାତ୍ର ୧୬୫୪ ଖଣ୍ଡ ଭୋଟ ବ୍ୟବଧାନ ରେ ହରାଇ ଚେୟାରମ୍ୟାନ ହୋଇଛନ୍ତି ବିଜେଡ଼ି ର ଶୁଭାସ ପଲାଇ । ତେବେ ଏହା ବିଜେଡି ପାଇଁ ଏକ ଅପମାନ ବୋଲି ମଧ୍ୟ କୁହା ଯାଉଛି । ଗଞ୍ଜାମ ଜିଲ୍ଲାରେ ଅନେକ ପୌର ପରିଷଦ ରେ ମଧ୍ୟ ବିଜେଡି କୁ ପରାଜୟ ହେବାକୁ ପଡିଛି ।

ଜିଲ୍ଲା ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ଅଧୀନ ରେ ଥିଲେ ବି ଛତ୍ରପୁର ଆସନ ଅନ୍ତର୍ଗତ ତିନୋଟି ଯାକ ଏନଏସି କୁ ହରାଇ ଯିବାକୁ ପଡିଛି ଦଳକୁ । ତେବେ ଛତ୍ରପୁର ଏବଂ ରମ୍ଭା ଏନଏସି କୁ କବଜା କରିଛି ବିଜେପି । ତେବେ ଗଞ୍ଜମ ଏନଏସି ରେ ୧୨ ଟି ୱାର୍ଡ ରୁ ୧୦ ଟି ୱାର୍ଡ ଉପରେ ରାଜ୍ କରୁଛି ବିଜେଡି । ତେବେ ଏନଏସି ଜିତଲେ ମଧ୍ୟ ଚେୟାର ମ୍ୟାନ ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ ।

ତେବେ ବର୍ତ୍ତମାନ ବିଧାୟକ ଶୁଭାଷ ବେହେରା ଏବଂ ପୂର୍ବତନ ବିଧାୟକ ପ୍ରିୟନଶୁ ପ୍ରଧାନ ଭିତରେ ଥିବା ତିକ୍ତତା ଏବଂ ଝଗଡା ଏହାର କାରଣ । ତେବେ ସେହିପରି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଗଡ଼ ଦିଗ ପହଣ୍ଡି ରେ ଏନଏଏସ ପଦ ଯାଇଛି କଂଗ୍ରେସ ର ପ୍ରଫୁଲ ପଣ୍ଡା ଙ୍କ ପାଖରେ । ତେବେ ଏଥିରେ ମଙ୍ଗ ଧଟିଥିଲେ ସୂର୍ଯ୍ୟ ନାରାୟଣ ଙ୍କ ପୁଅ ବିପ୍ଳବ ପାତ୍ର ।


ତେବେ ସେହିପରି ବିଧାୟକ ଲତିକା ପ୍ରଧାନ ଙ୍କ କବି ସୂର୍ଯ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନଏଏସ୍ ପଦ ଯାଇଛି ବିଜେପି ହାତକୁ । ତେବେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମ ପୁର ଅଧ୍ୟକ୍ଷ ଜିତିଛନ୍ତି ଜଣେ ସ୍ୱାଧୀନ ପ୍ରାଠୀ । ତେବେ ଏହା ଉପରେ ଗୁରୁତ୍ୱ ପୂର୍ଣ୍ଣ ମଧ୍ୟ ଦିଆଯାଉଛି । ତେବେ ଆପଣଙ୍କୁ କଣ ଲାଗୁଛି ନିଜର ମତଦାନ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *