ତେଲ ଦର ପଚାରିବାରୁ ହଠାତ ରାଗିଗଲେ Baba Ramdev, ସାମ୍ବାଦିକଙ୍କୁ କହିଲେ କିଛି ଏମିତି…ଭାଇରାଲ ହେଉଛି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମଦେବ ବାବାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଗତ କିଛି ସମୟ ହେବ ରାମଦେବ ବାବାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ରାଗିଲେ ରାମଦେବ ସାମ୍ବାଦିକଙ୍କ ଉପରେ କମ୍ପିଲେ । କହିଲେ ଉତ୍ତର ଦେବାକୁ ମୁଁ ଠିକା ନେଇ ନାହିଁ । ବନ୍ଧୁଗଣ ଯୋଗ ଗୁରୁ ବାବା ରାମଦେବଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ବାବା ରାମଦେବ ଜଣେ ସାମ୍ବାଦିକଙ୍କ ଉପରେ ବିରକ୍ତ ହେବା ସହ ଧମକ ଦେଉଥିବାର ନଜର ଆସିଛନ୍ତି । ବାବା ରାମଦେବଙ୍କର ତୈଳ ଦର ଉପରେ ଦେଇଥିବା ପୂର୍ବ ମକ୍ତବ୍ୟକୁ ନେଇ ସମବାଦଧିକ ଜଣକ ପ୍ରଶ୍ନ ପଚାରିବାରୁ ଉତ୍ତ୍ୟକ୍ତ ହୋଇ ବାବା ରାମଦେବ କ୍ଷ୍ଯୋବ ପ୍ରକାଶ କରିଛନ୍ତି ।ପୂର୍ବରୁ ବାବା ରାମଦେବ ପେଟ୍ରୋଲ ଦର ଉପରେ ଏକ ବୟାନ ଦେଇ ଥିଲେ ।

ସେହି ବୟାନରେ ସେ  କହିଥିଲେ ଯେ, ଜନତାଙ୍କୁ ଏପରି ସରକାର ଦରକାର ଯିଏ ୪୦ ଟଙ୍କାରେ ପେଟ୍ରୋଲ ଓ ୩୦୦ ଟଙ୍କାରେ ରୋଷେଇ ଗ୍ୟାସ ଯୋଗାଇ ଦେବ । ଦିନେ ଏପରି ବୟାନ ଦେଇଥିଲେ ବୋଲି ସାମ୍ବାଦିକ ମନେ ପକାଇ ଦେବାରୁ ଏକ ଦମ ବିରକ୍ତ ହୋଇ ଉଠିଛନ୍ତି ବାବା ରାମଦେବ । ବାବା ରାମଦେବ ଚିଡି ଯାଇ କହିଥିଲେ ତୁମ ପ୍ରଶ୍ନର ଉତ୍ତର ଦେବାକୁ ମୁ ଠିକା ନେଇ ନାହିଁ ।

ଏପରି ପ୍ରଶ୍ନ ପୁଣି ଥରେ ପଚାର ନାହିଁ ଆଉ ଥରେ ପଚାରିବ ଯଦି ଦେଖିବ । ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ଏହି ଭିଡିଓଟି । କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଏହି ଭିଡିଓକୁ ଆଜି ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓ ଉପରେ ଅନେକ ଲୋକ କମେଣ୍ଟ କରିଥିବା ବେଳେ ୮୦୦ ଲୋକ ଲାଇକ କରିଛନ୍ତି । ୧୭୫ ଜଣ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ବନ୍ଧୁଗଣ ସେମିତିରେ ବି ଏବେ ଆମ ଦେଶରେ ପେଟ୍ରୋଲ ଦର ଆକାଶ ଛୁଇଁଛି । ଗତବର୍ଷ ଦୀପାବଳି ପାଇଁ ଭାରତ ସରକାର ତୈଳ ଦର କିଛି ଟଙ୍କା କମ କରିଥିଲେ ହେଲେ ଏବେ ପୁଣି ତୈଳ ଦର ବୃଦ୍ଧି କରାଯାଇଛି । ତେବେ ରାମଦେବ ବାବାଙ୍କର ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *