ଦୀର୍ଘ ୧୨ ବର୍ଷ ପରେ ଫେରିଲା ମରିଥିବା ପୁଅ, ପରିବାର ଲୋକ କରି ସାରିଥିଲେ ଶୁଦ୍ଧକ୍ରିୟା, ପୁଅ ଫେରିବା ପରେ ଖୁସିରେ ନାଚୁଛି ପରିବାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ଭାବିଥିଲେ ପୁଅ ମରିଯାଇଛି । ସୁଦ୍ଧାକ୍ରିୟା ବି ସରିଯାଇଥିଲା । ହେଲେ ହଟାତ ୧୨ ବର୍ଷ ପରେ ଫେରିଲା ପୁଅ ! ହଁ ବନ୍ଧୁଗଣ ଏପରି କିଛି ଦୃଶ୍ୟ ନୟାଗଡ ଜିଲ୍ଲା ନୂଆଁ ବ୍ଲକ କାଳିମା ଗାଁରେ ଦେଖିବାକୁ ମିଳିଛି । ତେବେ ଛୋଟ ବେଳୁ ଘର ଦାଦନ ଖଟିବାକୁ ଲୁଚି ଚାଲିଯାଇଥିଲେ ଶାନ୍ତନୁ । ତେବେ ଶାନ୍ତନୁଙ୍କର ଛୋଟ ବେଳରୁ ହିଁ ବାପାମାଆ ମରିଯାଇଥିଲେ ।

ତେବେ ବାପାମାଆ ଚାଲିଗଲା ପରେ ଜେଜେବା ପା ଓ ଜେଜେ ମାଆଙ୍କ ପାଖରେ ରହୁଥିଲେ ଶାନ୍ତନୁ । ତେବେ ଶାନ୍ତନୁଙ୍କୁ ଯେତେବବେଳେ 7 ବର୍ଷ ହୋଇଥିଲା । ସେ ପଣ୍ଡିଚେରୀ ଲୁଚିକି ଦାଦନ ଖଟିବାକୁ ଯାଇଥିଲେ । ତାପରେ ଥରେ ଘରୁ ବାହାରିକି ଶାନ୍ତନୁ ଗଲା ପରେ ଆଉ ଘରକୁ ଫେରିନଥିଲେ । କି ଶାନ୍ତନୁଙ୍କର କିଛି ଖୋଜ ଖବର ମଧ୍ୟ ମିଳିନଥିଲା । ତେବେ ଘରଲୋକ ଶାନ୍ତନୁଙ୍କର କିଛି ଖବର ନ ପାଇବାରୁ ନାତିଟୋକା ମାରିହଜି ଗଲା ବୋଲି ସନ୍ଦେହରେ ଘରଲୋକେ ଶୁଦ୍ଧିକ୍ରିୟା ମଧ୍ୟ ସାରିଦେଇଥିଲେ ।

ତେବେ ଛୋଟବେଳେ ଶାନ୍ତନୁ ପଣ୍ଡିଚେରି କାମ କରିବାକୁ ଯାଇଥିବା ବେଳେ କାମ କରିବାକୁ ନପାଇ ଏଣେତେଣେ ଘୁରି ବୁଲୁଥିଲା । ତାପରେ ଜଣେ ଓଡିଆ ଠିକାଦାର ପାଖରେ ରଖି ଶାନ୍ତନୁ କାମ କରିଥିଲେ । ତେବେ ଶାନ୍ତନୁ ଛୋଟ ଥିବାରୁ ସେ କାମ କରି ମଧ୍ୟ ତା’ ର ପାରିଶ୍ରମିକ ସେ ପାଉନଥିଲେ । ତେବେ ଗାଁକୁ ଆସିବାକୁ ଚାହୁଁଥିଲେ ବି ଠିକାଦାର ଗାଁକୁ ଆସିବାକୁ ଦେଉନଥିଲେ ।

ତେବେ ଶାନ୍ତନୁ ପଣ୍ଡିଚେରିରେ ଥିବା ସମୟରେ ଜଣେ ଖୋର୍ଦ୍ଧାର ଶ୍ରମିକ ରଶ୍ମିରଞ୍ଜନଙ୍କ ସହ ତାଙ୍କର ଦେଖା ହୋଇଥିଲା । ତାପରେ ଠିକାଦାର ଠାରୁ ଲୁଚିକି ଶାନ୍ତନୁ ଫେରି ଆସିଥିଲେ । ତାପରେ ରଶ୍ମିରଞ୍ଜନଙ୍କ ସହିତ ଦେଖା କରି ଓ କିଛି ଗଣ ମାଧ୍ୟମର ପ୍ରଚାର ପ୍ରସାର ଫଳରେ ନୟାଗଡ ଜିଲ୍ଲାର ସହାୟତା ଫଳରେ ନିଜ ଗାଁରେ ଆସି ପହଞ୍ଚିଥିଲେ ।

ତେବେ ନିଜ ନାତିଟୋକାକୁ ଦେଖି ଖୁସିରେ ଫାଟିପଡିଥିଲେ ଜେଜେବାପା ଓ ଜେଜେମାଆ । ତେବେ ନିଜ ଗାଁରେ ପହଞ୍ଚି ନିଜ ଗାଁରେ ଥିବା ଜେଜେବପା ଓ ଜେଜେମାଆ ଓ ଅନ୍ୟାନ୍ୟ ଲୋକଙ୍କୁ ଦେଖି ବହୁତ ଖୁସି ଶାନ୍ତନୁ ହୋଇଯାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *