ଦୀପିକାଙ୍କ ପୁଅକୁ ଦେଖିବାକୁ ଆସିଥିଲା Dinesh, ଏନେଇ ଦୀପିକା ଯାହା କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ଙ୍କର ଅପେକ୍ଷାର ଘଟିଛି ଅନ୍ତ, ଦିନେଶ ତାଙ୍କ ପାଖକୁ ଆସିଲେ ଏବଂ ନିଜ ପୁଅ ସହିତ ଦେଖା ହେଲା । ତାକୁ କୋଳେଇ ଚାରିଆଡେ ବୁଲାଇଲା । ପୁଅକୁ ଦେଖି ଦିନେଶ ପୁଅର ମୁହଁ ସାରା ଗେଲ କରି ପକାଇଲା । ପୁଅ କୁ ନିଜ କୋଳରେ ବସାଇ ତା’ ସହିତ ଘଣ୍ଟା ଘଣ୍ଟା ଗପିଥିଲେ । ଆଉ ପୁଅ ର ମନ ପସନ୍ଦ ର ଚକୋଲେଟ ଧରି ଆସିଥିଲେ । ପୁଅକୁ ଚକୋଲେଟ ଦେଇ କୁଣ୍ଡାଇ ପକାଇଥିଲେ ।

ମାତ୍ର କେବଳ ଏତିକି ନୁହେଁ ପୁଅ କୁ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲେ ଦିନେଶ । ଆଉ ବାପା ର କାନ୍ଦ ଦେଖି ପୁଅ ମଧ୍ୟ ବାପ ଆଖିରୁ ଲୁହ ପୋଛି ଦେଉଥାଏ । ବାପା ଆଣିଥିବା ଚକୋଲେଟ କୁ ପୁଅ ଖାଇବା ପୂର୍ବରୁ ପ୍ରଥମେ ବାପା କୁ ଖୁଆଇ ଦେଲା । ପୁଅ ଆଜି ପ୍ରଥମ ଥର ନିମନ୍ତେ ତା’ର ବାପା କୁ ଦେଖିଛି । ମାତ୍ର ଏହିଭଳି ଦୀପିକା ଙ୍କର କେବଳ ଭାବନା ଥିଲା । ଦୀପିକା ଚେୟାରରେ ବସି ଏହିସବୁ କଥା ଭାବୁଥିଲେ ।

ଏହାପରେ ତାଙ୍କ ପାଖକୁ ଖବର ଆସିଲା ଯେ ଦିନେଶ ଆଜି ଆସିବେ ନାହିଁ । ଭାବନା ଭାଙ୍ଗିବା ପରେ ଦୀପିକା ଜାଣିଲେ ଯେ ଏ ସବୁ ସତ ନଥିଲା । ଦିନେଶ ପୁଅ ପାଖକୁ ଯାଇନଥିଲେ ମାତ୍ର ଦୀପିକା ବସି ବସି ଭାବୁଥିଲେ ଯେ ଦିନେଶ ତା’ ପୁଅ ପାଖକୁ ଆସିଛନ୍ତି ବୋଲି । ଦୀପିକା କେବଳ ଘୁରି ବୁଲୁଥିଲେ କଳ୍ପନା ରାଜ୍ୟରେ । ଦିନେଶ ତା’ ପୁଅ ପାଖକୁ ଆସିଥିବା କଥା ମନେ ମନେ ଭାବି ଖୁସି ହେଉଥିଲା ଦୀପିକା ।

ଯେତେବେଳେ ଦୀପିକା ମହିଳା କମିଶନର ପାଖରେ ବସି ଦିନେଶ ଙ୍କୁ ଅପେକ୍ଷା କରିଥିଲେ, ସେତେବେଳେ ଆସି ନଥିଲା ଦିନେଶ । ଆଉ ଶେଷରେ ଦୀପିକା ଙ୍କର ସବୁ ଆଶା ଭାଙ୍ଗିଯାଇଥିଲା । ଆଉ ଏହାପରେ କାନ୍ଦି କାନ୍ଦି ଭୁବନେଶ୍ୱରରୁ ଗଞ୍ଜାମ କୁ ଫେରିଥିଲେ ଦୀପିକା । ତେବେ ଏହିଭଳି କରିବା କେତେଦୂରେ ଠିକ ? ଦିନେଶ କୁଆଡେ ଦୀପିକା ଙ୍କୁ ବହୁତ ଭଲ ପାଉଥିଲେ ମାତ୍ର ଭଲ ପାଇବାର ପରିଣାମ କ’ଣ ଏଇଆ ?

ଭଲ ପାଇ ସନ୍ତାନ ହେଲା ପରେ ବର୍ତ୍ତମାନ ଗୋଟିଏ ପ୍ରହଶନ ଚଲାଇଛନ୍ତି । ଦିନେଶ ଙ୍କ ପରିବାର ଲୋକେ ମଧ୍ୟ ବୁଝୁ ନାହାଁନ୍ତି ଯେ ଦୀପିକା ଜଣେ ମହିଳା ଏବଂ ସେ ଏକୁଟିଆ କେତେ ସହିବେ ? ଛୋଟ ଛୁଆଟିର କେଉଁ ଭୁଲ ରହିଲା ? ତା’ର ଭବିଷ୍ୟତ କ’ଣ ? ଏହିଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଜନତା ଙ୍କ ମନରେ ଆସୁଛି ଯେ ଏଭଳି ଭୁଲ କରିବ କାହିଁକି ଯାହା ଦ୍ଵାରା ଆଗକୁ ଯାଇ କେବଳ ପଶ୍ଚାତାପ କରିବାକୁ ହେବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *