ବନ୍ଧୁଗଣ, ସୂଚନା ଅନୁଯାୟୀ ଉଭୟ ଦୀପିକା ଏବଂ ଦିନେଶ ଙ୍କୁ ଦୁଇ ଜଣଙ୍କୁ ମହିଳା କମିସନର ପାଖକୁ ଡକାଯାଇଅଛି । ପ୍ରମିଳା ମାଉସୀ ଙ୍କ ସହିତ ଦୀପିକା ମହିଳା କମିଶନର ପାଖକୁ ଯାଇଥିଲେ । ମାତ୍ର ଦିନେଶ ଆସିବାକୁ ବିଳମ୍ବ କରିଥିଲେ । ଦୀପିକା ଏହି ବାବଡକୁ ନେଇ କହିଛନ୍ତି ଯେ ଦିନେଶ ଭଲ ପାଇଲା ବେଳକୁ ଭଲ ପାଇଲେ କିନ୍ତୁ ବର୍ତ୍ତମାନ ଆସି ସମସ୍ତଙ୍କ ସାମ୍ନାରେ ସତ କାଥା କହୁନାହାଁନ୍ତି ।
ସେ ଭୁଲ କରିଛନ୍ତି ବୋଲି ଲୁଚିକି ଅଛନ୍ତି । ଯଦି ସେ ଠିକ ଥାନ୍ତେ ତେବେ ଦୀପିକା ଭଳି ଆସି ସାତାରା ସାମ୍ନା କରିଥାନ୍ତେ । ଦିନେଶ ଚୋର ଙ୍କ ଭଳି ଲୁଚି ରହୁଛନ୍ତି ବୋଲି କହିଛନ୍ତି । ଦିନେଶ ଙ୍କ ମା’ ବାପା ମିଶି ହାରାସମେଣ୍ଟ କରୁଛନ୍ତି ତଥା ନାନା ପ୍ରକାରର ଅକଥନୀୟ କଥା ବାର୍ତ୍ତା କରୁଛନ୍ତି । ଦିନେଶ ଙ୍କ ସହିତ ଦୀପିକା କଥା ହେଲେ ତାଙ୍କ ମନପରିବର୍ତ୍ତନ ହେବ ତଥା ତାଙ୍କ ସ୍ତ୍ରୀ ଙ୍କୁ ସେ ଗ୍ରହଣ କରିବେ
ଏହା ଚିନ୍ତା କରି ପରିବାର ଲୋକେ ଦୀପିକାଙ୍କ ସହିତ ଦିନେଶ ଙ୍କୁ ଭେଟ କରାଇ ଦେଉନାହାଁନ୍ତି । ଦିନେଶ ଧରାଛୁଆଁ ଦେଉ ନଥିବା ଦେଖି ପ୍ରମିଳା ମା’ ଦିନେଶ ଙ୍କୁ କହିଛନ୍ତି ଯେ ପ୍ରେମ କରିଲା ସମୟରେ ତାକୁ ଡର ଲାଗୁ ନଥିଲା ମାତ୍ର ସାମ୍ନା କୁ ଆସିବାକୁ ଡର ଲାଗୁଛି । ପ୍ରମିଳା ମା କହିଛନ୍ତି ଯେ ଦୀପିକା କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ତାଙ୍କ ସହିତ ଏମିତି ଲଢୁଥିବେ ।
ଦୀପିକା କହିବା କଥା ଯେ ଭୁଲ ଉଭୟ କରିଛନ୍ତି । କିନ୍ତୁ ଛୁଆ ଟି କି ଭୁଲ କରିଛି ? ସେ କେଉଁ ନିମନ୍ତେ ବାପା ର ନାମ ନେବାରୁ ବଞ୍ଚିତ ହେବ ? ତାଙ୍କୁ ଟଙ୍କା ପଇସା କିଛି ଦରକାର ନାହିଁ କେବଳ ଦିନେଶ ଦରକାର ଏବଂ ତାଙ୍କ ପିଲା କୁ ତାଙ୍କ ବାପା ଙ୍କ ପରିଚୟ ଲୋଡା ବୋଲି କହିଛନ୍ତି ।
ଆର ଥରକ ନୋଟିସ କରି ପଠାଯାଇଥିଲା ମାତ୍ର ସେମାନେ ଆସିଲେ ନାହିଁ । ତାଙ୍କ ମା’ ବାପା ଜାଣିଶୁଣି ତାଲା ପକାଇ ଚାଲି ଯାଇଥିଲେ । ବର୍ତ୍ତମାନ ମଧ୍ୟ ଜାଣିଶୁଣି ବିଳମ୍ବ କରୁଛନ୍ତି । ଏହା ସହିତ ଦୀପିକା କହିଛନ୍ତି ଯେ ଦେଖାଯାଉ ବର୍ତ୍ତମାନ ସେମାନେ ନ ଆସିଲେ ଆଇନ ତାଙ୍କ ବିରୁଦ୍ଧରେ କି ପଦକ୍ଷପ ଗ୍ରହଣ କରୁଛନ୍ତି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।