Dhanteras 2022: ଧନତେରସ ଦିନ ନିଶ୍ଚୟ କିଣନ୍ତୁ ଏହି 10 ଜିନିଷ, ଚୁମ୍ବକ ପରି ଟଙ୍କାକୁ ଟାଣେ, ବଢିଥାଏ ଧନ ସମ୍ପତି

ବନ୍ଧୁଗଣ ନମସ୍କାର, ତେବେ ହିନ୍ଦୁ ଧର୍ମ ରେ ଅନେକ ପର୍ବ ପର୍ବାଣି ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଏକ ଶୁଭ ଏବଂ ବିଶେଷ ପର୍ବ ହେଉଛି ଧନତେରସ । ଏହି ପର୍ବ ଦୀପାବଳି ପୂର୍ବରୁ ପାଳନ କରାଯାଇଥାଏ । ଏହି ଦିନ ଧନ ର ଦେବୀ ମାତାଲକ୍ଷ୍ମୀ ଙ୍କ ସହିତ ଧନ ର ଦେବତା କୁବେର ଓ ଧନ ମନ୍ତ୍ରୀ ଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ । ଲୋକଙ୍କ ବିଶ୍ୱାସ ଥାଏ ଯେ, ଏହି ପବିତ୍ର ଧନତେରସ ଦିନ ଘରକୁ କୌଣସି ଶୁଭ ଜିନିଷ ଆଣିବା ଦ୍ୱାରା ବିଶେଷ କରି ସୁନା ବା ଚାନ୍ଦି ନିର୍ମିତ ବସ୍ତୁ ଆଣିଲେ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଧନତେରସ ଦିନ ଘରକୁ ଆଣିବା ଦ ଆପଣଙ୍କ ଘରେ ଧନ ର ଆଗମନ ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅଧିକାଂଶ ବ୍ୟକ୍ତି ଧନତେରସ ପର୍ବ ରେ କେବଳ ସୁନା ଚାନ୍ଦି ଘରକୁ ଆଣନ୍ତି । କିନ୍ତୁ ଏହା ବଦଳରେ ଯଦି ଆପଣ ଏକ ଲୁଣ ପ୍ୟାକେଟ ଘରକୁ ଆଣିବେ ତେବେ ଆପଣଙ୍କ ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ । କାରଣ ଲୁଣ ସହିତ ମାତାଲକ୍ଷ୍ମୀ ଙ୍କ ସମ୍ବନ୍ଧ ରହିଛି । ଏହା ସହିତ ଯଦି ଆପଣ ଏହି ଦିନ ଖଣ୍ଡ ହଳଦୀ ଆଣିବେ ତେବେ ଆପଣଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ଘଟିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।

୨. କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନି ନିଆଯାଇଛି । ତେଣୁ ଧନତେରସ ରେ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଆପଣ ଘରକୁ ଆଣି ପାରିବେ ।

୩. ମାତାଲକ୍ଷ୍ମୀ ଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ । ତେଣୁ ଆପଣ ମାନେ ଧନତେରସ ଦିନ ଅବଶ୍ୟ ଘରକୁ ମାତାଲକ୍ଷ୍ମୀ ଙ୍କ ଚରଣ ପାଦୁକା ଆଣନ୍ତୁ ।

୪. ଧନତେରସ ରେ ଦୌଡୁ ଥିବା ଘୋଡ଼ା ର ଫଟୋ ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ ।

୫. ରୂପାରେ ତିଆରି ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ଏହାକୁ ଆପଣ ନିଜ ଘରକୁ ଧନତେରସ ଦିନ ଆଣି ନିଜର ଘରେ ପ୍ରତିଷ୍ଠା କରିବା ଫଳରେ ଆପଣଙ୍କ ପାଖରେ ଧନର ଅଭାବ ରହି ନଥାଏ ।


୬. ଧନତେରସ ଦିନ ଆପଣ କଉଡ଼ି ଅବଶ୍ୟ ଘରକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ । ଏହାସହିତ ଆପଣ ମୋତି ଶଙ୍ଖକୁ ଆଣିବା ଦ୍ୱାରା ଆପଣଙ୍କ ସମ୍ପର୍କ ସମସ୍ତଙ୍କ ସହିତ ଭଲ ରହିଥାଏ ।

୭. ଶାସ୍ତ୍ର ରେ କୁହାଯାଏ କି ଝାଡୁ ହେଉଛି ମାତାଲକ୍ଷ୍ମୀ ଙ୍କ ପ୍ରତିମା । ତେବେ ଧନତେରସ୍ ରେ ଘରକୁ ଝାଡୁ ଆଣିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଏହା ସହିତ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ । ତେଣୁ ଏହି ଦିନ ଆପଣ ଗୋଟିଏ ଝାଡୁ ନିଶ୍ଚିତ ଭାବରେ ନିଜ ଘରକୁ ଆଣନ୍ତୁ ।

୮. ଏହି ପବିତ୍ର ଧନତେରସ ରେ ଆପଣ ଗୋଟିଏ ମୟୁର ପର ଅବଶ୍ୟ ଆଣନ୍ତୁ । ମୟୁର ପର କୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ । ଏହି ମୟୁର ପର କୁ ଆପଣ ନିଜ ଘରର ମୁଖ୍ୟ ଦ୍ୱାର ରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦା ସର୍ବଦା ରହିବ ।


୯. ଆପଣ ଏହି ପବିତ୍ର ଧନତେରସ ଦିନ ଗୋମଟି ଚକ୍ର ନିଶ୍ଚିତ ଭାବରେ ଘରକୁ ଆଣନ୍ତୁ । ଏହା ଆପଣଙ୍କୁ ସହଜ ରେ ମିଳିଯିବ । ଏହା ଘର ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ଏବଂ ଏହାକୁ ଘରକୁ ଆଣିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହୋଇଥାଏ ।

୧୦. ଆପଣ ଧନତେରସ ଦିନ ଘରକୁ ଶ୍ରୀଯନ୍ତ୍ର ବା କୁବେର ଯନ୍ତ୍ର ଘରକୁ ଆଣନ୍ତୁ । ଆପଣ ଯଦି ଏହାକୁ ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ତେବେ ଏହାଦ୍ବାରା ଆପଣଙ୍କ ଧନ ରେ ବୃଦ୍ଧି ହୋଇଥାଏ ଏବଂ ଆପଣ ଧନବାନ ହୋଇଥାନ୍ତି ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଉକ୍ତ ଜିନିଷ ଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଧନତେରସ ଦିନ ନିଜ ଘରକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଧନ ର ଆଗମନ ସହିତ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ ।

Leave a Reply

Your email address will not be published. Required fields are marked *