“ତୁମେ ମାନେ ଯୋଉ ଥାର୍ଡ କ୍ଳାସ କ୍ଵାଲିଟିର ଯାହା ବି ହୁଅ ପଛେ ହେଲେ ସେ ପିଲା…” Deepika ଓ Dinesh ଙ୍କୁ ଝିଅଟି ଯାହା କହିଲେ ନା…ଦେଖନ୍ତୁ Video

ବନ୍ଧୁଗଣ ଦୀପିକା ଓ ଦିନେଶଙ୍କ ପ୍ରେମ ମାମଲାଟି ଏବେ ବିବାଦ ଘେରରେ ରହିଛି । ଆଜିକୁ 13 ଦିନ ହେଇଗଲା ଦୀପିକା ସେମିତି ଦିନେଶଙ୍କ ଘର ସାମ୍ନାରେ ବସି ଛନ୍ତି  । ବର୍ତ୍ତମାନର ସ୍ଥିତି ଯଦି ଦେଖିବା ପ୍ରବଳ ବର୍ଷା ହେଉଛି ଆଉ କାଲି ରାତି ତମାମ ବର୍ଷା ହୋଇଛି ଆଉ ତଥାପି ମଧ୍ୟ ଦୀପିକା ଏକା ଲଢିବା ପାଇଁ ଚେଷ୍ଟା କରିଛନ୍ତି । ଦୀପିକାଙ୍କର ଗୋଟିଏ ଜିଦ ସେ ସ୍ତ୍ରୀର ମାନ୍ୟତା ପାଇବେ ଆଉ ତାଙ୍କ ପୁଅ ତା ବାପାର ପରିଚୟ ପାଇବ ।

ସେ ଆଶ୍ରୟ ନେଇଥିବା ପାଲକୁ ତାଙ୍କ ଶାଶୁ ଭାଙ୍ଗି ଦେଇଛନ୍ତି ତେଣୁ ଦୀପିକା ଏବେ ଏକ ଛତା ଧରି ଚେୟାରରେ ବସି ରହିଛନ୍ତି । ତେବେ ବର୍ତ୍ତମାନ ଦୀପିକା ଓ ଦିନେଶଙ୍କ ଏହି ପ୍ରେମ ମାମଲାକୁ ନେଇ ଜଣେ ମହିଳା ନିଜର ପ୍ରତିକ୍ରିୟା ରଖିଛନ୍ତି । ଯୁବତୀଙ୍କ କହିବା ଅନୁସାରେ-‘ଆପଣ ତାଙ୍କ ଘର ଆଗରେ ବସିଥାନ୍ତେ ଯଦି ଆପଣ ତାଙ୍କ ସ୍ତ୍ରୀ ହୋଇଥାନ୍ତେ । ଆପଣ ନିଜ ଇଛାରେ ଲିଭ-ଇନରେ ଥିଲେ ଆପଣ ସ୍ଵାମୀ-ସ୍ତ୍ରୀ ନଥିଲେ ।

ଯେହେତୁ ଲିଭ-ଇନ ଯଷ୍ଟିଫାଏ ନାହିଁ ଏଇଠି କାହିଁକି ସମାଜକୁ ଭୁଲ ମେସେଜ ଦେଉଛନ୍ତି । ଆଉ ଗୋଟେ କଥା କହିବି ସେ ସାହି ଲୋକଙ୍କୁ । ସାହି ଲୋକ କହୁଛନ୍ତି ସମାଜକୁ ଭୁଲ ମେସେଜ ଯାଉଛି ଦୀପିକା ଦିନେଶଙ୍କ ଘର ସାମ୍ନାରେ ବସିବା ଦ୍ଵାରା ଭୁଲ ମେସେଜ ଯାଉଛି । ଆଉ ତମେ ଗୋଟେ ନାରୀକୁ ରାସ୍ତାରେ ଅପଦସ୍ତ କରୁଛ ଭାଷା କହୁଛ ତାକୁ ଟଣା ଅତଡା କରୁଛ ଏଇଟା ଭୁଲ ମେସେଜ ଯାଉନି ।

ମୋତେ ଲାଗୁଛି ଏ ମାମଲା ଥାନାରେ ସମାଧାନ ହୋଇ ପାରିବ ନାହିଁ । କୋର୍ଟରେ ଚାଲିଲେ ସେ ପିଲା ବଡ ହେଇଯିବ ତାକୁ ବହୁତ ଅପମାନ ମିଳିବ । ଗୋଟେ ଜିନିଷ ହେଇ ପାରିବ ଏହି ଦୁଇଜଣଙ୍କୁ ପ୍ରପର କାଉନ୍ସିଲିଙ୍ଗ ଦରକାର । ଦୀପିକା ଜାଣି ନାହାନ୍ତି ତାଙ୍କୁ କଣ ଦରକାର ଦିନେଶ ଜାଣି ନାହାନ୍ତି ତାଙ୍କୁ କଣ ଦରକାର ଏଇଟା ପୁରା ଖେଚିଡି ହେଇସାରିଲାଣି ।

ଏମାନଙ୍କୁ ପ୍ରପର କାଉନ୍ସିଲିଙ୍ଗ ଦରକାର ଆଉ ଗୁରୁତର କଥା ହେଉଛି ସେ ପିଲାର ଦାୟିତ୍ଵ କିଏ ନେବ । କିନ୍ତୁ ଭୁଲ ଏମାନେ ଦୁଇଜଣ କରିଛନ୍ତି ସେ ପିଲାର କିଛି ଭୁଲ ନାହିଁ । କାଲିକୁ ସେ ପିଲା କେଉଁ ସଂସ୍କାରରେ ବଢିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *