‘ମୋ ସ୍ତ୍ରୀ ମୋତେ ଫିଟ୍ କରି ରଖିଛନ୍ତି, ସେ ସବୁବେଳେ ମତେ…’ ନିଜ ଜୀବନର କିଛି ଅକୁହା କଥା କହିଦେଲେ ଅଭିନେତା Sidhhanta ମହାପାତ୍ର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ଭଳି ଓଡ଼ିଶା ରେ ଅନ୍ୟ କୌଣସି ଅଭିନେତା ହୋଇପାରିବେ ନାହିଁ । ଏହି ଅଭିନେତା ଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଫିଲ୍ମ ଫ୍ଲଫ୍ ହୋଇନାହିଁ । ସିଦ୍ଧାନ୍ତ ମହାପାତ୍ର ମଇ ୪ ୧୯୬୬ ମସିହାରେ ବ୍ରହ୍ମପୁର ରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ୧୯୯୯ ମସିହାରେ ଅଭିନେତ୍ରୀ ରଚନା ବ୍ୟାନାର୍ଜୀ ଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ।

ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି “ଶ୍ରଦ୍ଧାଞ୍ଜଳି” । ରଚନା ଓ ସିଦ୍ଧାନ୍ତ ଙ୍କ ଯୋଡ଼ି ଓଡ଼ିଶା ର ସୁପରହିଟ ଏବଂ ଦର୍ଶକ ମାନଙ୍କ ପ୍ରିୟ ଯୋଡ଼ି ଅଟେ । ସିଦ୍ଧାନ୍ତ ଓ ରଚନା ଏକତ୍ର ପାଖାପାଖି ୪୦ ଟି ଓଡ଼ଆ ସିନେମା ରେ ଅଭିନୟ କରିଛନ୍ତି । ସିଦ୍ଧାନ୍ତ ମହାପାତ୍ର ୨୦୦୪ରେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ପୁଅ ପ୍ରଣିଲ ବାସୁ ମହାପାତ୍ର ଏବଂ ଝିଅ ସାଇ ସମର୍ଥ ମହାପାତ୍ର ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଓଟିଭି ଚ୍ୟାନେଲ ରେ ପ୍ରସାରିତ ସୋ ଖୋଲାକଥା ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଇଣ୍ଟରଭ୍ୟୁ ନିଆ ଯାଇଥିଲା । ସେଥିରେ ସିଦ୍ଧାନ୍ତ କହିଛନ୍ତି ଯେ, ତାଙ୍କର ପ୍ରକୃତ ନାମ ହେଉଛି ଜ୍ଞାନରଞ୍ଜନ ମହାପାତ୍ର । ତାଙ୍କ ବନ୍ଧୁ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବି ତାଙ୍କୁ ଜ୍ଞାନ ବୋଲି ଡାକନ୍ତି । କିନ୍ତୁ ଲିଗାଲି ସେ ନିଜର ନାମ କୁ ବଦଳାଇ ଦେଇଛନ୍ତି ।

ତେବେ ଯେତେବେଳେ ତାଙ୍କୁ ନିଜ ଫିଟନେସ ର ରହସ୍ୟ ବିଷୟ ରେ ପଚରା ଯାଇଥିଲା ସେ ଏହାର ଉତ୍ତର ରେ କହିଥିଲେ ଯେ, ଏହାର ମୁଖ୍ୟ ଶ୍ରେୟ ତାଙ୍କ ପତ୍ନୀ ମାମା ମିଶ୍ର ଙ୍କୁ ଯିବ । ତାଙ୍କ ପତ୍ନୀ ସର୍ବଦା ତାଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତି ଏବଂ ହେଲଦୀ ଫୁଡ୍ ଖାଇବାକୁ ଦିଅନ୍ତି । ଯେଉଁ କାରଣରୁ ସେ ଆଜି ଏତେ ମାତ୍ରାରେ ସୁସ୍ଥ ଏବଂ ଫିଟ୍ ଅଛନ୍ତି । ଏହା ସହିତ ସେ ସବୁବେଳେ ସାଇକ୍ଲିଙ୍ଗ ମଧ୍ୟ କରନ୍ତି ।

ଶେଷରେ ତାଙ୍କୁ ପଚରା ଯାଇଥିଲା ଯେ, ନିଜ ସିନେମା ଓ ରାଜନୀତି କ୍ୟାରିୟର ରୁ ସେ କେଉଁଥିରୁ ଅଧିକ ଶିକ୍ଷା ପ୍ରାପ୍ତ କରିଛନ୍ତି । ସେ ଉତ୍ତର ରେ କହିଛନ୍ତି ଯେ, ସେ ନିଜ ଜୀବନ ରୁ ଶିଖିଛନ୍ତି । ସେ ସମସ୍ତ ପ୍ରାଣୀ ଠାରୁ କିଛି ନା କିଛି ଶିଖିବାକୁ ଚେଷ୍ଟା କରନ୍ତି । ଯେଉଁ କାରଣରୁ ସେ ଆଜି ଏତେ ଉଚ୍ଚତା ରେ ଅଛନ୍ତି । ତେବେ ଆପଣ ମାନଙ୍କୁ ଓଲିଉଡ ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର କିପରି ଲାଗନ୍ତି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *