ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର, ବୁଡୁଛି Bridge, ମାଡି ଆସୁଛି ବନ୍ୟା ପାଣି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଆଜି ପୂରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହେବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳ । ସେହିପରି ୧୧ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମା‌ନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ମହାନଦୀ ଓ ବୈତରଣୀରେ ଜଳସ୍ତର ବଢ଼ିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ ।

ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା । ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଶୁକ୍ରବାରଠୁ ସୋନପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଯାହାଫଳରେ ସହରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି ।

କାହା ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା । ବିଶେଷକରି ଜିଲ୍ଲାର ପ୍ରବାହିତ ଦୁଇଟି ବଡ ନଦୀ ମହାନଦୀ ଓ ତେଳନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସୋନପୁର ସହରରେ ବିଭିନ୍ନ ବସ୍ତି ଓ ପଡାମାନଙ୍କରେ ବର୍ଷା ଜଳ ଜମି ରହିଛି । ସହର ଗୋକନେଶ୍ବର ପଡା ଭିତରେ ୩ ଫୁଟ୍ ଜଳ ପ୍ରବାହିତ ହେଉଥିବା ବେଳେ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ତେବେ ଲଗାଣ ବର୍ଷାରେ ଜନ ଜୀବନ ମଧ୍ୟ ବେହାଲ ହୋଇପଡିଛି ସୋନପୁର ଜିଲ୍ଲା । ମହାନଦୀ ଓ ତେଳନଦୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଇ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପାଇଁ ପ୍ରସ୍ତୁତ ରହିଥିବା କୁହଯାଇଛି । ତେବେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ହୀରାକୁଦରୁ ୨୮ ଟି ଗେଟ୍ ଖୋଲିଲାଣି । ସେପଟେ ଏହାର ପଛୁଆ ପାଣି ସାଙ୍ଗକୁ ବର୍ଷା ପାଣି ମିଶିବା ଫଳରେ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି ।

ଅପରପକ୍ଷେ ମାଳତିଯୋର ପୋଲ ଉପରେ ୪ ଫୁଟରୁ ଉର୍ଦ୍ଧ୍ବ ପାଣି ପ୍ରବାହିତ ହେବା ଫଳରେ ସମ୍ବଲପୁର- ସୋନପୁର ରାସ୍ତା ବିଛିନ୍ନ ହୋଇଯାଇଛି । ତେବେ ହୀରାକୁଦକୁ ସାଢେ ୪ ଲକ୍ଷ କ୍ୟୁସେକ ପାଖାପାଖି ପାଣି ଆସୁଥିବା ବେଳେ ଏହା ୬ ଲକ୍ଷ କ୍ୟୁସେକ ଟିପିବାକୁ ଯାଉଛି । ପରିସ୍ଥିତିକୁ ଦେଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୨୮ ଟି ଗେଟ୍ ଖୋଲି ଜଳ ନିଷ୍କାସନ କରୁଛନ୍ତି । ସେପଟେ ଏତେ ସଂଖ୍ୟାରେ ଗେଟ୍ ଖୋଲିବା ପରେ ପଛୁଆ ପାଣି ସମ୍ବଲପୁର ସହରକୁ ପଶିଲାଣି ।

ଏହା ସାଙ୍ଗକୁ ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ଥମିନଥିବାରୁ ସମ୍ବଲପୁର ସହର ଭିତରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ଯଦ୍ବାରା ଉଭୟ ହୀରାକୁଦର ପଛୁଆ ପାଣି ଏବଂ ସହରର ବର୍ଷା ପାଣି ମିଶିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଲାଣି । ସମ୍ବଲପୁର ସହରର ହଜାର ହଜାର ଘର ପାଣି ଘେରରେ ରହିଯାଇଛି । ସେପଟେ ମାଳତିଯୋର ଉପରେ ୪ ଫୁଟ ପାଣି ବୋହିବା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *