Dipali ଙ୍କୁ ନେଇ ଏମିତି କାହିଁକି କହିଲେ Sura Routray

ବନ୍ଧୁଗଣ ଗତ କାଲି ନବ ଦାସଙ୍କ ଝିଅ ଦୀପାଳି ଦାସ  ଏକ ପ୍ରେସ କନଫ୍ରେନ୍ସ ରଖିଥିଲେ । ଯେଉଁଠି ସେ ସାରା ଓଡିଶାବାସୀଙ୍କୁ ତାଙ୍କ ବାପାଙ୍କ ମୃତ୍ୟୁକୁ ରାଜନୀତିର ରଙ୍ଗ ନ ଦେବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ମୋ ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି ନ କରାଯାଉ । ତାଙ୍କର ମୁଖ୍ୟ ମନ୍ତ୍ରୀଙ୍କ ଉପରେ ଭରସା ଅଛି ଦୋଷୀ ଧରା ପଡିବ । ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାପା ବୋଲି କହି ସମ୍ମାନ ଦେଇଥିଲେ ।

ନବ ଯିବା ପରେ ଏବେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ବିଜେଡି ଦୀପାଳିକୁ ଟିକେଟ ଦେବାର ବହୁ ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଦୀପାଳି ଙ୍କ ଏଭଳି ବୟାନ କୁ ବିରୋଧ କରିଛନ୍ତି ସେ କଣ କହିଛନ୍ତି ଆସନ୍ତୁ ଜାଣିବା ।

ସୁର ରାଉତରାୟ ଗଣମାଧ୍ୟମ ଆଗରେ କହିଛନ୍ତି-‘ଏ ନବୀନ ପଟ୍ଟନାୟକର କଥାକୁ ଆମେ ଅପେକ୍ଷା କରିଛୁ ତା ଆଶା ଆଉ ତା ନୀତିକୁ ଆମେ ଅପେକ୍ଷା କରିଛୁ । କଂଗ୍ରେସ ତା ଷ୍ଟାଣ୍ଡରେ ଅଛି । ଗୋଟେ ଓଡିଶା ଗୋଟେ ସେଟିଂ କ୍ଯାବିନେଟ ମିନିଷ୍ଟର ଜଣେ ଉଚ୍ଚ ଶିକ୍ଷିତ ଲୋକ ଗୋଟେ ବିରାଟ ଶିଲ୍ପପତି ତାଙ୍କୁ ଦିନ ଦୁଇ ପହରେ ମ-ରା ଗଲା ସେ gulee ମିଳୁନି କିଛି ଜଣା ପଡୁନି ।

ତାହା ଉପରେ ଖୋଳତାଡ କରି ସଠିକ ତଦନ୍ତ କରାଗଲେ ସବୁ କିଛି ତଥ୍ୟ ସାମ୍ନାକୁ ଆସିପାରିବ । ପ୍ରକୃତ ଦୋଷୀ ଧରା ପଡିବ । ହେଲେ ତମେ ଦୀପାଳି କହୁଛ ଚୁପ ହୋଇ ରୁହ । ହେଲେ ତମେ ଇଆଡୁ ସିଆଡୁ କଣ ଗପୁଛ। ତମ ବାପାଙ୍କ ହଟାତ ଏପରି ଭାବରେ ପରଲୋକ ହେଇଗଲା। ତେଣୁ ତୁମେ ଦୁଃଖରେ ରୁହ କିନ୍ତୁ ଯାହା ପାରୁଛ କଣ କହିଦେଉଛ ।

ତେବେ ଏହି ପ୍ରସଙ୍ଗରେ ସୁର ରାଉତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆକ୍ଷେପ କରି କହିବାକୁ ଜମାରୁ ଭୁଲି ନାହାନ୍ତି । ତେବେ ସୁର ରାଉତଙ୍କ କହିବା ଆଧାରରେ ନବ ଦାସଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ଉପରେ ବହୁତ ଭରଷା ଓ ବିଶ୍ବାସ ରହିଛି ବୋଲି କହୁଛି । ତେଣୁ ସବୁ ପ୍ରକାର ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ଉପରେ ଛାଡି ଦେଇ ବସିଯାଉଛି ।

ହେଲେ ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେତିକି ଭରଷା ନାହିଁ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି । ତେବେ ପୂର୍ବତନ କ୍ଯାବିନେଟ ପାହ୍ୟା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ଉପରେ କଡାକଡି ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ନେତା ସୁର ରାଉତ କହିଛନ୍ତି ।

Leave a Reply

Your email address will not be published. Required fields are marked *