ଦୀପାବଳୀରେ ଏହି ଭୁଲ ଆଦୌ କରନ୍ତୁ ନାହଁ – Ajira Anuchinta

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନଙ୍କୁ ଆମ ତରଫରୁ ଶୁଭ ଦୀପାବଳି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଦୀପାବଳି ଆପଣଙ୍କ ଜୀବନରେ ଢେର ସାରା ଖୁସି ଆଣି ଆସୁ ଓ ଆପଣଙ୍କ ଜୀବନକୁ ଆଲୋକମୟ କରିଦେଉ ଏହା ହିଁ ଆମର କାମନା । ବନ୍ଧୁଗଣ ଆଜି ଆମେ ଜାଣିବା କି ଦୀପାବଳି ଦିନ ଏହି ଗୋଟିଏ ଭୁଲ ଆଦୌ କରନ୍ତୁ ନାହିଁ । ବନ୍ଧୁଗଣ ଆଜି ଆମେ ଡିଜିଟାଲ ଇଣ୍ଡିଆ ବା 5G ଇଣ୍ଡିଆରେ ପାଦ ଦେଇ ସାରିଲେଣି । କିନ୍ତୁ ବନ୍ଧୁଗଣ ଏହି ଡିଜିଟାଲ ଇଣ୍ଡିଆ ରେ ପାଦ ଦେବା ପରେ ଆମେ ନିଜର ସଂସ୍କୃତି ଓ ପରମ୍ପରାକୁ ପାୟ ଭୁଲି ଗଲେଣି ।

ଆଜି କାଲି ପ୍ରାୟତଃ ଘରେ ଦୀପାବଳିରେ ଆଉ ମାଟିର ଦୀପ ଦେଖିବାକୁ ମିଳୁ ନାହିଁ । ମାଟି ଦୀପ ଅପେକ୍ଷା ବଜାରକୁ ଆସୁଥିବା ମହମବତୀ ସସ୍ତାରେ ମିଳୁଛି । ବର୍ତ୍ତମାନ ବଜାରକୁ ସୁନ୍ଦର ସୁନ୍ଦର ମହମବତୀ ମଧ୍ୟ ଆସି ସାରିଲାଣି । କିନ୍ତୁ ବନ୍ଧୁଗଣ ଚିନ୍ତା ଅକରନ୍ତୁ ମାତ୍ର 100 ଟଙ୍କା ଖର୍ଚ୍ଚ କରି ଆମେ ଆମ ଘର ସବୁ ଆଡେ ମାଟିର ଦୀପ ଜଳାଇ ପାରିବା ।

ଏହି ମାଟିର ଦୀପକୁ ଜଳାଇବା ଦ୍ଵାରା ମଧ୍ୟ ଆମ୍ଭ ମାନଙ୍କୁ ଅନେକ ପ୍ରକାରର ଲାଭ ମିଳିଥାଏ । କିନ୍ତୁ ଏହାର ଆଉ ଏକ ଲାଭ ହେଉଛି କି ଶାସ୍ତ୍ର ଅନୁସାରେ ମାଟିର ଦୀପରେ ତେଲ ଦେଇ ଜଳାଇବା ଦ୍ଵାରା ଏହା ଅଖଣ୍ଡ ଦୀପ ବୋଲି ମଧ୍ୟ କୁହାଯାଇଥାଏ । ଏହି ଅଖଣ୍ଡ ଦୀପ ଜାଳିବା ଦ୍ଵାରା ମଧ୍ୟ ଆମ୍ଭ ମାନଙ୍କର ଅନେକ ଦୁଃଖ କଷ୍ଟ, ପୀଡା, ଅଶାନ୍ତି ଓ ରୋଗ ଆଦି ଦୂର ହୋଇଥାଏ ।

ଏହା ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇ କୃପା ଦୃଷ୍ଟି ରଖିଥାନ୍ତି । ଏହା ଦ୍ଵାରା ପରିବେଶ ମଧ୍ୟ ପରିଷ୍କାର ରହିଥାଏ । ତେଣୁ ବନ୍ଧୁଗଣ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ଦେଖିବାକୁ ଗଲେ ଏହା ଅତ୍ୟନ୍ତ ହିତକର ଅଟେ । କାରଣ ଏହି ମାଟିର ଦୀପରେ ତେଲ ଦେବା ମଧ୍ୟ ଏହାକୁ ପବିତ୍ର ବୋଲି ମଧ୍ୟ କୁହାଯାଏ ।

ଅନେକ ବିଦ୍ଵାନ ମାନେ ମଧ୍ୟ କହିଯାଇଛନ୍ତି ଯେ ଦୀପ ମାନଙ୍କର ସମାହାରକୁ ଆମେ ଦୀପାବଳି ବୋଲି କହିଥାଉ । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ମଧ୍ୟ ମାତା ଲକ୍ଷ୍ମୀ ଙ୍କୁ ମାନୁଛନ୍ତି ଏବଂ ହୃଦୟରୁ ଶ୍ରଦ୍ଧା ଭାବ ଓ ଭକ୍ତିଭାବ ରଖିଛନ୍ତି ତେବେ ଏହି ଦୀପାବଳିରେ ଆପଣ ମାନେ ଘରେ ଅଧିକରୁ ଅଧିକ ମାଟିର ଦୀପ ଜଳାଇବା ପାଇଁ ପ୍ରତିଜ୍ଞା କରନ୍ତୁ ।

ଯାହା ଦ୍ଵାରା ମାତା ଲକ୍ଷ୍ମୀ ସଦା ସର୍ବା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଓ ଏହା ଦ୍ଵାରା ଆମର ବାୟୁ ମଣ୍ଡଳ ମଧ୍ୟ ଶୁଦ୍ଧ ହୋଇଯିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *