Jyotish Shastra – ଦୀପାବଳୀ ଅମାବାସ୍ୟ ରେ ମହାସଂଯୋଗ, ଭାଗ୍ୟଶାଳୀ ଏହି ୫ଟି ରାଶି

ଆପଣମାନଙ୍କୁ ଆସନ୍ତା ଦୀପାବଳିର ହାର୍ଦିକ ଶୁଭେଛା , ଯେମିତି ଆପଣମାନେ ସମସ୍ତେ ଜାଣନ୍ତି ଏହି ବର୍ଷର ଦୀପାବଳି ପଡୁଛି ଆସନ୍ତା ନଭେମ୍ବର ୧୪ ତାରିଖରେ , ତାହା ସହିତ କାଳୀ ପୂଜା ମଧ୍ୟ ପଡୁଛି । ଦୀପାବଳି ଭାରତ ବର୍ଷରେ ବହୁ ଆଡମ୍ବରରେ ପାଳନ କରାଯାଏ । ଦୀପାବଳିର ଏହି ସମୟରେ ଗ୍ରହ ମାନଙ୍କର ଚଳନରେ ବଡ ପରିବର୍ତନ ହେବାକୁ ଯାଉଛି । ଗ୍ରହମାନଙ୍କର ଏହି ପରିବର୍ତନ ହେତୁ କିଛି ରାଶିଙ୍କୁ ଶୁଭ ଫଳ ମିଳିବାକୁ ଯାଉଥିବା ବେଳେ କିଛି ରାଶି ଉପରେ ଖରାପ ସମୟ ଆସିବାକୁ ଯାଉଛି ।

ଏହି ଗ୍ରହମାନଙ୍କର ଚଳନ ହେତୁ ମଣିଷ ଜୀବନରେ ଖୁସି ଓ ଦୁଃଖର ଛାୟା ପଡିଥାଏ । ଏହି ଦୀପାବଳି ପରଠାରୁ ଏହି ୫ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଦୀର୍ଘ ୮୦ ବର୍ଷ ପରେ ଗ୍ରହମାନଙ୍କ ସଂଯୋଗରେ ଏହି ମହାମିଳନ ହେବାକୁ ଯାଉଛି , ବାରଟି ରାଶି ମଧ୍ୟରୁ ଏହି ପାଞ୍ଚଟି ରାଶିଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ରାଶି କେଉଁମାନେ ।

ବୃଷ ରାଶି

ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଏଡେଇ ପାରିବେ । ସବୁ ବିବାଦର ସମାଧାନ ହୋଇଯିବ । କଷ୍ଟ ଭୋଗିଲେ ମଧ୍ୟ ଆପଣ ଲାଭବାନ ହେବେ, ସମ୍ମାନିତ ହେବେ । ବନ୍ଧୁ ବିଛେଦ ଘଟିପରେ କିନ୍ତୁ ଏହା ଦ୍ଵାରା ଆପଣ ଲାଭବାନ ହେବେ । ବିଭିନ୍ନ ଦିଗରୁ ଧନର ଆଗମନ ହେବ । ଯାତ୍ରା ଦ୍ଵାରା ଲାଭବାନ ହୋଇପାରନ୍ତି । କର୍ମ ଜଞ୍ଜାଳରେ ରହି ବିରକ୍ତି ପ୍ରକାଶ କରିପାରନ୍ତି , ଶତ୍ରୁ ଦ୍ଵାରା ଉପକୃତ ହେବେ ।

ଆପଣଙ୍କ ମନ ପ୍ରଫୁଲ ରହିବ, ଘର ପରିବାର ଓ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ଆପଣ ପରୀକ୍ଷାରେ ସଫଳ ହେବେ , ସମସ୍ତ ଉଦବେଗରୁ ଦୂରେଇଯିବେ , ଶତୃ ଙ୍କ ଦାଉରୁ ମୁକ୍ତି ପାଇବେ । ମାଙ୍ଗଳିକ କାର୍ଯରେ ଯୋଗଦେବେ , ଦୀର୍ଘ ଦିନର କୌଣସି ଇଛା ଆପଣଙ୍କର ପୂରଣ ହେବ ।

ସିଂହ ରାଶି

ଅଟକି ରହିଥିବା କାର୍ଯରେ ଉପକୃତ ହେବେ , ଧନ ଅଭାବରୁ ମୁକ୍ତ ହେବେ , ବହୁ ଦିନର ଅନୁସନ୍ଧାନରେ ଉପକୃତ ହେବେ । ଅଟକି ରହିଥିବା କାର୍ଯରେ ଉପକୃତ ହେବେ । ଯାତ୍ରାରେ କୌଣସି ବିଘ୍ନ ଘଟିବ ନାହିଁ ଦୂର ଯାତ୍ରା ଦ୍ଵାରା ଲାଭବାନ ହେବେ । ଗୃହ କାର୍ଯରେ ମନଦେବେ । ବିଚାର ବିଭ୍ରାଟ ଘଟିଲେ ମଧ୍ୟ ଆପଣ ଲାଭବାନ ହେବେ । ଶତୃଙ୍କ କବଳରେ ପଡି ପାରନ୍ତି , ଯାତ୍ରା ଆଦିରେ ଲାଭବାନ ହେବେ ।

ଭାଗ୍ୟ ଆପଣଙ୍କର ସାଥ ଦେବେ , ବାଧ୍ୟତାର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ କରିପାରନ୍ତି । ଶାରୀରିକ କଷ୍ଟ ହେଲେ ମଧ୍ୟ ଆପଣ କାର୍ଯରେ ସଫଳ ହେବେ । ଆପଣଙ୍କର ଆର୍ଥିକ ଅବସ୍ଥା ସୁଧୁରି ଯିବ , କୌଣସି ପ୍ରତି ଯୋଗିତାରେ ଭାଗ ନେଇପାରନ୍ତି , ଆପଣଙ୍କର ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।

ତୁଳା ରାଶି

କୌଣସି ପ୍ରତିଯୋଗିତାରେ ଭାଗ ନେଇପାରନ୍ତି , ଆପଣ ଏଥିରେ ବିଜୟୀ ହେବେ , ପାରିବାରିକ ଜୀବନ ସୁଖରେ କଟିବ, ଚାକିରିରେ ସୁଫଳ ପାଇବେ । ଯାନ ବାହାନ କ୍ରୟରେ ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ , କର୍ମ ଚଞ୍ଚଳ ରହିବେ । ସୁଖ ସମ୍ମାନ ମିଳିବ । ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ, ସବୁବେଳେ ମନ ଆପଣଙ୍କର ଠିକ ରହିବ , ତୀର୍ଥର ଯୋଗ ରହିଛି , ବନ୍ଧୁ ମିଳନର ଯୋଗ ରହିଛି ।

ବ୍ୟବସାୟରେ ଅଗ୍ରଗତି ଘଟିବ , କୌଣସି ମାଙ୍ଗଳିକ କାମରେ ଯୋଗ ଦେଇପାରନ୍ତି । କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଶିବଙ୍କ ଦର୍ଶନ କରି ଲାଭାନ୍ୱିତ ହେବେ , ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ଧନୁ ରାଶି

ଦୀର୍ଘ ଦିନରୁ ଅପେକ୍ଷା କରିଥିବା କୌଣସି କାର୍ଯରେ ଆପଣ ସଫଳତା ପାଇବେ । ଅଭାବ ଦୂରେଇ ଯିବ , ପୂର୍ବରୁ ଲାଗିଥିବା ସମସ୍ୟାର ସମାଧାନ ହେବ । ବନ୍ଧୁ ବର୍ଗରେ ସମ୍ମାନିତ ହେବେ , ସେମାଙ୍କର ସାହାର୍ଯ୍ୟ ସହଯୋଗ ମିଳିବ । ଦେବ ଦର୍ଶନରେ ଆନନ୍ଦ ପାଇବେ , ଶାନ୍ତିରେ ସମୟ କଟିବ , ସମସ୍ୟାରେ ଅବଗତି ଘଟିବ । ବିଭିନ୍ନ ଦିଗରୁ ଖୁସି ମିଳିବ । କାର୍ଯରେ ବ୍ୟସ୍ତ ରହିବେ , ଆୟ ବଢାଇବା ପାଇଁ ଯୋଜନା କରିପାରନ୍ତି । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ, ପରିବେଶରୁ ଆପଣ ଫାଇଦା ଉଠେଇବେ ।

କୁମ୍ଭ ରାଶି

କୌଣସି ମୁଲ୍ୟବାନ ଭୂଷଣ ଆଦି କ୍ରୟ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ , ପରିବାରରେ ସୁଖ ବଢିବ ସମସ୍ତ ବାଧାବିଘ୍ନ ଦୂରେଇଯିବ , ବନ୍ଧୁ ମେଳରେ ଆନନ୍ଦିତ ହେବେ , କୌଣସି ଉତ୍ସବ ଆଦିରେ ଯୋଗ ଦେବେ ପରିବେଶରୁ ଲାଭବାନ ହେବେ । କାର୍ଯ୍ୟ ଦକ୍ଷତା ହେତୁ ସମ୍ମାନିତ ହେବେ । ଅଟକି ରହିଥିବା କାର୍ଯରେ ଆପଣ ଲାଭବାନ ହେବେ । ଧନ ଲାଭ ଯୋଗ ରହିଛି । ଭୟରୁ ଆପଣଙ୍କୁ ମୁକ୍ତି ମିଳିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *