ଦୀପ ଜଳାଇବା ସମୟରେ ପାଳନ କରନ୍ତୁ ଏହି ସବୁ ନିୟମ, ଭାଗ୍ୟ ଚମକିବ – Ajira Anuchinta

ବନ୍ଧୁଗଣ ହିନ୍ଦୁଧର୍ମରେ ଦେବୀ ଦେବତା ମାନଙ୍କର ପୂଜା ଅର୍ଚନାକୁ ସବୁଠାରୁ ମହତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି । ଏପରି କୁହାଯାଇଥାଏ ଯେ, ଆଳତି କରିବା ଦ୍ଵାରା ବ୍ୟକ୍ତିର ପାପ ନଷ୍ଟ ହୋଇଥାଏ ଓ ବ୍ୟକ୍ତି ମାନଙ୍କୁ ଶାନ୍ତି ଆସିଥାଏ । ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସଫା ମନରେ ଆଳତି କରିବେ ତା ହେଲେ ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହୋଇଯିବ । ବାସ୍ତୁ ଦୋଷକୁ ଦୂର କରିବା ପାଇଁ ସବୁଦିନ ଦୀପ ଜଳାଇବା ନିହାତି ଦରକାର । ଯେତେବେଳେ ଆମେ ଭଗବାନଙ୍କର ପୂଜା କରିଥାଉ ସେତେବେଳେ ଆମେ ଭଗବାନଙ୍କ ସାମ୍ନାରେ ଦୀପ ଜଳାଇଥାଉ । ବନ୍ଧୁଗଣ ସାଧାରଣତଃ ପୂଜା କରିବା ସମୟରେ ଦୁଇ ପ୍ରକାରର ଦୀପ ଜଳା ଯାଇଥାଏ । ଗୋଟେ ହେଉଛି ଘିଅ ଦୀପ ଓ ଅନ୍ୟଟି ହେଉଛି ତେଲ ଦୀପ ।

ବନ୍ଧୁଗଣ ଏହି ଦୀପକୁ ଜଳାଇବା ସମୟରେ କିଛି ନୀତି ନିୟମକୁ ପାଳନ କରିବା ନିହାତି ଆବଶ୍ୟକ । ଆସନ୍ତା ନଭେମ୍ବର ୧୪ ତାରିଖ ଶନିବାର ଦିନ ପଡୁଛି ଦୀପାବଳି ପର୍ବ । ବନ୍ଧୁଗଣ ସେହି ଦିନ ଯଦି ଆପଣ ଦୀପ ଜଳାଇବା ସମୟରେ କିଛି ନୀତି ନିୟମର ପାଳନ କରିବେ ତା ହେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖରେ ଭରିଯିବ ।


ଏହା ବ୍ଯତୀତ ଆପଣ ମାନଙ୍କୁ ଦେବୀ ଦେବତା ମାନଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ମିଳିବ । ହେଲେ ଯଦି ବନ୍ଧୁଗଣ ଆପଣ ଏହି ନୀତି ନିୟମର ପାଳନ କରିବେ ନାହିଁ ତା ହେଲେ ଆପଣଙ୍କୁ ବହୁତ ଆର୍ଥିକ ଓ ମାନସିକ କଷ୍ଟ ସହ୍ୟ କରିବାକୁ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନୀତି ନିୟମ ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ନିଜ ଘରେ ଘିଅର ଦୀପ ଲଗାଉଛନ୍ତି ତା ହେଲେ ଆପଣଙ୍କୁ ସ୍ଵଛ ଦୀପର ବ୍ୟବହାର କରିବା ଉଚିତ ଓ ଯଦି ଆପଣ ତେଲର ଦୀପ ବ୍ୟବହାର କରୁଛନ୍ତି ତା ହେଲେ ଆପଣ ଏକ ନାଲି ରଙ୍ଗର ସୂତାକୁ ସଳିତା କରି ଦୀପ ଜଳାନ୍ତୁ ।

୨. ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକାଳ ଓ ସନ୍ଧ୍ୟା ସମୟରେ ଦୀପ ଜଳାଇବା ଦ୍ଵାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ବ୍ଯତୀତ ଘରେ ଥିବା ସୁଖ ଓ ସମୃଦ୍ଧି ବଜାୟ ରହିଥାଏ ।

୩. ବନ୍ଧୁଗଣ ଯଦି ଆପଣମାନେ ନିୟମିତ ଭାବରେ ଘରର ଦ୍ଵାରରେ ଦୀପ ଜଳାଉଛନ୍ତି ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ । ହେଲେ ବନ୍ଧୁଗଣ ଯଦି ଆପଣ ଦୀପ ଘର ଦ୍ଵାରରେ ଜଳାଉଛନ୍ତି ତା ହେଲେ ଆପଣ ଧ୍ୟାନ ରଖନ୍ତୁ ଯେ ଦୀପକୁ କେବେହେଲ ତଳେ ଯେପରି ନରଖିବେ । ଏଥିପାଇଁ ଆପଣ ଚାଉଳ ବା ଅନ୍ଯାନ୍ଯ ଜିନିଷର ବ୍ୟବହାର କରିପାରିବେ ।

୪. ଯଦି ବନ୍ଧୁଗଣ ଆପଣ ମାନେ ଘରର ପିଇବା ପାଣି ପାଖରେ ଦୀପ ଜଳାଇବେ ତା ହେଲେ ଆପଣଙ୍କୁ କେବେ ହେଲେ ଧନର ଅଭାବ ହେବ ନାହିଁ ।

୫. ବନ୍ଧୁଗଣ କେବେହେଲେ ଦୀପକୁ ଜଳ ବା ଫୁଙ୍କିକି ଲିଭାନ୍ତୁ ନାହିଁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ । ଯାହା ଫଳରେ ଆପଣଙ୍କୁ ଜୀବନ ସାରା ଶାରୀରିକ ଓ ମାନସିକ ସମସ୍ଯା ଭୋଗ କରିବାକୁ ପଡିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *