ଆଜି ବହୁତ ବଦଳି ଯାଇଛନ୍ତି Ramayan ର ଏହି କୁନି ଲବ କୁଶ ଓ ଏମାନେ ହେଉଛନ୍ତି ତାଙ୍କର ରିଅଲ ଲାଇଫ ପତ୍ନୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାନନ୍ଦ ସାଗରଙ୍କର ଚର୍ଚିତ ସିରିଏଲ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ସେହି ସମୟରେ ଏହି ସିରିଏଲରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହି ସିରିଏଲରେ ଦୁଇଟି ଶିଶୁକଳାକାର ବହୁତ ସୁନ୍ଦର ଲବକୁଶର ଭୂମିକା ପଦର୍ଶନ କରିଥିଲେ । ଯାହାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲରେ ଦୁଇଟି ଶିଶୁ ଆଜ୍ଞାକାରୀ ଓ ସାହସୀ ଲବକୁଶର ଭୂମିକା ପଦର୍ଶନ କରି ସେହି ସମୟରେ ପ୍ରସିଦ୍ଧି ହାସଲ କରିଥିଲେ ।

ହେଲେ ବନ୍ଧୁଗଣ ଏହି ସିରିଏଲଟି ବନ୍ଦ ହେବାର ବହୁତ ବର୍ଷ ହୋଇସାରିଛି ଓ ଏହି ସିରିଏଲରେ ଲବକୁଶର ଭୂମିକା ପଦର୍ଶନ କରିଥିବା ଶିଶୁକଳାକାର ମାନେ ମଧ୍ୟ ବହୁତ ବଡ ହୋଇଯାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଟି ଶିଶୁକଳକାରଙ୍କ ବିଷୟରେ କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁକଳାକାରଙ୍କ ବିଷୟରେ ।

ମୟୂରେଶ ସେତ୍ରମାଦେ- ବନ୍ଧୁଗଣ ରାମାୟଣ ସିରିଏଲରେ ଲବର ଭୂମିକା ପଦର୍ଶନ କରିଥିବା ଶିଶୁକଳାକାରଙ୍କ ଅସଲ ନାମ ହେଉଛି ମୟୂରେଶ ସେତ୍ରମାଦେ । ଏହି ସିରିଏଲଟି ଏହି ଦୁଇଜଣଙ୍କ ପାଇଁ ପ୍ରଥମ ସିରିଏଲ ଥିଲା ଯେଉଁଥିରେ ଏମାନେ ଲବକୁଶର ଭୂମିକାକୁ ବହୁତ ଭଲ ଭାବରେ ପଦର୍ଶନ କରିଥିଲେ ।

ସମୟ ସହିତ ମୟୂରେଶ ମଧ୍ୟ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ୪୩ ବର୍ଷ ବୟସର ହୋଇ ସାରିଛନ୍ତି । ରାମାୟଣ ପରେ ସେ ଏହି ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିଥିଲେ । ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି ଓ ଏକ ଆଇଡି ସଲ୍ୟୁସନ କମ୍ପାନୀର ମାଲିକ ଅଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୟୂରେଶ ବିବାହ କରିନାହାନ୍ତି । ସେ ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ସ୍ଵପନିଲ ଜୋଶୀ- ବନ୍ଧୁଗଣ ରାମାୟଣ ସିରିଏଲରେ କୁଶର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରଙ୍କ ନାମ ହେଉଛି ସ୍ଵପ୍ନିଲ ଜୋଶୀ । ଏହି ସିରିଏଲଟି ଏହି ଦୁଇଜଣଙ୍କ ପାଇଁ ପ୍ରଥମ ସିରିଏଲ ଥିଲା ଯେଉଁଥିରେ ଏମାନେ ଲବକୁଶର ଭୂମିକାକୁ ବହୁତ ଭଲ ଭାବରେ ପଦର୍ଶନ କରିଥିଲେ । ହେଲେ ବନ୍ଧୁଗଣ ସମୟ ସହିତ ଏହି ଶିଶୁ କଳାକାର ମାନେ ବହୁତ ଅଧିକ ବଡ ହୋଇ ସାରିଛନ୍ତି । କୁଶର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାର ସ୍ଵପ୍ନିଲ ଜୋଶୀ ଆଜି ୪୧ ବର୍ଷ ବୟସର ହୋଇ ସାରିଛନ୍ତି ଓ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି ।

ଏହି ସିରିଏଲଟି ଶେଷ ହେବା ପରେ ସେ ନିଜ କ୍ୟାରିୟରକୁ ଜାରି ରଖିଥିଲେ ଓ ବହୁତ ମରାଠୀ ସିନେମାରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ବ୍ୟତୀତ ସେ ଛୋଟ ପରଦାରେ କୃଷ୍ଣା ଓ ଗୋଳମାଳ ହେ ଭାଇ ସବ ଗୋଳମାଳ ହେ, ଆଦି ସିରିଏଲ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସ୍ଵପ୍ନିଲଙ୍କର ପତ୍ନୀଙ୍କ ନାମ ହେଉଛି ଲୀନା ଆରାଧ୍ୟା ଓ ତାଙ୍କର ଏକ ଛୋଟ ଝିଅ ମଧ୍ୟ ଅଛି, ଯାହାର ନାମ ହେଉଛି ମାଏରା ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରାମାୟଣ ରେ ଏହି ଦୁଇ କୁନି କଳାକାରଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ , ଧନ୍ୟବାଦ

Leave a Reply

Your email address will not be published. Required fields are marked *