‘Dinesh ତୁ ଖୁସିରେ ରହ, ମୁଁ ଯାଉଛି…ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ କହି ମୋତେ ନେଇଯାଉଥିବେ ଲୋକେ, ଆଉ ତୁ…’ Deepika

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା ଦିନେଶ ଙ୍କୁ ନେଇ କିଛି ଏଭଳି କଥା କହିଛନ୍ତି ଯାହା ଆପଣ ମାନେ ଶୁଣିଲେ ମର୍ମାହତ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଦୀପିକା ଭାଙ୍ଗିପଡି କହିଛନ୍ତି ଯେ ମୁଁ ତୋ ଜୀବନରୁ ଚାଲି ଯାଉଛି । ତୁ ଖୁସିରେ ରହ ଦିନେଶ । ଏହିଠାରୁ ହିଁ କୋକେଇ ଉଠିବ । ତୋର ଦୁଆର ବନ୍ଧ ପାଖରୁ ହିଁ ମୁଁ ୬ ଖଣ୍ଡ କାଠ କୋକେଇ ରେ ଜିବି ତାଙ୍କ ଉପରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ’ କହି ନେଇଯାଉଥିବେ ଘର ଲୋକେ ।

ଦେହରେ ପଡିଥିବ ଧଳା ଲୁଗା ଆଉ ଲୁଗା ଉପରେ ପଡିଥିବ ସିନ୍ଦୁର । ମଲାପରେ ତାଙ୍କୁ ସଧବା ବେସ କରାଇବେ ତଥା ନାଲି ଶାଢୀ ପିନ୍ଧାଇବେ ଏବଂ ନାଲି ଚୁଡି ପିନ୍ଧାଇବେ ଆଉ ପାଦରେ ଅଳତା ତଥା ହାତରେ ମେହେନ୍ଦି ଲଗାଇବେ । ଆଉ ଯେତେବେଳେ ତାଙ୍କ ମଥାରେ ସିନ୍ଦୁର ଦେବା ସମୟ ଆସିବ ସେତେବେଳେ ଦିନେଶ ଙ୍କୁ କହିଛନ୍ତି ଆସି ସିନ୍ଦୁର ଦେବାକୁ ।

ମାତ୍ର ବଞ୍ଚିଥାଉ ଥାଉ ସିନ୍ଦୁର ମିଳିଲାନି କିନ୍ତୁ ଜୀବନ ହାରିଲା ପରେ ସିନ୍ଦୁର ପିନ୍ଧାଇବା କଥା କହିଛନ୍ତି ଦୀପିକା । ଏହା ତାଙ୍କର ଶେଷ ଇଚ୍ଛା ବୋଲି କହିଛନ୍ତି ଆଉ ତାଙ୍କ କୋକେଇରେ କାନ୍ଧ ଦେବାକୁ କହିଛନ୍ତି ସେ । ଆଉ ଯେତେବେଳେ କୋକେଇରେ ମଶାଣି ଯାଉଥିବେ ସେତେବେଳେ ଆଗେ ଆଗେ ଦିନେଶ ଯାଉଥିବେ ବୋଲକି କହିଛନ୍ତି । ମାଶାଣି ରେ ତାଙ୍କୁ ଟେକି ଜୁଇରେ ଶୁଆଇବେ ଆଉ ତାଙ୍କ ପୁଅ ହାତ ଧରି ମୁଖାଗ୍ନି ଦେବେ ।

ହସି ହସି ସେ ଦୁନିଆରୁ ବିଦାୟ ନେବେ ତଥା ତାଙ୍କ ଘର ସାମ୍ନାରେ ମଧ୍ୟ ଆଉ କେହି ଧାରଣା ଦେବାକୁ ନଥିବେ । ସବୁଦିନ ଲାଗି ଦୀପିକା ଦିନେଶ ଙ୍କ ଜୀବନରୁ ଚାଲିଯିବ । କିଛି ଦିନପରେ ଓଡିଶାବାସୀ ମଧ୍ୟ ଭୁଲିଯିବେ ଦିନେଶ ଦୀପିକା ଙ୍କ ପ୍ରେମକାହାଣୀ । ମାତ୍ର ଏହି ସମୟରେ ଦିନେଶ ଙ୍କୁ କହିବାକୁ ଆଉ କେହି ନଥିବେ । ବଞ୍ଚି ଥାଉ ଥାଉ ଦୀପିକା ମରିଗଲେଣି କାରଣ ସମସ୍ତଙ୍କ ନଜରରେ ସେ ବର୍ତ୍ତମାନ ଚରିତ୍ରହୀନା ।

ସେ ଆଉ କେତେ ସହିବେ ? ବାପା ମା’ ମାରିଲେ ତଥା ଅଶ୍ଳୀଳ ଭାଷାରେ ଗାଳି କରିଲେ ବହୁତ କିଛି ହୋଇଗଲା ମାତ୍ର ଦିନେଶ ସେଠାରେ ଥାଇ ମଧ୍ୟ ନୀରବ ରହିଲେ । ଏହିଭଳି କହି ଦୀପିକା ଦୁଃଖ ରେ ଭାଙ୍ଗି ପଡିଛନ୍ତି ଏବଂ ନିଜ ଜୀବନ ହରାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *