ଦିନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କଲି, ଜାଣିନି ବିଜୁ ବାବୁ ଫୋନ ଉଠାଇଛନ୍ତି, ମୁଁ କିନ୍ତୁ ଶୋଧି ଚାଲିଛି….ତା ପରଦିନ ସେ ମତେ ଡାକି..

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଜୁ ବାବୁଙ୍କୁ ମୁଁ ବହେ ଗାଳିଗୁଲଜ କରି କଥା କହିଥିଲି । ହେଲେ ସେ ଉପରେ ନରାଗିକି ମୋ ଦୁଃଖ ବୁଝିଥିଲେ । ତେବେ ଏପରି କିଛି କଥା ଜଣେ ସମାଜସେବୀଙ୍କ ମୁହଁରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଉତ୍ସଭରେ କହିଛନ୍ତି । ତେବେ ସମାଜସେବୀଙ୍କ କହିବ ଅନୁଯାଇ ରାଉଲକେଲାରେ ମୁଁ ଯେତେବେଳେ ସଂଘର୍ଷ କରୁଥିଲି । ସେତେବେଳେ ଆର୍ଥିକ ଅବସ୍ଥା ମୋର ଭଲ ନଥିଲା ।

ମୁଁ ସମାଜ ସେବା କରିବା ପାଇଁ ବହୁତ ମନ ବଳାଇଥାଏ । ତେଣୁ ରାଉଳକେଲାରେ ଗୋଟିଏ ଇଣ୍ଡଷ୍ଟ୍ରି ଖୋଲିଥିଲି । ସେଥିରୁ ଯେଉଁ ରୋଜଗାର ହୁଏ । ସେଥିରୁ ମୁଁ ଟଙ୍କା ଆଣିକି ଲୋକଙ୍କ ସେବାରେ ଲଗାଇଥାଏ । ହେଲେ ଇଣ୍ଡଷ୍ଟ୍ରିର ସାମଗ୍ରୀ ଗୁଡିକେ ହେଇକି ସେମିତି ପଡିଥାଏ । ବଡ ବଡ ସବୁ କମ୍ପାନିମାନ ରହିଥାନ୍ତି । ହେଲେ ଓଡିଶାର ସାମଗ୍ରୀ ଏତେ ମାତ୍ରାରେ ଚାହିଦାରେ ନଥାଏ ।

ତେଣୁ ସେମାନେ ଏହାକୁ କିଣିନଥାନ୍ତି । ତେଣୁ ଏପରି ହେଉ ହେଉ କିଛି ଦିନ ଗଲା ପରେ ମନ ଖରାପ କରି  ମୁଖ୍ୟମନ୍ତ୍ରୀଙ୍କ କାର୍ଜ୍ଯାଳୟକୁ ଫୋନ କରିଦେଇଥିଲି । ତାପରେ ରାଗ ବଶତଃ ବହୁତ କିଛି କଥା ଗାଳି ଭଳି କରି କହିଦେଇଥିଲି । ହେଲେ ସେହି ସମୟରେ ମୁଁ କରିଥିବା ଫୋନଟିକୁ ସେତେବେଳର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ବାବୁ । ସେ ନିଜେ ଫୋନଟି ଉଠାଇ ମୋର ସବୁ କଥା ଶୁଣିବା ସହ ମୋ ଗାଳିକୁ ବି ସହିକି ରହିଥିଲେ ।

ତାପରେ ମୋତେ ସଙ୍ଗେ ସଙ୍ଗେ ସାକ୍ଷାତ କରିବାକୁ କଥା କହିଲେ । ତେବେ ସମାଜସେବୀଙ୍କ କହିବା ଅନୁଯାଇ ମୁଁ ତାଙ୍କୁ ସାକ୍ଷାତ କରିବା ସମୟରେ ସେ ମୋତେ ମୋର ଅସୁବିଧା ସମ୍ପର୍କରେ ପଚାରିଥିଲେ । ତାପରେ ମୁଁ ଯାହା ଯାହା ସବୁ ଇଣ୍ଡଷ୍ଟ୍ରିକୁ ନେଇ କହିଥିଲେ । ବିଜୁ ବାବୁ ସଙ୍ଗେ ସଙ୍ଗେ ବଡ ବଡ କମ୍ପାନୀ କର୍ପୋରେସନ ମାନଙ୍କୁ ଓଡିଶାର ପ୍ରଡ଼କ୍ଟ ନିଅନ୍ତୁ । ପ୍ରଡ଼କ୍ଟ ଉତ୍ପାଦନର କମ ସେ କମ ୨୫ ପ୍ରତିଶତ ଇଣ୍ଡଷ୍ଟ୍ରି ମାନଙ୍କରୁ ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରି କହିଥିଲେ । 

ତେବେ ବିଜୁ ବାବୁ ଖାଲି ସମୃଦ୍ଧ ଓଡିଶାର ସ୍ଵପ୍ନ ଦେଖୁନଥିଲେ । ତାହାକୁ ପୂରଣ କରିବା ମଧ୍ୟ କାର୍ଯ୍ୟ ସେ କରିକି ଦେଖାଉଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *