ଲୋକଙ୍କ ପାଇଁ ଆଜି ଗାଡି ଘର ସବୁ କରିଥିଲେ, ହେଲେ ଏବେ ଏମିତି କଣ ହେଲା କି…ଲୋକେ କହିଲେଣି ପିଣ୍ଟୁ ତମେ ବଦଳିଗଳଲ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କର ଅତି ପ୍ରିୟ ୟୁଟ୍ଯୁବର ରୂପା ଓ ପିନ୍ଟୁ ଓଡିଶାର ପ୍ରାୟତଃ ଘରେ ଘରେ ବହୁ ଭାବରେ ସୁପରିଚିତ ଯୋଡି ! ତେବେ କୋରୋନା ମହାମାରୀ ସମୟରେ ରୂପା ଓ ପିନ୍ଟୁଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଲୋକଙ୍କର ମନୋରଞ୍ଜନ କରାଇ ବହୁ ଲୋକପ୍ରିୟତା ମଧ୍ୟ ସେମାନେ ପାଇପାରିଥିଲେ ।

ତେବେ ସେହି ସମସ୍ତଙ୍କର ପ୍ରିୟ ଯୂଟ୍ଯୂବର ପିନ୍ଟୁଙ୍କ ନାମରେ କିଛି ଏପରି ବିବାଦ ଉଠିବାର ସୋସିଆଲ ମିଡିଆରେ ଚର୍ଚା ହେବାକୁ ଲାଗିଲାଣି । ତେବେ ଯେଉଁଠାରେ ସବୁ କହୁଛନ୍ତି ଯୂଟ୍ଯୂବର ପିନ୍ଟୁଙ୍କର ବହୁତ ଗର୍ବ ବଢିଗଲାଣି । ତେବେ ପିନ୍ଟୁ ଓ ରୂପାଙ୍କର ଭିଡିଓ ଦେଖିକି ଯେଉଁ ଲୋକମାନେ ଲାଇକ୍, ଓ ଭଲ ଭଲ କମେଣ୍ଟ କରି ଗଦାଇ ପକାଉଥିଲେ । ସେହି ପ୍ରଶଂସକ ମାନଙ୍କ ମଧ୍ୟରୁ କିଛି ଜଣଙ୍କ ପିନ୍ଟୁଙ୍କ ପ୍ରତି ମନ ଭାବ ବଦଳିଗଲାଣି ।

କିଛି ଲୋକ କହୁଛନ୍ତି । ପିନ୍ଟୁଙ୍କର ଟଙ୍କା ଅଧିକ ହୋଇଗଲାଣି ବୋଲି ତାଙ୍କର ଭାଉ ଓ ଗର୍ବ ହେଇଗଲାଣି । ସେ ଲୋକମାନଙ୍କୁ ଆଉ କୁଆଡେ ଖାତିର କରୁନାହାନ୍ତି । ତେଣୁ ପିନ୍ଟୁଙ୍କ ବିଡିଓ ତଳେ କମେଣ୍ଟ ସେକ୍ସନରେ ଏପରି କିଛି ପିନ୍ଟୁଙ୍କର ଗର୍ବ ବହୁତ ବଢି ଯାଉଛି ବୋଲି କମେଣ୍ଟ ସବୁ ଆସିବାରେ ଲାଗିଛି । ତେବେ ସୂଚନା ମୁତାବିକ ରୂପା ପିନ୍ଟୁ ଯେତେବେଳେ ଛୋଟ ବଡ ଯାହା  ଭିଡିଓ କରି ଧୀରେ ଧୀରେ ଫେମସ ହେବାକୁ ବସିଲେ ।

ତେଣୁ କ୍ୟାମେରା ଧରିବାକୁ କିମ୍ବା ଭିଡିଓ ଏଡିଟିଂ କରିବାକୁ ବା ଭିଡିଓ ପ୍ରସ୍ତୁତ ସମୟରେ ଅନ୍ୟ କିଛି କାମ କରିବାକୁ ପିନ୍ଟୁ ନିଜ ସାଥିରେ ଅନ୍ୟ କିଛି ପିଲାଙ୍କୁ ମଧ୍ୟ ରଖିଥିଲେ । ତେବେ ସେମାନଙ୍କ ସହିତ ସେତେବେଳେ ଭଲ ବ୍ୟବହାର କରୁଥିବା ପିନ୍ଟୁ ବର୍ତ୍ତମାନ ସମୟରେ କୁଆଡେ ସେଭଳି ନମ୍ର ହୋଇକି ବ୍ୟବହାର କରୁନାହାନ୍ତି । ତେବେ ପିନ୍ଟୁ, ହାପି ଓ ପିନ୍ଟୁଙ୍କ ଭଉଣୀ ମଧ୍ୟରେ ଏବେ କିଛି ଦିନ ଧରି ଏପରି ଝଗଡା ହେବାରେ ଲାଗିଛି ।

ପିନ୍ଟୁଙ୍କ କହିବା ଅନୁଯାଇ ମୋତେ ଭିଡିଓ କରିବା ସମୟରେ ଯେଉଁମାନେ ସାହାଜ୍ଯ କରୁଥିଲେ । ମୁଁ ସେମାନଙ୍କୁ ପ୍ରାପ୍ୟ ଦେଉଥିଲି । କାହାକୁ ମାଗଣାରେ ତ ଖଟାଉ ନଥିଲି । ସେମାନେ ମୋ ଠାରୁ ସବୁ କିଛି ଶିଖି ସେମାନେ ନିଜର ଗୋଟେ ଗୋଟେ ଚାନେଲ ଖୋଲିଛନ୍ତି । ତେବେ ପିନ୍ଟୁଙ୍କର ଏଭଳି ବ୍ୟବହାର ଓ ଆଚରଣରେ ବହୁ ଲୋକେ କହୁଛନ୍ତି ଯୂଟ୍ଯୂବର ପିନ୍ଟୁଙ୍କର ଗର୍ବ ବଢି ଗଲାଣି ।ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *