ଏହି ମନ୍ଦିରରେ 3 ଥର ପ୍ରଭୁ ହନୁମାନଙ୍କ ମୂର୍ତ୍ତି ବଦଳାଇ ଥାଏ ନିଜର ରୂପ, ପଢନ୍ତୁ ସୂର୍ଯ୍ୟଦେବଙ୍କ ସହ ଜଡିତ ଥିବା ଏହି ପୌରାଣିକ କଥା

ବନ୍ଧୁଗଣ ମଧ୍ୟପ୍ରଦେଶରେ ଭଗବାନ ହନୁମାନଙ୍କର ଏକ ଅଦ୍ଭୁଦ ମନ୍ଦିର ଅଛି । ଏହି ମନ୍ଦିର ମଧ୍ୟରେ ଥିବା ହନୁମାନ ଦିନକୁ ତିନି ଥର ନିଜର ରଙ୍ଗ ବଦଳାଇ ଥାନ୍ତି । ଭଗବାନ ହନୁମାନଙ୍କର ଏହି ପ୍ରାଚୀନ ମନ୍ଦିରରେ ଅନେକ ପ୍ରାଚୀନ କାହାଣୀ ଜଡିତ ହୋଇ ରହିଛି । କୁହାଯାଉଛି ଏହି ମନ୍ଦିର ରାମାୟଣ ସମୟରୁ ରହି ଆସିଛି । କାରଣ ଏହି ସ୍ଥାନରେ ଥିବା ହନୁମାନ ମନ୍ଦିର ରାମାୟଣକାଳରେ ହୋଇଥିବା ଘଟଣା ଗୁଡିକୁ ଦର୍ଶାଇ ଥାଏ ।

ପ୍ରତ୍ୟକ ବର୍ଷ ଦୂର ଦୂରାନ୍ତରୁ ଲୋକମାନେ ଏହି ମନ୍ଦିରକୁ ଆସି ହନୁମାନଙ୍କର ଦର୍ଶନ କରିଥାନ୍ତି ଓ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ହନୁମାନ ମନ୍ଦିର ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏପରି ମାନ୍ୟତା ରହିଛି ଯେ ଭଗବାନ ସୂର୍ଯ୍ୟ ଦେବ ଏହି ସ୍ଥାନରେ ତପସ୍ୟା କରିଥିଲେ । ଭଗବାନ ସୂର୍ଯ୍ୟଙ୍କ ତପସ୍ୟାରେ ଯେପରି କୌଣସି ସମସ୍ୟା ଆସିବ ନାହିଁ ବା ତାଙ୍କ ତପସ୍ୟା ଯେପରି ଭାଙ୍ଗିବ ନାହିଁ ତେଣୁ ଏହି କାରଣ ହେତୁ ଭଗବାନ ହନୁମାନ ଏହି ସ୍ଥାନରେ ଉପସ୍ଥିତ ହୋଇ ଜଗି ଥିଲେ । ସୂର୍ଯ୍ୟ ଦେବଙ୍କ ତପସ୍ୟା ପୂରଣ ହେବା ପରେ ସେହି ସ୍ଥାନ ଛାଡି ସୂର୍ଯ୍ୟ ଦେବ ଚାଲିଯାଇଥିଲେ ଓ ହନୁମାନଙ୍କୁ ସେହି ସ୍ଥାନରେ ରହିବା ପାଇଁ କହିଥିଲେ । ଏହାପରେ ଭଗବାନ ହନୁମାନ ସେହି ସ୍ଥାନରେ ମୂର୍ତ୍ତି ରୂପରେ ରହିଗଲେ ।

ମାନ୍ୟତା ରହିଛି ଯେ, ସୂର୍ଯ୍ୟ ଦେବଙ୍କ କିରଣ ପଡିବା ମାତ୍ରେ ହନୁମାନ ନିଜର ବାଲ୍ୟ ରୂପରେ ନଜର ଆସିଥାନ୍ତି ଓ ଏହାପରେ ଅଲଗା ଅଲଗା ସମୟରେ ନିଜ ରୂପ ବଦଳାଇ ଥାନ୍ତି । ମଣ୍ଡଲା ପାଖାପାଖି ତିନି କିଲୋମିଟର ଦୂରରେ ଥିବା ପୁରୁବାଗାଁରେ ସ୍ଥିତ ଏହି ମନ୍ଦିରକୁ ସୂରଜକୁଣ୍ଡ ନାମ ଦିଆଯାଇଛି । ଏହି ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତି ୨୪ ଘଣ୍ଟାରେ ତିନି ଥର ନିଜର ସ୍ୱରୂପ ବଦଳାଇ ଥାନ୍ତି ।

ସଖାଳ ସମୟରେ ହନୁମାନଙ୍କ ମୂର୍ତ୍ତି ବାଲ୍ୟ ସ୍ୱରୂପ, ଖରାବେଳ ସମୟରେ ଯୁବା ସ୍ୱରୂପ ଓ ସନ୍ଧ୍ୟା ହେବା ପରେ ବୃଦ୍ଧ ସ୍ୱରୂପରେ ନଜର ଆସିଥାଏ । ସବୁଦିନ ହନୁମାନଙ୍କ ମୂର୍ତ୍ତି ତିନି ଥର ବଦଳିଥାଏ । ମନ୍ଦିର ମଧ୍ୟରେ ଥିବା ପୂଜାରୀଙ୍କ ଅନୁସାରେ ସଖାଳ ୪ଟାରୁ ୧୦ଟା ପର୍ଯ୍ୟନ୍ତ ହନୁମାନଙ୍କ ମୂର୍ତ୍ତି ବାଲ୍ୟ ସ୍ୱରୂପ ହୋଇ ରହିଥାଏ । ଏହାପରେ ଯୁବା ସ୍ୱରୂପରେ ବଦଳି ଯାଇଥାଏ ଓ ସନ୍ଧ୍ୟା ୬ଟା ପରେ ସଂପୂର୍ଣ୍ଣ ରାତି ପର୍ଯ୍ୟନ୍ତ ବୃଦ୍ଧା ଅବସ୍ତାରେ ବଦଳି ଥାଏ ।


କୁହାଯାଏ ଯେ, ହନୁମାନଙ୍କର ଏହି ମୂର୍ତ୍ତି ଦୁର୍ଲଭ ପଥରରେ ନିର୍ମିତ ହୋଇଛି । ସ୍ଥାନୀୟ ଲୋକ ମାନଙ୍କ ମତରେ ସୂରଜକୁଣ୍ଡରେ ଅବସ୍ଥିତ ହନୁମାନଙ୍କ ମୂର୍ତ୍ତି ବହୁତ ଦୁର୍ଲଭ ଓ ଖାସ ଅଟେ । ଯେଉଁ ଲୋକମାନେ ଏହି ସ୍ଥାନକୁ ଆସି ହନୁମାନଙ୍କର ପୂଜା କରିଥାନ୍ତି ସେହି ଲୋକଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ମଙ୍ଗଳବାର ଦିନ ଏହି ମନ୍ଦିରରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ । ଅନ୍ୟ ପକ୍ଷରେ ମନ୍ଦିରର ଚତୁଃପାର୍ଶ୍ଵରେ ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *