ଟିକା ନେବା ପରେ କ’ଣ ଖାଇବେ ଓ କେଉଁ କାର୍ଯ୍ୟ କରିବା ବାରଣ, ଜାଣନ୍ତୁ

କରୋନା ମହାମାରୀକୁ ରୋକିବା ପାଇଁ ଆମ ଦେଶରେ ଟୀକା ବା ଭ୍ୟାକ୍ସିନ ବାହାରିଛି । କୋରୋନା ଲଢେଇରେ ଜିତିବାକୁ ହେଲେ କୋବିଦ ଭ୍ୟାକ୍ସିନ ନୂଆ ଅ-ସ୍ତ୍ର ଭାବେ କାମ କରିବ । ସେଥି ପାଇଁ ପୁରା ଦେଶରେ ଟୀକାକରଣ କରିବାକୁ ପ୍ରୟାସ ଜାରି ରହିଛି । ମେ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ତୃତୀୟ ପର୍ଯ୍ୟାୟ ଟୀକା ଦିଆଯାଉଛି । ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶର ନାଗରିକ ମାନେ ଟୀକା ନେବାକୁ ଅପେକ୍ଷା ଥିଲେ ।  କୋଭିଡ ଟୀକା ନେବା ପରେ କଣ ଖାଇବା ଉଚିତ ଓ କେଉଁ ସବୁ କାମ କରିବାକୁ ବାରଣ କରାଯାଇଛି ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- କୋରୋନା ଟୀକା ନେବା ପୂର୍ବରୁ ରାତିରେ ଭଲ ଖାଦ୍ୟ ଖାଇବା ସହ ଅଧିକ ସମୟ ବିଶ୍ରାମ କରନ୍ତୁ । ଭ୍ୟାକ୍ସିନ ନେବା ପୂର୍ବ ରାତିରେ ଭଲ ଭାବେ ଶୁଅନ୍ତୁ । ରାତିରେ ଫାଇବାର ଯୁକ୍ତ ଖାଦ୍ୟ ଖାଇଲେ ଭଲ ନିଦ ହୁଏ । ଟୀକା ନେବା ପୂର୍ବରୁ ସାଲାଟ ଓ ସୁପ ଖାଆନ୍ତୁ । ବ୍ରୋକଲି, ବିନସ କିମ୍ବା ସବୁଜ ପନିପରିବା ଖାଆନ୍ତୁ । ଯଦି ଆପଣ ରାତିରେ ଜଲ୍ଦି  ଖାଇଥାନ୍ତି ତେବେ ଭୋକ ଲାଗିଲେ ଫଳ ଖାଇପାରିବେ । ଖାଦ୍ଯ ଖାଇବା ପରେ କିଛି ସମୟ ପରେ ପାଣି ପିଅନ୍ତୁ ।

୨- ଯଦି ଆପଣ ସକାଳେ ଟୀକା ନେବେ ତେବେ ଓଟସ, ଫଳ, ସବୁଜ ପନିପରିବା, ମଞ୍ଜିଜାତୀୟ ଖାଦ୍ଯ, ଅଣ୍ଡା ଆଦି ଖାଇପାରିବେ । ଯଦି ଆପଣ ମଧ୍ୟାହ୍ନରେ ଟୀକା ନେବେ ତେବେ ସବୁଜ ପନିପରିବା, ଡାଲି ଓ ସାଲାଟ ଆଦି ଖାଆନ୍ତୁ । ଯଦି ଆପଣଙ୍କୁ ଟୀକା ନେବା ପୂର୍ବରୁ ଭୟ ଲାଗୁଛି ତେବେ ଦହି, କଦଳୀ, ତାଜା ଫଳ ଓ ଜୁସ ଆଦି ଖାଇ ଟୀକା ନେବାକୁ ଯାଆନ୍ତୁ ।

୩- ଭ୍ୟାକ୍ସିନ ନେବା ପୂର୍ବରୁ ଓ ପରେ ଜେଭଳି ଆପଣଙ୍କ ଶରୀରରେ ଜଳୀୟଅଂଶ କମ ନ ହୁଏ ସେଥିପ୍ରତି ଧ୍ୟାନ ଦେବେ । ମହିଳାମାନେ ୨.୭ ଲିଟର ଓ ପୁରୁଷମାନେ ୩.୭ ଲିଟର ପାଣି ପିଇବା ଉଚିତ । ଯଦି ଆପଣଙ୍କୁ ଶୋଷ ନ ଲାଗୁଛି ତେବେ ମଧ୍ୟ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରନ୍ତୁ । 

୪- ଟୀକା ନେବା ପରେ କିଛି ଲୋକଙ୍କୁ ବାନ୍ତି ହେବା, ବିଚଳିତ ହେବା, ଦୁର୍ବଳ ଲାଗିବା, ଗୋଡାହାତ ବିନ୍ଧିବା ଆଦି ଅନୁଭବ ହୋଇଥାଏ । ସେଥିପାଇଁ ଆପଣ ସୁପ, ପଇଡ ପାଣି, ତରଭୁଜ, ବ୍ରାଉନ ରାଇସ ଆଦି ହଲକା ଖାଦ୍ଯ ଖାଇପାରିବେ ।

୫- ଟୀକା ନେବା ପରେ ଫ୍ରାଏ ଫୂଡ୍ସ, ମାଂସ, ମିଠା, ତେଲେ ଜାତୀୟ ଜିନିଷ ଖାଇବା ଉଚିତ ନୁହେ । ଯଦି ଆପଣ ମ-ଦ୍ୟ-ପା-ନ କରୁଥିବେ ତେବେ ଟୀକା ନେବା ପୂର୍ବରୁ ଓ ପରେ କିଛି ଦିନ ପାଇଁ ମ-ଦ୍ୟ-ପା-ନ ବନ୍ଦ କରନ୍ତୁ । ଏମିତିରେ ଯଦି ଆପଣ ଆ-ଲ-କ-ହ-ଲ ନେଉଛନ୍ତି ତେବେ ଆପଣଙ୍କ ଶରୀର ଡିହାଇଡ୍ରେଡ ହେବାର ସମ୍ଭାବନା ରହିଛି । 

କୋରୋନା ଭ୍ୟାକ୍ସିନ ନେବା ପରେ ଆପଣଙ୍କ ଶରୀରରେ ହେଉଥିବା ପାର୍ଶ୍ଵ ପ୍ରତିକ୍ରିୟା କିଛି ଦିନ ଭିତରେ ଶେଷ ହୋଇଯିବ । ଅଧିକ ପରିମାଣରେ ପାଣି ପିଇବା ସହ ପୃଷ୍ଟିକର ଖାଦ୍ଯ ଖାଇବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *