କଣ ଆପଣ Digital Payment କରୁଛନ୍ତି ତ ହେଇ ଯାଅନ୍ତୁ ସାବଧାନ ! କେବେ ବି କରିବେନି ଏହି 5 ଭୁଲ ନହେଲେ ଶୂନ୍ୟ ହେଇଯିବ ଆପନ୍ନକ ବ୍ଯାଙ୍କ ଆକାଉଣ୍ଟ

ବନ୍ଧୁଗଣ, ଆଜିକା ସମୟରେ ସମସ୍ତେ କରୁଛନ୍ତି ଡିଜିଟାଲ କାରବାର । ଯଦି ଆପଣ ଡିଜିଟାଲ ନେଣ ଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସତର୍କ । କାରଣ କିଛି ଭୁଲ ନିମନ୍ତେ ଆପଣ ହୀନସ୍ତା ଭୋଗି ପାରନ୍ତି । ଏଭଳି କି ଟଙ୍କା ହରାଇ ଆପଣ କାଙ୍ଗାଳ ମଧ୍ୟ ହୋଇଯିବେ । ଏହିକଥା ଶୁଣି ଆପଣ ଡରିଗଲେ କି ? ଡରିବାର କୌଣସି ଆବଶ୍ୟକତା ନାହିଁ । କେବଳ ସତର୍କ ରହିବା ଜରୁରୀ । ତେବେ ଜାଣନ୍ତୁ ଯେ ଡିଜିଟାଲ ପେମେଣ୍ଟ ବେଳେ ଅଜାଣତରେ ହୋଇଥାଏ କେଉଁ ସବୁ ଭୁଲ ?

ଦେଶରେ ଅନଲାଇନ ଲେଣଦେଣ ବଢିବା ସାଙ୍ଗକୁ ସାଇଭର ଅପରାଧ ମଧ୍ୟ ବଢି ବଢି ଚାଲିଛି । ଗଳି ମୁଣ୍ଡର ତେଜରାତି ଦୋକାନ ହେଉ ଅଥବା ରାସ୍ତା କଡରେ ଠେଲା ଅଥବା ବଡ ମଲ । ଆଜିକାଲି ସବୁଠାରେ ଅନଲାଇନ ବ୍ୟୟ ର ସୁବିଧା ରହିଅଛି । ମାତ୍ର ଏଥିରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଏବେ ଜରୁରୀ ହୋଇ ପଡିଛି । ଆପଣ ଯଦି ଡିଜିଟାଲ ପେମେଣ୍ଟ ଆପ, G pay ଆପ, phone pe ଆପ, ଅଥବା Paytm ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଲାଗି ଏହିସବୁ ଦିଗ ଲାଗି ଧ୍ୟାନ ଦେବା ନିହାତି ଜରୁରୀ ।

ନଚେତ ଆକାଉଣ୍ଟ ଖାଲି ହୋଇ କାଙ୍ଗାଳ ହେବାକୁ ଅଧିକ ସମୟ ଲାଗିବ ନାହିଁ । ଏଥିପାଇଁ ଆପଣଙ୍କ ଆକାଉଣ୍ଟ ଅଥବା ଆଡ୍ରେସ କୁ ସୁରକ୍ଷିତ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ପ୍ରଥମେ ଆପଣ କାହା ସହିତ ନିଜର UPI ଆଡ୍ରେସ ସେୟାର କରନ୍ତୁ ନାହିଁ । ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ଅଥବା ଅନ୍ୟ କୌଣସି ମାଧ୍ୟମରେ ନିଜର UPI ଆଡ୍ରେସ ପାଖକୁ ଅନ୍ୟ କାହାରୀକୁ ପହଞ୍ଚିବାକୁ କେବେହେଲେ ଦିଅନ୍ତୁ ନାହିଁ ।

ଦ୍ଵିତୀୟରେ ଆପଣ ସବୁ ନେଣ ଦେଣ ଲାଗି ମଜବୁତ ସ୍କ୍ରୀନଲକ ଆପ ବ୍ୟବହାର କରନ୍ତୁ । ମଜବୁତ ପିନ ସେଭ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ଏହି ପିନ କୁ ଆପଣ କାହାରି ସହିତ ସେୟାର କରନ୍ତୁ ନାହିଁ । ଯଦି ଆପଣଙ୍କର ପିନ ଲିଙ୍କ ହୋଇଥିବାର ସାମାନ୍ୟ ସନ୍ଦେହ କରନ୍ତି, ତେବେ ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ସେହିପରି ଭେରୀଫାଏଡ ହୋଇନଥିବା ଲିଙ୍କ ରେ କେବେ ମଧ୍ୟ କ୍ଲିକ କରନ୍ତୁ ନାହିଁ କି ଫେକ କଲ ଆଟେଣ୍ଡ କରନ୍ତୁ ନାହିଁ । UPI ସ୍କାନ ଏକ ସାଧାରଣ ଟେକନିକ ଇଉଜର ଙ୍କୁ ଫସାଇବା ଲାଗି ହ୍ୟାକର ମାନେ ନାନା ଫନ୍ଦି କରନ୍ତି ।

ଏଥିଲାଗି ସେମାନେ ପ୍ରାଏତ ଲିଙ୍କ ଶେୟର କରନ୍ତି ନଚେତ ଫେକ କଲ କରନ୍ତି । ଏମିତିକି ଇଉଜର ଙ୍କୁ ଭେରୀଫିକେଶନ ଲାଗି ଏକ ଥାର୍ଡପାର୍ଟି ଡାଉନଲୋଡ କରିବା ନିମନ୍ତେ କୁହନ୍ତି । ମାତ୍ର ଏଭଳି ଲିଙ୍କ ରେ କେବେ ହେଲେ କ୍ଲିକ କରନ୍ତୁ ନାହିଁ ଅଥବା କାହାରୀକୁ ନିଜର ପିନ ଅଥବା ଅନ୍ୟ କୌଣସି ତଥ୍ୟ ଦିଅନ୍ତୁ ନାହିଁ । କେବେହେଲେ ଏକାଧିକ ଆପ ର ଉପଯୋଗ କରନ୍ତୁ ନାହିଁ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *