କ୍ରିକେଟ୍ ହେଲା କାଳ ! ବୋଲିଂ କରୁ କରୁ ଚାଲିଗଲା ଜୀବନ, କଣ ଏମିତି ବି ଆସେ ମୃତ୍ୟୁ, ନଦେଖିଲେ ବିଶ୍ଵାସ ହେବନି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯାଜପୁର ବରି ବ୍ଲକ ର କାହ୍ନୁଚରଣ ପରିଡା । ବୟସ ମାତ୍ର ୧୮ ବର୍ଷ । ପିଲାଟି ଦିନରୁ କ୍ରିକେଟ ପ୍ରତି ଏତେ ଆଗ୍ରହ ଥିଲା ଯେ, ଘରେ ଯେତେ ବିରକ୍ତ ହେଲେ ବି ଖେଳ ନାଁ ଶୁଣିଲେ ବ୍ୟାଟ୍ ଧରି ବାହାରି ପଡ଼ୁଥିଲେ । ଭଲ ବୋଲିଂ ସାଙ୍ଗକୁ ବ୍ୟାଟିଂ ଓ ଫିଲ୍ଡିଂ କରୁଥିଲେ । କିନ୍ତୁ କିଏ ଜାଣିଥିଲା ସେହି କ୍ରିକେଟ ଖେଳ ଦିନେ କାଳ ହେବ ଆଉ ଖେଳୁ ଖେଳୁ ପଡ଼ିଆ ରେ ଟଳି ପଡ଼ିବେ । ବୋଲିଂ କରୁକରୁ ଚାଲିଗଲା ଜୀବନ ।

ପଡ଼ିଆ ରେ ଟଳି ପଡ଼ିଲେ ଯୁବ କ୍ରିକେଟର । ଘର ଯାଜପୁର ଜିଲ୍ଲା ହୋଇଥିଲେ ବି ଭଲ କ୍ରିକେଟ ଖେଳୁ ଥିବାରୁ କେନ୍ଦ୍ରାପଡ଼ା ପେଣ୍ଠପାଳ ରେ ଚାଲିଥିବା ଟି-ଟ୍ୱେଣ୍ଟି ଫାଇନାଲ୍ ଟୁର୍ନାମେଣ୍ଟ ରେ ଖେଳିବା ପାଇଁ ତରଡିପାଲ ଟିମ୍ ରୁ ଡାକରା ପାଇ ଖେଳିବାକୁ ପଡ଼ିଆ କୁ ଓହ୍ଲାଇ ଥିଲେ କାହ୍ନୁ । ମ୍ୟାଚ ଟାଏ ହୋଇଯିବାରୁ ସୁପର ଓଭର ଖେଳା ଯାଇଥିଲା । ଚାରି ଓଭର ବିଶିଷ୍ଟ ସୁପର ଓଭର ଶେଷ ଓଭର ପକାଉ ଥିଲେ କାହ୍ନୁଚରଣ ।

ପାଞ୍ଚଟି ବଲ ପରେ ଶେଷ ଓଭର ବଲ ପକାଇ ବ୍ୟାଟ୍ସମ୍ୟାନ କୁ ବିଟ୍ କରି ଦେବାରୁ ଖୁସି ରେ ଆତ୍ମହରା ହୋଇ ଦୌଡୁଥିବା ବେଳେ ଅଚାନକ ପଡ଼ିଆ ମଝିରେ ଟଳି ପଡ଼ିଥିଲେ । ସାଥି ଖେଳାଳି ଡାକ୍ତରଖାନା କୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏପରି ଦୁଃଖଦ ଘଟଣା ସାରା ଅଞ୍ଚଳ କୁ ସ୍ତବ୍ଧ କରି ଦେଇଛି । ଏକମାତ୍ର ପୁଅ କୁ ହରାଇ ଭାଙ୍ଗି ପଡିଛନ୍ତି ବାପା ଓ ମାଆ ।


ତାଙ୍କ ବାପା ଓ ମାଆ ଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ପଚରା ଯାଇଥିଲା ସେ କହିଥିଲେ ସେ ଘରୁ ଗଲା ବେଳେ ସୁସ୍ଥ ଥିଲେ ଏବଂ ଖେଳିବାକୁ ଯାଉଛନ୍ତି ବୋଲି କହିଥିଲେ । ତାଙ୍କ ସାଥି ଖେଳାଳି ଙ୍କ କହିବାନୁସାରେ କାହ୍ନୁ ହଠାତ ପଡ଼ିଆ ମଝିରେ ଟଳି ପଡ଼ିଲେ । ଯାହା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ତେବେ ବର୍ତ୍ତମାନ କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ସମ୍ପୂର୍ଣ୍ଣ ଅଞ୍ଚଳ । ସ୍ତବ୍ଧ ହୋଇ ଯାଇଛନ୍ତି ସାଥି ଖେଳାଳି ଓ ସମ୍ପର୍କିୟ ।

କାହ୍ନୁ ଙ୍କ ଏଭଳି ମୃତ୍ୟୁ ପରେ ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ । ଯେଉଁ ଭିଡିଓ ରେ ସେ କହୁଛନ୍ତି ଯେ, ବଞ୍ଚିଛି କଥା ହୋଇଯାଅ ନହେଲେ ଖୋଜିଲେ ବି ପାଇବ ନାହିଁ । ତେବେ ସେ କଣ ଜାଣିଥିଲେ ଏଭଳି ଆସିବ ତାଙ୍କର ମୃତ୍ୟୁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *