ଓଃ କି ସୁମଧୁର ସ୍ଵର ! ଏହି ଦିବ୍ୟାଙ୍ଗ ଝିଅଟିର ଗୀତ ଶୁଣି ବାବା ଲୁହ ସମ୍ଭାଳି ପାରିଲେ ନାହିଁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତ୍ଯମ ଶିବଙ୍ଗ ସୁନ୍ଦରମ ! ତେବେ ଏହି ଗୀତକୁ ଜଣେ ଦିବ୍ୟାଙ୍ଗ କୁନି ଝିଅଟି ଗାଈ ସମସ୍ତଙ୍କ ମନ ମୋହିତ କରିଦେଇଛି । ତେବେ ଏହି ଗୀତକୁ ଶୁଣିଲା ପରେ ମଞ୍ଚ ତଳେ ବସିଥିବା ସମସ୍ତ ଦର୍ଶକ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ । ଏହା ସହ ସେଠାରେ ଉପସ୍ଥିତ ଥିବା ବାବା ଦିବାକର ଦାସ ମଧ୍ୟ ଭାବ କଣ୍ଠ ଭରା ଗୀତଟିକୁ ଶ୍ରବଣ କରି  ଆନନ୍ଦିତ ହୋଇ ଯାଇଥିଲେ ।

ତେବେ ଲୋକପ୍ରିୟ ସଙ୍ଗୀତ ସତ୍ଯମ ଶିବମ ସୁନ୍ଦରମ ଏହି ହିନ୍ଦୀ ଗୀତଟିକୁ ବହୁ ଲୋକଙ୍କର ବହୁ ଆଗରୁ ଅନେକ ଭଲ ପାଇବା ମିଳିଯାଇଥିଲା । ପ୍ରଭୁ ମହାଦେବଙ୍କର ଏହି ଆଧ୍ୟାତ୍ମିକ ଭଜନ ଗୀତକୁ ଅନେକ ଲୋକ ଶୁଣି ନିଜର ସକାଳର ଆରମ୍ଭ କରନ୍ତି । କାରଣ ସତ୍ଯମ ଶିବମ ସୁନ୍ଦରମ ଗୀତଟି ଏପରି ଏକ ଗୀତ ଯାହାକୁ ଶୁଣିଲେ । ମନ ଓ ଆତ୍ମା ପବିତ୍ର ହୋଇଯାଇଥାଏ । ମନ ମଧ୍ୟ ପ୍ରଫୁଲିତ ହୋଇଯାଇଥାଏ ।

ତେବେ ଭଜନ ସନ୍ଧ୍ଯା ମଞ୍ଚରେ ଏକ କୁନି ଝିଅ ଏହି ସତ୍ଯମ ସିବମ ସୁନ୍ଦରମ ଭଜନଟିକୁ ନିଜର ମଧୁର କଣ୍ଠରେ ଏପରି ଭାବର ସହ ଗାଇଥିଲେ । ଯେ ବାବା ଦିବାକର ଦାସ ମଧ୍ୟ ଗୀତ ସରିବା ପରେ ଝିଅଟିକୁ ବଦ୍ଧାଇ ଦେବା ପାଇଁ ସ୍ଟେଜ ଉପରକୁ ଆସିଥିଲେ । ଏହା ସହ ଏହି ଗୀତରେ ମୁଗ୍ଧ ହୋଇ ଝିଅଟିକୁ ୫୦୦ ଟଙ୍କା ଖୁସିରେ ପ୍ରଦାନ କରିଥିଲେ । ଏହା ସହିତ ବାବା ଦିବାକର ଦାସଙ୍କ ମୁହଁରୁ କୁନି ଝିଅଙ୍କ ପାଇଁ ଏପରି କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା ।

ଯେଉଁଠାରେ କି ବାବା କହିଥିଲେ । ସ୍ଟେଜ ତଳେ ଝିଅଟିର ଏହି ଭଜନଟିକୁ ଶୁଣି ମୋର ଆଖିରୁ ଲୁହ ବାହାରି ଆସିଲା । କାରଣ ଗୀତଟିରେ ସେତିକି ଭାବ ଭରି ହୋଇ ରହିଥିଲା । ଯେ ଝିଅଟିକୁ ସିନା ଭଗବାନ ଗୋଟିଏ ଇନ୍ଦ୍ରିୟ ଦେଇ ନାହାନ୍ତି । ହେଲେ ସେ ତା’ ର ଭାବଭରା ଗୀତରେ ସମସ୍ତଙ୍କ ଇନ୍ଦ୍ରିୟକୁ ଜୟ କରିନେଇଛି । ମୁଁ ପ୍ରଭୁଙ୍କ ପାଖରେ ଏହି କୁନି ଝିଅଟି ପାଇଁ ଆଶ୍ରୀବାଦ ଭିକ୍ଷା କରୁଛି ।

ଯେ କୁନି ଝିଅଟି ଏହିପରି ଆହୁରି ଭଲ ଭଲ ଗୀତ ବୋଲି ନିଜ ଜୀବନରେ ଅନେକ ସଫଳତା ହାସଲ କରୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *