ଦେଖନ୍ତୁ Video: ଧୂଆଁ ଧୂଆଁ ଦିଶୁଛି ୟୁକ୍ରେନ ଆକାଶ ! ଋଷିଆ ଉପରେ ପରମାଣୁ ବୋମା ପକାଇବ ଫ୍ରାନ୍ସ ! ଆରମ୍ଭ ହେଲା କି ତୃତୀୟ ବିଶ୍ଵଯୁଦ୍ଧ ?

ନମସ୍କାର ବନ୍ଧୁଗଣ ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଏବେ ଚିନ୍ତାରେ ପୂରା ବିଶ୍ୱ । ଆଉ ଏହାରି ମଧ୍ୟରେ ଋଷିଆକୁ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟେଭେସ ଲେ ଡ୍ରିଅନ କହିଛନ୍ତି ରୁଷ ବିଶ୍ୱକୁ ପରମାଣୁ ଅସ୍ତ୍ରର ଧମକ ଦେବା ପୂର୍ବରୁ ନାଟୋ କଥା ଚିନ୍ତା କରିବା ଦରକାର । କାରଣ ନାଟୋ ସଦସ୍ୟଙ୍କ ପାଖରେ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇ ରହିଛି । ତେଣୁ ଋଷିଆ ମନ୍ତବ୍ୟ ଦେବା ପୂର୍ବରୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସ କହିଛି ।


ତେବେ ସୂଚନା ଥାଉ କି ଯୁଦ୍ଧ ବେଳେ ପଶ୍ଚିମ ଦେଶ ଗୁଡ଼ିକୁ ଟାର୍ଗେଟ କରିଥିଲେ ଭ୍ଲାଦିମିର ପୁଟିନ । ସେ କହିଥିଲେ, ଯଦି ଋଷିଆ-ଯୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧରେ କୌଣସି ଦେଶ ମୁଣ୍ଡ ପୂରାଏ ତେବେ ସ୍ଥିତି ଭୟଙ୍କର ହେବ । ଏମିତିକି ପୂର୍ବରୁ ଯାହା କେବେ ହୋଇନଥିଲା ତାହା ହେବ ବୋଲି ପୁଟିନ୍‌ କହିଛନ୍ତି । ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି । ଆଉ ତାହାର ଜବାବରେ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ । ତେବେ କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନଙ୍କ ସହ ପୁଟିନ୍‌ କଥା ହୋଇଥିଲେ ।

ଏ ଯୁଦ୍ଧ ନୁହେଁ ବରଂ କୁଟନୈତିକ ସ୍ତରରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଚେଷ୍ଟା କରିବା ପାଇଁ ଇମାନ୍ୟୁ କହିଥିଲେ । ହେଲେ ତାଙ୍କ କଥାରେ ପୁଟିନ ରାଜି ନ ହୋଇ ଯୁଦ୍ଧ ଘୋଷଣା କରିଛନ୍ତି । ଏପରି କି ରୁଷ ପକ୍ଷରୁ ୟୁକ୍ରେନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଯଥାର୍ଥ ବୋଲି ମଧ୍ୟ କୁହାଯାଇଛି । ସେପଟେ ୟୁକ୍ରେନକୁ ସୈନ୍ୟ ପଠାଇବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି ।


ତେବେ ସେପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅସହାୟ ନଜର ଆସିଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସହାୟତା ପାଇଁ ମନା କରି ଦେଇଛନ୍ତି । ଏହାରି ମଧ୍ୟରେ ରୁଷର ସେନା ୟୁକ୍ରେନର ରାଜଧାନି କିଭରେ ପ୍ରବେଶ କରିଛନ୍ତି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଶତ୍ରୁମାନେ କିଭରେ ପ୍ରବେଶ କରିଥିବା ନେଇ ସେ ଟ୍ୱିଟ୍ କରି କହିଛନ୍ତି ।


ଏଥିପାଇଁ ନାଗରିକଭିମାନଙ୍କୁ ସାବଧାନ୍ ରହିବା ଓ କର୍ଫ୍ୟୁ ନିୟମର ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ କିଭ ନିକଟରେ ଥିବା ଏକ ବ୍ରିଜକୁ ଉଡ଼ାଇ ଦେଇଛନ୍ତି ୟୁକ୍ରେନ ସେନା । ରୁଷ ସେନାଙ୍କୁ ଅଟକାଇବା ପାଇଁ ବା ରାଜଧାନୀରେ ପ୍ରବେଶ ନକରିବା ପାଇଁ ଏପରି କରିଛି ୟୁକ୍ରେନ । ଅବଶ୍ୟ ରୁଷର କିଛି ସେନା ପୂର୍ବରୁ ହିଁ କିଭରେ ପ୍ରବେଶ କରି ସାରିଛନ୍ତି ଯାହାର ସୂଚନା ଖୋଦ୍ ୟୁକ୍ରେନର ରାଷ୍ଟ୍ରପତି ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *