Russia-Ukraine ଯୁଦ୍ଧକୁ ନେଇ ଦେଖନ୍ତୁ କଣ କହିଲେ ଭାରତ, ଚୀନ ଓ ପାକିସ୍ତାନ !

ନମସ୍କାର ବନ୍ଧୁଗଣ ତେବେ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା ଜାରି ରହିଛି । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି ।

ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟ । ତେବେ କ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି କହିଛନ୍ତି ଯେ ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି ।

ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି ।


ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି । ତେବେ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି ।

ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି । ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି । ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ । ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି ।

ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି । ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ । ଆଗକୁ ବି ଲଢ଼େଇ ଜାରି ରହିବ । ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଆସନ୍ତୁ ଜାଣିବା କି ଭାରତ,ଚୀନ ଏଵଂ ପାକିସ୍ତାନ କଣ କହୁଛନ୍ତି । ତେବେ ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି ।


ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି । ଏହାସହ ଭାରତ ବିରୋଧୀ ଅଭିଯାନକୁ ଇମ୍ରାନ୍‌ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଇମ୍ରାନ୍‌ କହିଛନ୍ତି, ‘ଆମେ କୌଣସି ଗୋଷ୍ଠୀରେ ସାମିଲ ହେବାକୁ ଚାହୁଁନୁ’ । ଇମ୍ରାନ୍‌ଙ୍କ ଏଭଳି ବୟାନ୍‌ ପରେ ସନ୍ଦେହ ଅଧିକ ଦୃଢ଼ିଭୂତ ହୋଇଛି । ତେବେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ତରଫରୁ ସିଧାସଳଖ କୌଣସି ପ୍ରତିକ୍ରିୟା ମିଳି ପରି ନାହିଁ ।

କିନ୍ତୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ଟିଏସ ତିରୁମୂର୍ତ୍ତି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ କହିଥିଲେ କି ଏହି ସମୟରେ ଖୁବ ସାବଧାନ ରେ ସବୁ କାର୍ଯ୍ୟ କରିବାକୁ ଏବଂ ହସ୍ତକ୍ଷେପ କରିବାକୁ ହେବ ଏବଂ ଯୁଦ୍ଧ କୁ ଶୀଘ୍ର ବନ୍ଦ କରିବା ହିଁ ଉଚିତ ହେବ ତେବେ ପରିସ୍ଥିତି କୁ ଯଦି ନ ସମ୍ଭାଳିବା ତେବେ ତାହା ଆହୁରି ଭୟଙ୍କର ରୁପ ନେଇ ପାରେ ।

ତେବେ ଚୀନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ଏହା କହିଥିଲା କି ୟୁକ୍ରେନ ର ଶାନ୍ତି ପୂର୍ଣ୍ଣ ସମାଧାନ ର ରାସ୍ତା ଏପର୍ଯ୍ୟନ୍ତ ବନ୍ଦ ହୋଇ ନାହିଁ କି ବନ୍ଦ ହେବା ଉଚିତ ନୁହେଁ ଏହା ଛଡା ଚୀନ ଏହା ମଧ୍ୟ କହିଛି କି ୟୁକ୍ରେନ କୁ ସୁରକ୍ଷା ଦେବା ପାଇଁ ହେଉଥିବା ସମସ୍ତ ସମାଧାନ ପାଇଁ ସବୁ ପ୍ରକାର ରାଜନୈତିକ ପ୍ରୟାସ କୁ ସେ ସ୍ୱାଗତ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *