ଦେଖନ୍ତୁ Video: ପ୍ରେମିକର ବାହାଘର ଠିକ ହେବାରୁ ପ୍ରେମିକା ପାଲଟିଗଲା ରାକ୍ଷସୀ ! ଜଙ୍ଗଲକୁ ଡାକି ନେଇ ପ୍ରେମିକ ସହିତ କଲା ଏମିତି କାଣ୍ଡ ଶୁଣିଲେ ଛାତି ଥରି ଉଠିବ !

ନମସ୍କାର ବନ୍ଧୁଗଣ ତେବେ ନିର୍ବନ୍ଧ ସରି ଥିଲା । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା । ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଶ୍ମଶାନରେ ଜଳିଲା ଜୁଇ । ଭାଙ୍ଗିଗଲା ସୁଖର ସ୍ୱପ୍ନ । ନୂଆ ଜୀବନରେ ଆରମ୍ଭ କରିବା ବଦଳରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ବାସୁଦେବ । ଆସନ୍ତା ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ, କିନ୍ତୁ ତା’ ପୂର୍ବରୁ ଉଠିଲା କୋକେଇ । ପ୍ରତିଶୋଧ ପରାୟଣା ହୋଇ ପ୍ରେମିକକୁ ହତ୍ୟା କଲେ ପ୍ରେମିକା ଓ ପ୍ରେମିକାର ଭିଣୋଇ ।


ମୃତ ଦେହ ଠାବ ହେବା ପରେ ସନ୍ଧାନୀ କୁକୁର ସିଧାସଳଖ ପହଞ୍ଚିଲା ପ୍ରେମିକା ଦୁଆରେ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲାର ଖୁଣ୍ଟିଗୋରା ପଞ୍ଚାୟତରେ । ତେବେ କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ ।

ଘରକୁ ବୋହୂ ଆସିଥାଆନ୍ତା । ବୁଢ଼ୀ ମା’ ବୋହୂ ପରଷା ପାଇଥାଆନ୍ତେ । ବାହାଘରକୁ ନେଇ ବିଧବା ମା’ଟି ମଧ୍ୟ ବେଶ୍ ଖୁସି ଥିଲା । କିଣାକିଣି ବି ସରିଥିଲା । ହେଲେ ବିବାହରେ କଣ୍ଟା ସାଜିଥିଲେ ପୁରୁଣା ପ୍ରେମିକା । ତାଙ୍କୁ ବିବାହ ନକରିବାକୁ ରକ୍ତମୁଖା ପାଲଟି ଯାଇଥିଲା । ତେବେ ୪ବର୍ଷ ହେଲା ବାସୁଦେବଙ୍କର ତୁଷୁରା ଥାନା ଅନ୍ତର୍ଗତ ଏକ ଗାଁର ଜନୈକ ଝିଅଙ୍କ ସହ ପ୍ରେମସଂପର୍କ ଥିଲା ।

ହେଲେ କୌଣସି କାରଣ ବଶତଃ ତାଙ୍କର ଅନ୍ୟତ୍ର ବିବାହ ଠିକ୍ ହୋଇଥିଲା । ଗତ ୧୨ତାରିଖରେ ବାସୁଦେବ ତାଙ୍କ ପିଉସୀ ପୁଅ ଭାଇ ସହ ମିଶି ପ୍ରେମିକାକୁ ଭେଟିବାକୁ ଯାଇଥିଲେ । ଭାଇକୁ କିଛି ଦୂରରେ ଛିଡ଼ା କରାଇ ନିଛାଟିଆ ସ୍ଥାନରୁ ଏକୁଟିଆ ଯାଇଥିଲେ । ପ୍ରେମିକା ଓ ତା’ର ଭିଣୋଇ ଆଗରୁ ପ୍ରସ୍ତୁତ ଥିଲେ । ପ୍ରେମିକା ସାଥୀରେ ନେଇ ଆସିଥିଲା ଶଙ୍ଖା ସିନ୍ଦୂର । ଆଉ ଏହି ଜଙ୍ଗଲରେ ହିଁ ଶଙ୍ଖା ସିନ୍ଦୂର ପିନ୍ଧାଇବାକୁ ବାଧ୍ୟ କରିଥିଲେ । ଏଥିରେ ବାସୁଦେବ ଅମଙ୍ଗ ହେବାରୁ ବାଡ଼େଇ ବାଡେଇ ତାଙ୍କୁ ମାରି ଦେଇଥିଲେ ।


ତେବେ ସେପଟେ ଅନେକ ସମୟ ଧରି ନଫେରିବା ପରେ ବାସୁଦେବଙ୍କ ଭାଇ ନିରାଶ ହୋଇ ଫେରିଆସି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ତୁରନ୍ତ କଂଟାମାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କଣ୍ଟାମାଳ ପୋଲିସ ଗୁଡଭେଲା ପୋଲିସ ସହାୟତାରେ ଖୋଲତାଡ ଆରମ୍ଭ କରିଥିଲେ ହେଁ କୌଣସି ସୁରାକ ପାଇ ନଥିଲେ । ଶେଷରେ ୧୨ଦିନ ପରେ କର୍ଲାଖମନ ନିକଟ ରାହୁଲ ନଦୀର ବିରିଘାଟ ଠାରେ ଏକ ଶବ ପଡିଥିବା ସନ୍ଧାନ ମିଳିଛି ।

ଘଟଣା ସ୍ଥଳରେ ଗୁଡଭେଲା ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରି ଶବ ଚିହ୍ନଟ କରିଛନ୍ତି । ତେବେ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ପହଞ୍ଚିବା ପରେ ସେଠାରୁ ଯାଇ ସିଧାସଳଖ ପ୍ରେମିକା ଘରେ ପହଞ୍ଚିଥିଲା । ପ୍ରେମିକା ମଧ୍ୟ ପ୍ରେମିକକୁ ଜୀବନରୁ ମାରିଦେଇଥିବା କଥା ସ୍ୱୀକାର କରିଥିବା କଥା ସୂଚନା ମିଳିଛି ।


ଏପଟେ ବାସୁଦେବଙ୍କ ବିଧବା ମାଆ କମଳା ଏକମାତ୍ର ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରେମିକା ସିନା ପ୍ରେମିକ ଠାରୁ ପ୍ରତିଶୋଧ ନେଇ ସବୁଦିନ ପାଇଁ ଜୀବନରୁ ମାରିଦେଲା ହେଲେ ବର୍ତ୍ତମାନ ତାଙ୍କ ବୁଢ଼ୀ ମାଆ କରିବେ କଣ କାହା ଭରସା ରେ ରହିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *