ଦିମାଗକୁ ଘୂରାଇ ଦେବା ଭଳି ପ୍ରଶ୍ନ, AC ରେ ପାଣି କେଉଁଠୁ ଓ କାହିଁକି ଆସିଥାଏ ?

ଗରମ ଦିନରେ ଅନେକ ଲୋକଙ୍କ ଘରେ କିମ୍ବା ଅଫିସରେ ଗରମରୁ ରକ୍ଷା ପାଇବା ପାଇଁ AC ର ବ୍ୟବହାର କରିଥାନ୍ତି । ଏହାର ଶୀତଳ ପବନ ଦ୍ଵାରା ଶରୀରକୁ ଆନନ୍ଦ ମିଳିଥାଏ । AC ଲଗାଇବା ସମୟରେ ଗୋଟିଏ ପାଇପ ବାହାରକୁ ଖୋଲା ଛାଡି ଦିଆଯାଇ ଥାଏ । AC ଚାଲୁଥିବା ସମୟରେ କିଛି କିଛି ପାଣି ଏହି ପାଇପ ମାଧ୍ୟମରେ ବାହାରକୁ ଆସୁଥିବାର ଆପଣ ମାନେ ଦେଖିଥିବେ । ଆପଣ ମାନେ କଣ କେବେ ଭାବିଛନ୍ତି କି ଏହି ପାଣି କେଉଁଠୁ ଆସିଥାଏ ? ତାହେଲେ ଆପଣଙ୍କର AC କଣ କରିଥାଏ – AC ରୁମର ଗରମ ପବନକୁ ନିଜେ ଗ୍ରହଣ କରି ତା ଭିତରେ ଥିବା କମ୍ପ୍ରେସର ଦ୍ଵାରା ପବନକୁ ଥଣ୍ଡା କରି ବାହାରକୁ ଛାଡିଥାଏ ।

ଆପଣ ମାନେ ଦେଖିଥିବେ କିଛି ବରଫ ଖଣ୍ଡକୁ ଗୋଟିଏ ଗ୍ଳାସ କିମ୍ବା ପାତ୍ରରେ ରଖିବା ଦ୍ଵାରା ସେହି ପାତ୍ରର ଚାରି ପାଖରେ ପାଣି ଜମିଥାଏ । ବାଯୁମଣ୍ଡଳରେ ଲୁଚି ରହିଥିବା ଜଳୀୟବାଷ୍ପ ଥଣ୍ଡା ସଂସ୍ପର୍ଶରେ ଆସିବାରୁ ଏହା ସମ୍ଭବ ହୋଇଥାଏ । ଠିକ ସେହିଭଳି କମ୍ପ୍ରେସର ଚାରି ପାଖରେ ଅଧିକ ଜଳୀୟବାଷ୍ପ ହୋଇଥିବାରୁ ସେଥିରୁ ପାଣି ବାହାରିଥାଏ ।

AC ଚାଲିବା ସମୟରେ କମ୍ପ୍ରେସର ଏବଂ ତା ପାଇପ ଚାରିପଟେ ଜମା ହୋଇଥିବା ପାଣିକୁ ଏକ ପାଇପ ଦ୍ଵାରା ବାହାରକୁ ବାହାର କରିଦିଆଯାଏ ଏବଂ ଏହି ପାଣି ଆପଣ ଦେଖିଥାନ୍ତି । ଯଦି ଏହି ପାଣି AC ର ଅନ୍ୟ କୌଣସି ଜାଗାରୁ ଆସିଥାଏ ତାହେଲେ AC ଠିକ ଭାବେ କାମ କରିନଥାଏ ।

-କମ୍ପ୍ରେସର ପମ୍ପରେ କଣା ହୋଇଥିଲେ ମଧ୍ୟ ପାଣି ଆସିଥାଏ ତେଣୁ କମ୍ପ୍ରେସର ପମ୍ପକୁ ପରୀକ୍ଷା କରିବା ଆବଶ୍ୟକ ।

-ଡ୍ରେନ ଲାଇନ ମଧ୍ୟରେ କୌଣସି ପ୍ରକାରର ଅଳିଆ ଜମା ହେବା ଦ୍ଵାରା ମଧ୍ୟ ପାଣି ଅଲଗା ଜାଗାରେ ବାହାରି ଥାଏ । ଏହି ଡ୍ରେନ ଲାଇନକୁ ତୁରନ୍ତ ଠିକ କରିବା ଆବଶ୍ୟକ ।

-AC ଭେଣ୍ଟ ଖରାପ ଥିଲେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ ।

-AC ରୁ ଠିକ ଭାବରେ ଥଣ୍ଡା ପବନ ନ ବାହାରି ଅଧିକ ପାଣି ବାହାରୁ ଥିଲେ ରେଫ୍ରିଜରେଟରରେ କଣା ହୋଇ ଥିବାର ଜଣା ଯାଇଥାଏ । ଏହି ସବୁ ଯାନ୍ତ୍ରିକ ତ୍ରୁଟିକୁ ଠିକ କରିବା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ମିସ୍ତ୍ରୀଙ୍କର ସହାୟତା ନେବା ଆବଶ୍ୟକ ଅଟେ । ତେବେ ଏହିପରି କିଛି ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *