ଲକଡାଉନରେ ଧରା ହେଇଥିବା ଟ୍ରକ ଭିତରେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ପୋଲିସ

ଲକଡାଉନ ମଧ୍ୟରେ ରବିବାର ଦିନ ଉତ୍ତର ପ୍ରଦେଶର ସୋନଭଦ୍ରରେ ୟୁପି ପୋଲିସ ଗରିବ ଶ୍ରମିକ ଭର୍ତି ଥିବା ଏକ ଟ୍ରକକୁ ଧରିଥିଲେ । କିନ୍ତୁ ଯେତେବେଳେ ପୋଲିସ ଟ୍ରକ ଭିତରର ଦୃଶ୍ୟକୁ ଦେଖିଲେ ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଟ୍ରକ ଭିତରେ ବିଲକୁଲ ଖାଲି ଜାଗା ନାହିଁ । ସମୁ ଶ୍ରମିକମାନେ ପରସ୍ପର ସହିତ ଲାଗି ଲାଗି ହୋଇ ବସିଥିଲେ । କାରଣ ଭୋକରେ ଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ଦୂରତା କୌଣସି ଅର୍ଥ ରଖେ ନାହିଁ । ସେମାନେ ଯେ କୌଣସି ଅବସ୍ଥାରେ ଘରକୁ ଯିବାକୁ ଚାହୁଁଥିଲେ । ପୁରା ଟ୍ରକ ଭର୍ତି ଶ୍ରମିକମାନେ ନିଜ ନିଜ ଗ୍ରାମକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ୟୁପି ପୋଲିସ ଧରିନେଲେ ଓ ବର୍ତ୍ତମାନ ତାଙ୍କୁ ୱିଂଢମଗଂଜର କ୍ୱାରଂଟାଇନ ସେଣ୍ଟରରେ ରଖା ଯାଇଛି ।

୧୭ ଏପ୍ରିଲରେ ଫେରିଥିଲେ ଟ୍ରକରେ ଥିବା ଶ୍ରମିକମାନେ

ଟ୍ରକରୁ ଯେତେବେଳେ ଗୋଟିଏ ଗୋଟିଏ ଶ୍ରମିକମାନଙ୍କୁ ଓଲହାଇବାକୁ କୁହାଗଲା ତ ଜଣା ପଡିଲା କି ଟ୍ରକ ଭିତରେ ୯୪ ଜଣ ଶ୍ରମିକ ଥିଲେ । ଟ୍ରକରେ ଗୋଟିଏ ପିମ୍ପୁଡି ପାଇଁ ବି ଜାଗା ନ ଥିଲା । ଶ୍ରମିକମାନଙ୍କ ପାଇଁ ଖାଇବା ପାଇଁ କେବଳ ବିସ୍କୁଟ ଥିଲା । ବିସ୍କୁଟ ପାଣି ପିଇ ସେମାନେ ଫରୀଦାବାଦରୁ ଆସୁଥିଲେ । ସବୁ ଶ୍ରମିକମାନେ ଫରୀଦାବାଦରେ ଦିନ ମଜୁରିଆ କରୁଥିଲେ ଓ ଘରକୁ ଯିବା ପାଇଁ ସେମାନେ ୧୭ ଏପ୍ରିଲ ରାତିରେ ସେହି ଟ୍ରକରେ ବସିଥିଲେ ।

ପୋଲିସର ନଜରରୁ ବଞ୍ଚିବା ପାଇଁ ଟ୍ରକ ଉପରେ ଏମିତି ତମ୍ବୁ ବନ୍ଧା ହୋଇଥିଲା କି ଯାହା ଦ୍ଵାରା ଲାଗିବ କି ଟ୍ରକ ଭିତରେ କୌଣସି ଜିନିଷ ଅଛି । ଶ୍ରମିକମାନଙ୍କ କହିବା ଅଟେ କି ଆମକୁ କୌଣସି ବି ପ୍ରକାରରେ ଘରକୁ ପହଞ୍ଚିବାର ଥିଲା । ରାସ୍ତାରେ ସେମାନେ କେତେକ ଜିଲ୍ଲାର ସୀମା ପାର କରି ପୋଲିସର ନଜରରୁ ବଞ୍ଚି ଯାଇଥିଲେ । ପରିସ୍ରା କିମ୍ବା ଶୌଚ ପାଇଁ ରାସ୍ତାରେ କୌଣସି ସୁନସାନ ସ୍ଥାନରେ ଟ୍ରକକୁ ରଖା ଯାଉଥିଲା । ଏହିଭଳି ଭାବରେ ଟ୍ରକ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

ୟୁପି – ହରିୟାଣା ସୀମାରେ ଧରା ପଡିଲେ

ଉତ୍ତର ପ୍ରଦେଶ ଓ ଝାରଖଣ୍ଡର ସୀମାରେ ପୋଲିସ ଚେକିଙ୍ଗରେ ଏହି ଶ୍ରମିକ ଭରା ଟ୍ରକ ଧରା ପଡିଥିଲା । ଦୁଦ୍ଧୀ ସୀମାରେ ପୋଲିସ ଯେତେବେଳେ ଟ୍ରକକୁ ଅଟକାଇଲେ ତେବେ ଟ୍ରକ ଭିତରର ଦୃଶ୍ୟ ଅଦ୍ଭୁତ ଥିଲା । ୱିଂଢମଗଂଜ ଥାନା ପ୍ରଭାରୀ ପ୍ରଦୀପ କୁମାର ସିଂହ ଏହା ବିଷୟରେ କହିଲେ କି ସମସ୍ତ ୯୪ ଜଣ ଶ୍ରମିକମାନଙ୍କୁ କ୍ୱାରଂଟାଇନ ସେଣ୍ଟରରେ ରଖା ଯାଇଛି । ଏମାନେ ସମସ୍ତେ ଝାରଖଣ୍ଡ ସୀମାକୁ ପାର କରିବା ପରେ ବିହାର ଯାଇଥାନ୍ତେ ।

ଏହି ଟ୍ରକରେ ବୈଶାଳୀ ଜିଲ୍ଲାର ୮ ଜଣ, ବାଂକା ଜିଲ୍ଲାର ୬୦ ଜଣ, ମୁଂଗେର ଜିଲ୍ଲାର ୨୪ ଓ ଜମୁଈ ଜିଲ୍ଲାର ୨ ଜଣ ଶ୍ରମିକ ଥିଲେ । ଏହି ସମସ୍ତ ଶ୍ରମିକମାନଙ୍କୁ ବର୍ତ୍ତମାନ ୱିଂଢମଗଂଜ ଭାରତୀୟ ଇଂଟରମୀଡିଏଟ କଲେଜ ସ୍ଥିତ କ୍ୱାରଂଟାଇନ ସେଂଟର ପହଞ୍ଚାଇ ଦିଆ ଯାଇଛି । ଯେଉଁଠି ତାଙ୍କର ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *