ସମସ୍ତ କେନ୍ଦ୍ରୀୟ କର୍ମଚାରୀମାନଙ୍କର ସବୁ ମାସରେ କଟିବ ଗୋଟିଏ ଦିନର ସ୍ୟାଲେରୀ, ଜାଣନ୍ତୁ ସଂପୂର୍ଣ୍ଣ ଖବର

କରୋନା ଭାଇରସର ମହାମାରୀକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସରକାର ନିଜର ସମସ୍ତ କର୍ମଚାରୀମାନଙ୍କ ସ୍ୟାଲେରୀରୁ ୧ ଦିନର ସ୍ୟାଲେରୀ କାଟିବାର ନିଷ୍ପତି ନେଇଛନ୍ତି । କହିବାକୁ ଗଲେ ଏହି ଗୋଟିଏ ଦିନର ସ୍ୟାଲେରୀକୁ କରୋନା ଭାଇରସର ସହ ଯୁଧ୍ୟର ସଂଶାଧନକୁ ମଝବୁତ କରିବା ପାଇଁ ବ୍ୟବହାର କରାଯିବ ।

ଆପଣଙ୍କୁ କହିଦେଉଛୁ କି ପ୍ରଧାନମନ୍ତ୍ରୀ, ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଓ ସାଂସଦମାନଙ୍କ ସ୍ୟାଲେରୀରୁ ୩୦ ପ୍ରତିଶତ ଶ୍ୟାଲେରୀ କାଟିବାର ଘୋଷଣା ପୂର୍ବରୁ ହିଁ କରିସାରିଛନ୍ତି । ଏହା ଛଡା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସହିତ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସ୍ୟାଲେରୀ କାଟିବାର ନିଷ୍ପତି ନିଆ ଯାଇଛି ।

କହିଦେଉଛୁ କି ସରକାର କରୋନା ଭାଇରସ ସହ ଯୁଧ୍ୟ ପାଇଁ ସଂଶାଧନ ଗୁଡିକର ସଂଖ୍ୟାକୁ ଲଗାତାର ବୃଦ୍ଧି କରୁଛନ୍ତି ଓ ଏହି କାରଣରୁ ଚାରି ଦିଗରୁ ଟଙ୍କାର ବ୍ୟବସ୍ଥା କରିବା ଉପରେ ଜୋର ଦିଆ ଯାଉଛି । କର୍ମଚାରୀମାନଙ୍କ ସ୍ୟାଲେରୀ କାଟିବାର ନିଷ୍ପତି ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି । ଆପଣଙ୍କୁ କହିଦେଉଛୁ କି ଦେଶବ୍ୟାପୀ ଲକଡାଉନ କାରଣରୁ ଆର୍ଥିକ ଗତିବିଧି ଧିର ହୋଇ ଯାଇଛି ।

ଏମିତିରେ ସରକାରଙ୍କୁ ବହୁତ ଟଙ୍କା ଦରକାର । ଅନ୍ୟ ପଟେ ସରକାର ଦିନ ମଜୁରିଆଙ୍କ ସାହାର୍ଯ୍ୟ ବି କରୁଛନ୍ତି । ସରକାରଙ୍କ ଦ୍ଵାରା ଗତ ମାସରେ କରାଯାଇଥିବା କଲ୍ୟାଣକାରୀ ଉପାୟର ସୂଚନା ଦେଇ ନିର୍ମଳା ସୀତାରାମଣ କହିଲେ କି ୧.୭୦ ଲକ୍ଷ କୋଟି ଟଙ୍କାର ସାହାର୍ଯ୍ୟ କରାଯାଇଛି । ଏଥିରେ ସ୍ଵାଥ୍ୟକର୍ମୀମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମା, ଟଙ୍କା ଦେବା, ଖାଦ୍ୟ, ଗ୍ୟାସର ମାଗଣା ବିତରଣ ଓ ପ୍ରଭାବିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଉପାୟ ବି ସାମିଲ ଅଛି ।

ମିଡିଆ ରିପୋର୍ଟ ଅନୁସାରେ କର୍ମଚାରୀମାନଙ୍କ ସ୍ୟାଲେରୀ କାଟିବା ଏପ୍ରିଲ ୨୦୨୦ରୁ ଆରାମ୍ଭ ହୋଇ ପୁରା ବର୍ଷ ଚାଲିବାର ସମ୍ଭାବନା ଅଛି । ଆସନ୍ତା ବର୍ଷ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କେନ୍ଦ୍ରୀୟ କର୍ମଚାରୀମାନଙ୍କ ସ୍ୟାଲେରୀ କାଟିବା ଜାରି ରହିପାରେ । ସ୍ୟାଲେରୀ କାଟିବା ପରେ ଯେଉଁ ଟଙ୍କା ମିଳିବ ତାହା ପିଏମ କେୟାର୍ସ ଫଣ୍ଡରେ ଜମା ହେବ । ରାଜସ୍ୱ ବିଭାଗ ଏହି ସମ୍ବନ୍ଧରେ ସର୍କୁଲର ଜାରୀ କରି ଦେଇଛନ୍ତି ।

ସର୍କୁଲରରେ କର୍ମଚାରୀମାନଙ୍କୁ ନିଜର ଗୋଟିଏ ଦିନର ସ୍ୟାଲେରୀ ପିଏମ କେୟାର୍ସ ଫଣ୍ଡରେ ଦାନ କରିବା ପାଇଁ ଅନୁରୋଧ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଯଦି କୌଣସି କର୍ମଚାରୀ ନିଜ ସ୍ୟାଲେରୀ କାଟିବାକୁ ଚାହୁଁ ନାହିଁ ତେବେ ସେ ଏଥିପାଇଁ ମନା କରି ପାରିବ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିଲେ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *