ଧରା ପଡିଲା ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଷଡଯନ୍ତ୍ର, ୧୪ ଦିନ ପରେ ସତ ଆସିଲା ସାମ୍ନାକୁ

 

ଆଜିକାଲି ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି କିଛି ଦିନ ହେବ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ତାହା ହେଉଛି ଆଦିତ୍ୟ ଦାସଙ୍କ ମୃତ୍ୟୁ ବିଷୟରେ । ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଦୀର୍ଘ ୧୪ ଦିନ ହୋଇସାରିଛି । ଆଜି ମଧ୍ୟ ତାଙ୍କ ମୃତ୍ୟୁ ପଛରେ ରହିଥିବା ନୂଆ ନୂଆ ଷଡଯନ୍ତ୍ରର ପରଦାଫାସ ହେଉଛି । ଆଦିତ୍ୟଙ୍କ କେସରେ ଆସିଲା ଏକ ବଡ ଖୁଲାସା । ଆଜି ଆମେ ଆପଣଙ୍କୁ ଏହି ବଡ ଖୁଲାସା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଖୁଲାସା ବିଷୟରେ ।


ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ସମର୍ଥକ ମାନଙ୍କ ସନ୍ଦେହ ଘେରରେ ରହିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାସ । ବିଦ୍ୟାଶ୍ରୀ ବର୍ତ୍ତମାନ ସସପେକ୍ଟ ନମ୍ବର ୧ରେ ଅଛନ୍ତି । ଜିଆରପି ପୋଲିସ ଦୁଇ ଦିନ ତଳେ ବିଦ୍ୟାଶ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ପାଖା ପାଖି ୩.୩୦ ମିନିଟ ପର୍ଯ୍ୟନ୍ତ ପଚରା ଉଚରା କରିଥିଲା । ବିଦ୍ୟାଶ୍ରୀଙ୍କୁ ଜିଆରପି ପୋଲିସ ୫୦ ଟି ପ୍ରଶ୍ନ ପଚାରିଥିଲା, ସେହି ପ୍ରଶ୍ନ ମଧ୍ୟରୁ ବିଦ୍ୟାଶ୍ରୀ ୧୦ ରୁ ୧୫ ଟି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ ।


ଯେତେବେଳେ ବିଦ୍ୟାଶ୍ରୀଙ୍କୁ ପୋଲିସ ପ୍ରଶ୍ନ ପଚାରୁଥିଲେ ସେତେବେଳେ ବିଦ୍ୟାଶ୍ରୀ ଚୁପ ହେଇଯାଉଥିଲେ ଓ ଏପଟ ସେପଟ କଥା କହି କଥା ବଦଳାଇବା ପାଇଁ ଚେଷ୍ଟା କରୁଥିଲେ । ବନ୍ଧୁଗଣ ଯେଉଁଦିନ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା, ତାର ପୂର୍ବ ଦିନ ସେ ବିଦ୍ୟାଶ୍ରୀଙ୍କୁ ଘରୁ ବାହାର କରିଦେଇଥିଲେ । ସେଥିପାଇଁ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ବିଦ୍ୟାଶ୍ରୀ ସମସ୍ତଙ୍କ ସନ୍ଦେହ ଘେର ମଧ୍ୟରେ ରହିଛନ୍ତି । ଏହା ସହିତ ଆଦିତ୍ୟଙ୍କ ସୁସାଇଡ ନୋଟର ଶେଷ ଦୁଇ ପେଜର ଅକ୍ଷର ଆଦିତ୍ୟ ଦାସଙ୍କର ନଥିଲା, ତାହା ଥିଲା ବିଦ୍ୟାଶ୍ରୀଙ୍କର ଅକ୍ଷର । ପୋଲିସ ମଧ୍ୟ ବିଦ୍ୟାଶ୍ରୀଙ୍କୁ ସସପେକ୍ଟ ନମ୍ବର ୧ରେ ରଖିଛି ।

ଆଦିତ୍ୟଙ୍କ ମୃତ୍ୟୁର ପୂର୍ବ ୭ ଦିନ ତଳେ ଆଦିତ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଏହି କଥା ବିଷୟରେ ବିଦ୍ୟାଶ୍ରୀ ପୂର୍ବରୁ କହିନଥିଲେ ହେଲେ ବର୍ତ୍ତମାନ ଏହି କଥାର ପରଦାଫାସ ହୋଇସାରିଛି । ଏହା ସହିତ ମୁଖ୍ୟ କଥା ଏହା ହେଉଛି ଯେ, ଯେଉଁ ସ୍ଥାନରେ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା ସେହି ସ୍ଥାନ ବିଷୟରେ ବିଦ୍ୟାଶ୍ରୀ କେମିତି ଜାଣିଥିଲେ ଓ କେମିତି ସେହି ସ୍ଥାନରେ ସେ ପହଞ୍ଚିଥିଲେ ।

ଏହାର କୌଣସି ଖବର ବିଦ୍ୟାଶ୍ରୀ ପାଇନଥିଲେ, ତା ହେଲେ କେମିତି ବିଦ୍ୟାଶ୍ରୀ ସେହି ସ୍ଥାନରେ ପହଞ୍ଚିଥିଲେ । ଏହା ସହିତ ବିଦ୍ୟାଶ୍ରୀ ଏକ ନିର୍ଦ୍ଧିଷ୍ଟ କଥା କହୁନାହାନ୍ତି, ସେ ନିଜର ସମସ୍ତ କଥାକୁ ବଦଳାଇ ଦେଉଛନ୍ତି । ହେଲେ ବନ୍ଧୁଗଣ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଠୋସ ପ୍ରମାଣ ମିଳିନାହିଁ । ଆଶା କରୁଛୁ ଆଦିତ୍ୟଙ୍କ ଆରୋପି ବହୁତ ଶୀଘ୍ର ଧରାଯିବ ।

ଖବର ଟି ପୁରା ପଢି ଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *