ବିଜୟ ମହାନ୍ତି ଙ୍କ ପରଲୋକରେ କାନ୍ଦିଲେ ଓଡିଆ ସିନେ କଳାକାର, ଦେଖନ୍ତୁ କେଉଁମାନେ ଦେଲେ କିପରି ପ୍ରତିକ୍ରିୟା

ସାଙ୍ଗମାନେ ଆପଣ ମାନେ ତ ଜାଣିଛନ୍ତି ଗତକାଲି ବିଜୟ ମହାନ୍ତି କେୟାର ହସ୍ପିଟଲ ରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଆଜି ସାରା ଓଡିଶା ତାଙ୍କ ପାଇଁ ଦୁଃଖରେ ସ୍ତବ୍ଧ ହୋଇ ଯାଇଛି । ଓଡିଶାର ସମସ୍ତ ଅଭିନେତା ଓ ଅଭିନେତ୍ରୀମାନେ ତାଙ୍କୁ ଗୁରୁ ଭାବରେ ଦେଖୁଥିଲେ । ସେମାନେ ସମସ୍ତେ ତାଙ୍କ ମୃତ୍ୟୁ ପରେ ଦୁଃଖ ପ୍ରକାଶ କରି ପ୍ରତିକ୍ରିୟା ଦେଇଛନ୍ତି । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଏହା ପୂର୍ବରୁ ଆମେ ଆପଣଙ୍କୁ କହିବୁ କି ବିଜୟ ମହାନ୍ତିଙ୍କ ଶେଷ ଅଡିଓ ବିଷୟରେ । ସେ ସେଥିରେ କଣ କହିଥିଲେ ।

ସେ କହିଥିଲେ କି “ମୁଁ ଓଡିଶାରେ ଜନ୍ମ ହୋଇଥିଲି । ଓଡିଶାରେ କଳା ପ୍ରାପ୍ତି କଲି । ଓଡିଶାର ଲୋକମାନେ ମୋତେ ଭଲ ପାଇଲେ । ତେଣୁ ମୁଁ ଯଦି ମରି ବି ଯାଏ, ଯେତେବେଳେ ବି ମରେ , ଯଦି ପୁନର୍ଜନ୍ମ ଥାଏ ତେବେ ମୁଁ କହିବି ହେ ଭଗବାନ ମୋତେ ପୁଣି ଥରେ ମୋତେ ଓଡିଶାରେ ଜନ୍ମ ଦିଅ । କଳାକାରଟିଏ କର । ଯେମିତି ମୁଁ ପୁଣି ଥରେ ଲୋକଙ୍କ ହୃଦୟରେ ରହିବି ।” ଏବେ ଚାଲନ୍ତୁ ଜାଣିବା ଓଡିଆ କଳାକାରମାନଙ୍କ ପ୍ରତିକ୍ରିୟା ।

ଆମେ ପ୍ରଥମେ ଜାଣିବା ଓଡିଆ ଅଭିନେତ୍ରୀ ଶିବାନୀ ସଂଗୀତା କଣ କହିଛନ୍ତି । ଆପଣ ଉପରେ ଫଟୋରେ ଦେଖି ପାରୁଥିବେ ଶିବାନୀଙ୍କ ଛୋଟ ବେଳର ଯେତେବେଳେ ସେ ପ୍ରଥମ ଫିଲ୍ମ କରିଥିଲେ ‘ମିତରେ ମିତ’, ସେହି ସମୟରେ ବିଜୟ ମହାନ୍ତିଙ୍କ ସହ ସେ ଯେଉଁ ଫଟୋ ଉଠାଇଥିଲେ ସେହି ଫଟୋଟି ସେୟାର କରି ସେ ଲେଖିଛନ୍ତି କି ଶିଶୁ କଳାକାର ଭାବେ ମୋ ପ୍ରଥମ ସିନେମା ‘ମିତରେ ମିତ’ ରୁ ହିଁ ଆପଣଙ୍କ ଠାରୁ ଅଭିନୟ ଶିଖିବାର ସୌଭାଗ୍ୟ ପାଇଲି । ଆପଣଙ୍କ ‘ନିକି ମାମା’ ଡାକ ରେ ଯେଉଁ ଭଲପାଇବା ଆଜି ତାକୁ ମୁଁ ହରେଇ ବସିଛି !! ଆପଣଙ୍କ ଭଳି ମଧୁର ଭାଷୀ , କୋମଳ ହୃଦୟ ଓ ସ୍ଵାଭିମାନୀ ବ୍ୟକ୍ତିତ୍ଵ ଙ୍କର ଅବଦାନ ଏ ସିନେମା ଜଗତ ପାଇଁ ଅତୁଳନୀୟ ।  ଆପଣ ସଦା ସର୍ବଦା ଓଡ଼ିଶା ବାସୀ ଙ୍କ ହୃଦୟ ରେ ରହିବେ … ଆପଣଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ମୋର ପ୍ରାର୍ଥନା !!!

ଏହା ପରେ ବର୍ଷା ପ୍ରିୟା ଦର୍ଶିନୀ ତାଙ୍କ ସହିତ ଯେଉଁ ଫଟୋ ଉଠାଇଥିଲେ ତାକୁ ସେୟାର କରି RIP Bijay Uncle ପୋଷ୍ଟ କରିଛନ୍ତି ।

ଏହା ପରେ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ବିଜୟ ମହାନ୍ତି ଙ୍କ ସହ କିଛି ସ୍ମୃତି ସେୟାର କରି ଲେଖିଛନ୍ତି ” RIP Bijay Sir ଆମେ ଆପଣଙ୍କୁ ବହୁତ ମିସ କରିବୁ , ଆମେ ଆପଣଙ୍କ ଠାରୁ ବହୁତ ପ୍ରେରଣା ପାଉଥିଲୁ ।

ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବିଜୟ ମହାନ୍ତି ଙ୍କ ଗୋଡ ଧରିଛନ୍ତି ଓ ଲେଖିଛନ୍ତି ଯେ ‘ସେ ସବୁଦିନ ପାଇଁ ତାଙ୍କୁ ହୃଦୟରୁ ମନେ ରଖିଥିବେ ଓ ବିଜୟ ମହାନ୍ତି ତାଙ୍କ ଗୁରୁ ହୋଇ ସବୁ ଦିନ ରହିବେ ।

ବାବୁସାନ ମଧ୍ୟ ବିଜୟ ମହାନ୍ତି ଙ୍କ ଏକ ଫଟୋ ସେୟାର କରି ଦୁଃଖରେ ଲେଖିଛନ୍ତି RIP ବଡବାପା ।

ଏମିତି ସମସ୍ତ ଓଡିଆ କଳାକାରମାନେ ବିଜୟ ମହାନ୍ତିଙ୍କ ଚାଲି ଯିବା ଦୁଃଖରେ ଅନେକ ସ୍ମୃତି ସେୟାର କରି ତାଙ୍କର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ନିଶ୍ଚିତ ଭାବେ ଓଡିଆ ସିନେ ଜଗତ ପାଇଁ ଏହା ଏକ ବହୁତ ବଡ କ୍ଷତି ଯାହାକୁ ଆଉ କେହି ଭରି ପାରିବେ ନାହିଁ । ବିଜୟ ମହାନ୍ତି ଥିଲେ ଜଣେ ଭର୍ସାଟାଇଲ ଆକ୍ଟର । ସେ ଯେ କୌଣସି ଚରିତ୍ର କରନ୍ତୁ ନା କାହିଁକି ସେ ଭିଲିୟାନ ହେଉ, ବା ହୀରୋ ହେଉ, ବା ବାପା ହେଉ ବା ଅନ୍ୟ କିଛି ସେ ସେହି ଚରିତ୍ର କୁ ଜୀବନ୍ତ କରି ଦେଉଥିଲେ । ଆମେ ମଧ୍ୟ ତାଙ୍କୁ ସବୁବେଳେ ହୃଦୟରୁ ମନେ ରଖିବୁ । ତେବେ ବିଜୟ ମହାନ୍ତି ଙ୍କ ଆତ୍ମାର ଶାନ୍ତି ପାଇଁ ଆପଣମାନେ ପ୍ରାର୍ଥନା କରନ୍ତୁ ଓ ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *