ଓଡିଆ ଅଭିନେତା ବିଜୟ ମହାନ୍ତିଙ୍କର ଫାମିଲିରେ କିଏ କିଏ ଥିଲେ, ଦେଖନ୍ତୁ ତାଙ୍କର ଫାମିଲି ଆଲବମ

ଅଲିଉଡ ଅଭିନେତା ବିଜୟ ମହାନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁନାମ ଅର୍ଜନ କରିଛନ୍ତି । ବିଜୟ ମହାନ୍ତି ହେଉଛନ୍ତି ବହୁତ ପୁରୁଣା ଅଭିନେତା । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବଲିଉଡର ଅଧିକାଂଶ ଫିଲ୍ମରେ ବିଜୟ ମହାନ୍ତିଙ୍କୁ ଆପଣ ଦେଖିଥିବେ । ହେଲେ ଗତ କାଲି ଏକ ଚଞ୍ଚଳାତ୍ମକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ବହୁତ ଦୁଃଖ ଅନୁଭବ କରିବେ । ତାହା ହେଉଛି ଗତ କାଲି ବିଜୟ ମହାନ୍ତି ମୃତ୍ୟୁ ବରଣ କରିଛନ୍ତି ।

ବନ୍ଧୁଗଣ ଏହି ଖବର ଶୁଣି ଆପଣମାନେ ମଧ୍ୟ ବହୁତ ଦୁଖ ଅନୁଭବ କରିଥିବେ । ହେଲେ ଏହା ସତ ବିଜୟ ମହାନ୍ତି ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ହୃଦଘାତରେ ପୀଡିତ ହୋଇ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ହେଉଥିବା ସମୟରେ ବିଜୟ ମହାନ୍ତି ନିଜ ଘରକୁ ଯିବା ପାଇଁ କହିଥିଲେ । ଯାହାଫଳରେ ତାଙ୍କୁ ଗତ ମାସରେ ଭୁବନେଶ୍ବରକୁ ଅଣାଯାଇଥିଲା । ଭୁବନେଶ୍ବରର କେୟାର ହସ୍ପିଟାଲରେ ବିଜୟ ମହାନ୍ତିଙ୍କ ଚିକିତ୍ସା କରାଯାଉଥିଲା । ହେଲେ ୧୫ ଦିନ ତଳେ ବିଜୟ ମହାନ୍ତି ନିଜ ଘରକୁ ଯିବା ପାଇଁ ଜିଦି କରିଥିଲେ ।


ଏହା ଫଳରେ ବିଜୟ ମହାନ୍ତିଙ୍କ ପରିବାର ଲୋକ ବିଜୟ ମହାନ୍ତିଙ୍କୁ ଘରକୁ ନେଇ ଆସିଥିଲେ ଏବଂ ଘର ମଧ୍ୟରେ ବିଜୟଙ୍କର ଚିକିତ୍ସା କରାଯାଉଥିଲା । କିନ୍ତୁ ଗତକାଲି ସନ୍ଧ୍ୟା ସମୟରେ ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତର ହୋଇଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ କେୟାର ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳେକୁ ବହୁତ ଡେରି ହୋଇସାରିଥିଲା । ଡାକ୍ତର ବିଜୟ ମହାନ୍ତିଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ସମସ୍ତଙ୍କ ମନରେ ଶୋକରଛାୟା ଖେଳିଯାଇଛି । ବିଜୟ ମହାନ୍ତିଙ୍କ ବିନା ଓଡିଆ ଇଣ୍ଡଷ୍ଟ୍ରି ଅଧୁରା ରହିଯାଇଛି ।


ବିଜୟ ମହାନ୍ତି ଜେନ ଲୋକପ୍ରିୟ ଅଭିନେତା ଥିଲେ । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସମସ୍ତ ପ୍ରକାରର ଅଭିନୟ କରିଥିଲେ । ଏକ ଭଲ ହିରୋ ରୁ ନେଇ ଭଲ ବାପାର ଅଭିନୟ ବିଜୟ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରିରେ କରିଥିଲେ । ତାଙ୍କ ମୃତ୍ୟୁର ଖବର ଶୁଣି ସମସ୍ତଙ୍କ ମନ ଦୁଃଖରେ ଭରିଯାଇଛି । ବହୁତ ଲୋକ ତାଙ୍କ ମୃତ୍ୟୁର ଖବରକୁ ବିଶ୍ଵାସ କରୁ ନାହାନ୍ତି । ହେଲେ ବନ୍ଧୁଗଣ ଏହା ସତ ଯେ, ବିଜୟ ମହାନ୍ତି ଆଉ ଆମ ସହ ନାହାନ୍ତି ।

ବିଜୟ ମହାନ୍ତି ଙ୍କ ସ୍ତ୍ରୀଙ୍କ ନାମ ତନ୍ଦ୍ରା ରାୟ, ସେ ରିଲ ଲାଇଫରୁ ତନ୍ଦ୍ରା ରାୟ ଙ୍କୁ ଭଲ ପାଇ ରିୟଲ ଲାଇଫ ରେ ବିବାହ କରିଥିଲେ । ବିଜୟ ମହାନ୍ତି ଙ୍କର ଏକ ମାତ୍ର ଝିଅ ଅଛନ୍ତି ଓ ତାଙ୍କର ବିବାହ ହୋଇ ସାରିଛି । ତାଙ୍କର ଗୋଟିଏ ନାତି ଓ ଗୋଟିଏ ନାତୁଣୀ ଅଛନ୍ତି ।

ବନ୍ଧୁଗଣ  ଆପଣ ଆମର ଏହି ପୋସ୍ଟ ଟି ସଂପୂର୍ଣ୍ଣ ପଢି ଥିବାରୁ ଧନ୍ୟବାଦ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *