ଧନ ଓ ସମୃଦ୍ଧି ପାଇବା ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଅଚୁକ ଉପାୟ, ମହାଲକ୍ଷ୍ମୀ ସାକ୍ଷାତ ଆସିବେ ଘରକୁ

ଶୁକ୍ରବାର ଦିନଟି ଧନର ଦେବୀ ମାନେ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ ଓ ଏହି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ଦ୍ଵାରା ଧନ ଲାଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସରଳ ହୋଇଥାଏ । ଏହି ଆଧାରରେ ଯଦି ଶୁକ୍ରବାର ଦିନ ଆପଣ ଏହିଭଳି କିଛି ଖାସ ଉପାୟ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଜଲ୍ଦି ଖୁସି ହୋଇଯିବେ ଓ ମାତାଙ୍କ କୃପା ବି ମିଳିବ । ତେବେ ଆସନ୍ତୁ ଜାଣିବା ଶୁକ୍ରବାରର ସେହି ଉପାୟ ବିଷୟରେ ।

ଓସ୍ଥ ଗଛର ପୂଜା

ଓସ୍ଥ ଗଛର ପୂଜା କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି  ହୋଇଥାଏ । ଏହି ଉପାୟ ଅନୁସାରେ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଓସ୍ଥ ଗଛରେ ନାଲି ସୂତା ଚଢାନ୍ତୁ ଓ ୫ ଟି କଉଡି ପାଖରେ ରଖନ୍ତୁ । ଏହା ପରେ ଓସ୍ଥ ଗଛ ପାଖରେ ଦୀପ ଲଗାନ୍ତୁ ଓ ଓସ୍ଥ ଗଛର ପରିକ୍ରମା କରି ମାତା ଲକ୍ଷ୍ମୀଙ୍କ ନାମର ଜପ କରନ୍ତୁ । ସାତ ଥର ପରିକ୍ରମା କରିବା ପରେ ଓସ୍ଥ ଗଛ ପାଖରେ ଥିବା କଉଡିକୁ ନେଇ ନିଜ ତିଜୋରିରେ ରଖି ଦିଅନ୍ତୁ ।

ଐଶାନ୍ୟ କୋଣରେ ଜଳାନ୍ତୁ ଦୀପ

ଐଶାନ୍ୟ କୋଣକୁ ଶୁଭ କୋଣ ବି କୁହାଯାଏ ଓ ଏହି କୋଣରେ ଦୀପ ଜାଳିବା ଦ୍ଵାରା ଧନଲାଭ ହୋଇଥାଏ । ସେଥିପାଇଁ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଐଶାନ୍ୟ କୋଣ ପାଖରେ ଏକ ଗାଈ ଘିଅ ଦ୍ଵାରା ପ୍ରସ୍ତୁତ ଦୀପ ଜଳାଇ ଦିଅନ୍ତୁ । ଲଗାତାର ପାଞ୍ଚଟି ଶୁକ୍ରବାର ଘରର ଐଶାନ୍ୟ କୋଣରେ ଦୀପ ଜଳାଇବା ଦ୍ଵାରା ଆପଣଙ୍କ ଘରେ ଟଙ୍କାର ଅସୁବିଧା ହୋଇ ନ ଥାଏ ।

ଧଳା ରଙ୍ଗର କପଡା ଦାନ କରନ୍ତୁ

ଶୁକ୍ରବାର ଦିନ ସକାଳେ ଉଠି ଗରିବ ଲୋକମାନଙ୍କୁ ଧଳା ରଙ୍ଗର ବସ୍ତୁ ଯେମିତି ଖାଦ୍ୟ, କପଡା କିମ୍ବା ଇତ୍ୟାଦି ଜିନିଷ ଦାନ କରିବା ଶୁଭ ହୋଇଥାଏ । ଏମିତି କୁହଯାଏ କି ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

କରନ୍ତୁ ଏହି ମନ୍ତ୍ରର ଜପ

ଶୁକ୍ରବାର ଦିନ ‘ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ତ୍ରିଭୁବନ ମହାଲକ୍ଷ୍ମ୍ଯୈ ଅସ୍ମାଂକ ଦାରିଦ୍ର୍ଯ ନାଶୟ ପ୍ରଚୁର ଧନ ଦେହି ଦେହି କ୍ଲୀଂ ହ୍ରୀଂ ଶ୍ରୀଂ ଓଁ’ ମନ୍ତ୍ରର ଜପ ସନ୍ଧ୍ୟା ସମୟରେ କରନ୍ତୁ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଦରିଦ୍ରତା ଆପଣଙ୍କ ଠାରୁ ଦୂର ହୋଇଯାଏ । ଜୀବନରେ କେବେ ବି ଧନର ଅସୁବିଧା ହୋଇ ନ ଥାଏ, ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ । ମନ୍ତ୍ରର ଜପ ଆପଣ ଜପମାଳା ସହ କରନ୍ତୁ ଓ ନିଜ ପାଖରେ ମାତା ଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ବି ନିଶ୍ଚିତ ରଖନ୍ତୁ ।

ଚଢାନ୍ତୁ ପଦ୍ମ ଫୁଲ

ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ । ଖାସକରି ଶୁକ୍ରବାର ଦିନ ଯଦି ଆପଣ ମାତା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଧଳା ରଙ୍ଗର ପଦ୍ମ ଫୁଲ ଅର୍ପଣ କରିବେ ତେବେ ତାଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଦିନଟି ବହୁତ ଭଲରେ କଟୁ । ଆପଣଙ୍କୁ ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ନୂଆ ଜ୍ଯୋତିଷ ଉପାୟ ଗୁଡିକ ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *