ଡିସେମ୍ବର 1ରୁ ବଦଳିଲା ଦେଶର ଏହି 4ଟି ବଡ ନିୟମ, ଜାଣନ୍ତୁ ଆପଣଙ୍କ ପକେଟ ଉପରେ କଣ ପଡିବ ଏହାର ପ୍ରଭାବ

ଆଜି ଡିସେମ୍ବର ୧ ତାରିଖ । ଆଜିଠାରୁ ସାରା ଦେଶରେ ଅନେକ କିଛି ନିୟମ ବଦଳିବାକୁ ଯାଉଛି । ଯାହାର ସିଧା ସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ଏହି ସୂଚନା ନାହିଁ ତେବେ ଏହି ଡିସେମ୍ବର ମାସରେ ଆପଣ ଅନେକ କିଛି ଅସୁବିଧାର ସାମ୍ନା କରି ପାରନ୍ତି । ମୋଟୋମୋଟି ଭାବରେ କହିବାକୁ ଗଲେ ଆଜି ଠାରୁ ୪ ଟି ଜିନିଷ ବଦଳିବାକୁ ଯାଉଛି ।

ପ୍ରଥମେ ଜାଣନ୍ତୁ ଗ୍ୟାସସିଲିଣ୍ଡର ବିଷୟରେ – ଦେଶର ସରକାରୀ ତୈଳ କମ୍ପାନୀ ପ୍ରତି ମାସ ପହିଲାରେ ଏଲ ପି ଜି ଗ୍ୟାସସିଲିଣ୍ଡର ଉପରେ ସମୀକ୍ଷା କରିଥାନ୍ତି । ଏବେ କୁହାଯାଉଛି ଏହି ମାସରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ର ଦାମ ବଢିବାକୁ ଯାଉଛି । ଗତ ମାସରେ ବାଣିଜ୍ୟିକ ସିଲିଣ୍ଡର ର ଦାମ ବୃଦ୍ଧି ହୋଇଥିଲା ।

୨୪ଘଣ୍ଟିଆ RTGS ସୁବିଧା

ଆଜିଠାରୁ ଗ୍ରାହକ ମାନଙ୍କୁ ୨୪ଘଣ୍ଟିଆ RTGS ସୁବିଧା ମିଳିବ । ପ୍ରତି ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ସମସ୍ତ କାର୍ଯ୍ୟଦିବସରେ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ଯାଏ RTGS ସୁବିଧା ଉପଲବ୍ଧ ହେଉଥିଲା ।

ଏହି ମାସରୁ ନିୟମରେ ପରିବର୍ତନ କରାଯାଇ RTGS ସୁବିଧାକୁ ୨୪ ଘଣ୍ଟିଆ କରାଯାଇଛି । କରୋନା ମହାମାରୀ ସମୟରେ ଅନଲାଇନ କାରବାର ବଢୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତି ନେଇଛି । ଗତ ବର୍ଷ ଡିସେମ୍ବର ରୁ ଏହି ସୁବିଧା କୁ ୨୪ଘଣ୍ଟିଆ କରଯାଇଥିଲା ।

ତୃତୀୟ ନିୟମଟି ବେସ ଗୁରୁତ୍ଵପୂର୍ଣ

କାରୋନା ମହାମାରୀ ଯୋଗୁଁ ଅନେକ ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଆଜି ଠାରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଉଛି । ଯାତ୍ରୀଙ୍କ ସୁବିଧା ପାଇଁ ଝେଲମ ଏକ୍ସପ୍ରେସ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବାର ରହିଛି । ସ୍ଥିତି ଅନୁଧ୍ୟାନ କରାଯାଇ ଏହି ଦୁଇଟି ଟ୍ରେନକୁ ଚଳାଇବା କୁ ନିଷ୍ପତି ନିଆଯାଇଛି ।

ଶେଷରେ ଜାଣନ୍ତୁ ବ୍ୟାଙ୍କ କାରବାର ସମ୍ପର୍କରେ

ଆଜିଠାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ATM ରୁ ଟଙ୍କା ଉଠାଇବା ନିୟମରେ ପରିବର୍ତନ ହୋଇଛି । PNB ର ଏହି ନୂଆ ନିୟମରେ ଏଣିକି ଟଙ୍କା ଉଠାଣ ସମୟରେ ଗ୍ରାହକ ମାନଙ୍କ ମୋବାଇଲକୁ OTP ଯିବ । ଆଉ ATM ରେ OTP ଦେବା ପରେ ହିଁ ଟଙ୍କା ଉଠାଣ ହୋଇ ପାରିବ । କେବଳ ୧୦,୦୦୦ ରୁ ଅଧିକ ଟଙ୍କା ଉଠାଇବା ପାଇଁ OTP ନିୟମ ଲାଗୁ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଡିସେମ୍ବର ପହିଲା ବା ଆଜିଠାରୁ ଲାଗୁ ହେବାକୁ ଥିବା ସମସ୍ତ ନିୟମକୁ ଆପଣ ଭଲ କରି ଜାଣିବା ନିହାତି ଦରକାର, ନଚେତ ଆପଣ ଅସୁବିଧାରେ ପଡି ପାରନ୍ତି ।

ଦେଶର ଛୋଟ ବଡ ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *