ଦେଶର ସମସ୍ତ ଝିଅଙ୍କ ପାଇଁ ଉଦାହରଣ ସାଜିଲେ ରାଷ୍ଟ୍ରପତିଙ୍କ ଝିଅ, କରିଲେ ଏମିତି କାମ ଶୁଣି ଆପଣ ବି କରିବେ ପ୍ରଶଂସା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ହେଲେ ଆପଣ ମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନ ଶୈଳୀ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବାକୁ ଯାଉଛୁ ଯାହାକି ଆମ ମାନଙ୍କ ଭଳି ସାଧାରଣ ମଣିଷଙ୍କ ପାଇଁ ନିହାତି ଆବଶ୍ୟକ ।

ଦେଶର ପ୍ରଥମ ବ୍ୟକ୍ତିଙ୍କ ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ହୁଏତ କେହି ଜାଣି ଥିବେ । ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିନ୍ଦ ଯେତେବେଳେ ଦେଶର ରାଷ୍ଟ୍ରପତି ହେଲେ ସେ ରାଷ୍ଟ୍ରପତି ପଦବୀ ପାଇଲେ ସତ କିନ୍ତୁ ଆଜି ମଧ୍ୟ ତାଙ୍କ ପରିବାର ଗୋଟେ ସାଧାରଣ ଜୀବନ ଯାପନ କରୁଛନ୍ତି । ଏହି କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ କି ତାଙ୍କ ପରିବାରର ମୁଖିଆ ହେଉଛନ୍ତି ଦେଶର ରାଷ୍ଟ୍ରପତି । ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପାଙ୍କ ଟଙ୍କାରେ ଅଏସ ଆରାମ ନକରି ନିଜେ ଗୋଟେ ପରିଚୟ କରି ପାରିଛନ୍ତି । ତାଙ୍କ ଝିଅ ବାପା ରାଷ୍ଟ୍ରପତି ହେବା ପରେ ମଧ୍ୟ ଯେଉଁ କାର୍ଯ୍ୟ କରୁଥିଲେ ତାକୁ କେବେବି ଛାଡି ନଥିଲେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ତାଙ୍କର ପେସା ସମ୍ପର୍କରେ ।

ରାମନାଥ କୋବିନ୍ଦଙ୍କ ପୁଅ ଗୋଟେ ପ୍ରାଇଭେଟ ଏୟାରଲାଇନ୍ସ କମ୍ପାନୀରେ କାମ କରୁଥିଲେ କୋବିନ୍ଦଙ୍କ ବୋହୁ ଜଣେ ଶିକ୍ଷୟତ୍ରୀ । କୋବିନ୍ଦ ନିଜ ଜୀବନରେ ଅନେକ ଦୁଃଖ କଷ୍ଟ ପାଇଛନ୍ତି । ଆଉ ସେଥିପାଇଁ ସେ ଦେଶରେ ଏକ ପ୍ରତିଷ୍ଠିତ ପଦବୀରେ ଅଛନ୍ତି । କୋବିନ୍ଦ ତାଙ୍କ ପରିବାରକୁ ସର୍ବଦା ଆତ୍ମ ନିର୍ଭର ହୋଇ ବଞ୍ଚିବା ପାଇଁ ଶିଖାଇ ଛନ୍ତି । ସେହି କାରଣ ପାଇଁ ତାଙ୍କ ପୁଅ ଓ ଝିଅ ବାପାଙ୍କ ନାଁର ନୁହେଁ ନିଜର ଏକ ପରିଚୟ ସୃଷ୍ଠୀ କରି ପାରିଛନ୍ତି ।

ରାମନାଥ କୋବିନ୍ଦଙ୍କ ଝିଅ ଭାରତର ସମସ୍ତ ସାଧାରଣ ଝିଅଙ୍କ ଭଳି ନିଜେ ଏକ ପରିଚୟ କରିପାରି ଥିଲେ । ସେ ତାଙ୍କର ସମସ୍ତ କାର୍ଯ୍ୟ ବାପାଙ୍କ ନାଁ ନନେଇ ନିଜେ କରିଥାନ୍ତି । କୋବିନ୍ଦଙ୍କ ଝିଅ ସ୍ଵାତି ଏୟାରଲାଇନ୍ସରେ ଏୟାରହୋଷ୍ଟେଜ ଥିଲେ । ତାଙ୍କ ଜୀବନରେ ଏକ ଘଟଣା ଘଟିଥିଲା ଯେତେବେଳେ ତାଙ୍କ ବାପା ରାଷ୍ଟ୍ରପତି ପଦବୀରେ ନିଯୁକ୍ତ ହେଲେ ସେହି ସମୟରେ ବାପାଙ୍କ ସମ୍ମାନ ସମାହୋରରେ ଯୋଗ ଦେବା ପାଇଁ ତାଙ୍କ ଝିଅକୁ ଛୁଟି ନେଇ ନଥିଲେ ।

ତା ପରେ ସ୍ଵାତି ଛୁଟି ନେଇ ପିତାଙ୍କ ସମାରୋହରେ ଯୋଗ ଦେଇଥିଲେ । ନିଜ ପିତାଙ୍କ ସଫଳତା ବିଷୟରେ ସେ କାହାକୁ ବି ପ୍ରକାଶ କରି ନଥିଲେ । ଏ ସମ୍ପର୍କରେ ଯେତେବେଳେ ସମସ୍ତେ ଜାଣିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ତାଙ୍କର ସୁରକ୍ଷା ଦ୍ରୁଷ୍ଟିରୁ ତାଙ୍କୁ ଅନ୍ୟ ଏକ ଚାକିରିରେ ନିଯୁକ୍ତି ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *