‘ଦେଶର ନାଁ ବଦଳାଇ ଦିଅନ୍ତୁ ମୋଦି ଜୀ…’ PM Modi ଙ୍କୁ ଏମିତି କାହିଁକି ନିବେଦନ କଲେ କ୍ରିକେଟର କ୍ରିକେଟର Mohammed Shami ଙ୍କ ସ୍ତ୍ରୀ Hasin Jahan, ଦେଖନ୍ତୁ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦେଶର ନାଁ କରିଦିଅନ୍ତି ପରିବର୍ତ୍ତନ ମୋଦି ଜୀଙ୍କୁ ନିବେଦନ କଲେ କ୍ରିକେଟରଙ୍କ ସ୍ତ୍ରୀ ।


ସୋସିଆଲ ମିଡିଆରେ କଲେ ଏହି ନିବେଦନ । ଦେଶର ନାଁ ବଦଳାଇ ରଖି ଦିଅନ୍ତୁ ଏହି ନାଁ । ଭାରତର ଦ୍ରୁତ କ୍ରିକେଟର ମହମ୍ମଦ ସାମୀଙ୍କ ସ୍ତ୍ରୀ ହସିନ ଜାହଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ସାମୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ । ଆଉ ସେବେଠାରୁ ସେ ନିରନ୍ତର ବିବାଦରେ ରହି ଆସୁଛନ୍ତି ।

ବର୍ତ୍ତମାନ ସେ ଦେଶର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରୁଛନ୍ତି । ଇନ୍ସ୍ଟାଗ୍ରାମ ପୋଷ୍ଟ ଜରିଆରେ ହସିନ ଜାହଁ ମୋଦିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହଙ୍କୁ ଏ ବିଶେଷ ନିବେଦନ କରିଛନ୍ତି । ଇନ୍ସ୍ଟାଗ୍ରାମରେ ନିଜର ଭିଡିଓ ସେୟାର କରି ହସିନ ଜାହଁ ଲେଖିଛନ୍ତି, ଆମ ଦେଶ ଆମର ସମ୍ମାନ ମୁଁ ଭାରତକୁ ଭଲ ପାଏ । ମାନ୍ୟବର ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଭାରତର ନାମ ପରିବର୍ତ୍ତନ କରିବାକୁ ମୁଁ ଅନୁରୋଧ କରୁଛି ।

ଯାହାଫଳରେ ସମଗ୍ର ବିଶ୍ଵ ଆମ ଦେଶକୁ ଇଣ୍ଡିଆ ନୁହେଁ ଭାରତ ନୁହେଁ ହିନ୍ଦୁସ୍ତାନ ବୋଲି କହିବ । ହସିନ ଜାହଁ ଓ ମହମ୍ମଦ ସାମୀ 2014 ମସିହାରେ ବିବାହ କରିଥିଲେ । 2018 ମସିହାରେ ହସିନ ସାମୀଙ୍କ ବିରୋଧରେ ଘରୋଇ ହିଂସା ଓ ମ୍ୟାଚ ଫିକସିଙ୍ଗ ଭଳି ଅନେକ ଗୁରୁତ୍ଵର ଅଭିଯୋଗ ଆଣିଥିଲେ । ତେବେ ବିସିସିଆଇ ଏହି ଘଟଣାରେ ସାମୀଙ୍କୁ ନିର୍ଦୋଷ କହି ଦଳରେ ସ୍ଥାନ ଦେଇଥିଲା ।

ତେବେ ସେବେ ଠାରୁ ସାମୀ ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ହେଲେ ହସିନ କୌଣସି ନା କୌଣସି ବିବାଦ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଆଉ ଏବେ ସେ ଦେଶର ନାମ ପରିବର୍ତ୍ତନ କରିବା ଘଟଣାରେ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *