BSF କ୍ୟାମ୍ପରେ କମେଡ଼ି କିଙ୍ଗ Papu PomPom ଙ୍କ ଅଧା ମିଶା ହିନ୍ଦୀ…ଶୁଣି ଠୋ-ଠୋ ହେଇ ହସିଲେ ଯବାନ…ଦେଖନ୍ତୁ Video

ବନ୍ଧୁଗଣ କୋରାପୁଟ ହେଉଛି ଏହି ଓଡ଼ିଶା ରାଜ୍ୟ ର ମାଟି । ଏହି ମାଟିରେ ପାଦ ଦେଲେ ମନେ ପଡ଼େ ଶହୀଦ ଲକ୍ଷ୍ମଣ ନାୟକ ଙ୍କ କଥା । କେବଳ ଲକ୍ଷ୍ମଣ ନାୟକ ନୁହେଁ ଅନେକ ବୀର ପୁତ୍ର କୁ ଜନ୍ମ ଦେଇଛି ଏହି ମାଟି । ଅନେକ ପ୍ରତିଭା ବାହାରିଛନ୍ତି ଏବଂ ଅନେକ କବି ଙ୍କୁ ଆନମନା କରିଛି ଏହି ମାଟି । ତେବେ ଅଗଷ୍ଟ ୧୫ ତାରିଖରେ ଦେଶ ପାଳିଥିଲା ଅମୃତ ମହୋତ୍ସବ । ଦେଶର ୭୫ ବର୍ଷ ର ପୂର୍ତ୍ତି ଏବଂ ପରାଧୀନତା କବଳ ରୁ ମିଳିଛି ସ୍ବାଧୀନତା ।

ଏହି ସ୍ବାଧୀନତା ଦେଇଛି ଆମକୁ ମୌଳିକ ଅଧିକାର ଏବଂ ଏହି ସ୍ଵାଧୀନତା ମିଳିଛି ଗୋଟିଏ ଡର ଭିତରୁ । ଯେଉଁ ଡର ବର୍ଷ ବର୍ଷ ଧରି ଏହି ମାଟି ର ମଣିଷ ସାମ୍ନା କରୁଥିଲେ । ଆଜି ସେହି ଡର ଲିଭି ଯାଇଛି ଏବଂ ମନରେ ସେହି ସାହସ ଆସି ଯାଇଛି । ଏହା କେବଳ ସମ୍ଭବ ବିଏସଏଫ ଯବାନ ଙ୍କ ପାଇଁ । ଆମେ ଯଦି ଆଜି ସୁରକ୍ଷିତ ଅଛୁ କେବଳ ସେମାନଙ୍କ ପାଇଁ । ସେମାନେ ନିଜ ଜୀବନ କୁ ବାଜି ଲଗାଇ ଦେଶବାସୀ ଙ୍କୁ ରକ୍ଷା କରନ୍ତି ।

ତାଙ୍କର ବି ପରିବାର ଅଛି କିନ୍ତୁ ଆମେ ଯଦି ଆମ ପରିବାର ସହିତ ହସଖୁସିରେ ଅଛୁ କେବଳ ସେହି ମାନଙ୍କ ପାଇଁ । ତେବେ କୋରାପୁଟ ରେ ଅନୁଷ୍ଠିତ ହୋଇଥିଲା ବିଏସଏଫ କ୍ୟାମ୍ପ ।
ଏହି କ୍ୟାମ୍ପ ରେ ହୋଇଥିଲା ଧୂମ ମଜାମସ୍ତି ଏବଂ କିଛି ନାଚ ଗୀତ । ଯେଉଁଥିରେ ଯୋଗ ଦେଇଥିଲେ ଓଲିଉଡ ଇଣ୍ଡଷ୍ଟ୍ରୀ ର ହାସ୍ୟ ଅଭିନେତା ପପୁ ପମ୍ପମ୍ । ତେବେ ପପୁ ଏହି କ୍ୟାମ୍ପ ରେ ନିଜର ଅଧା ଖଣ୍ଡିଆ ହିନ୍ଦୀ କହିଥିଲେ ଏବଂ ଏହା ସୂଚନା ଦେଇଥିଲେ ଯେ, ସେ କେବେବି ହିନ୍ଦୀ ରେ କଥାବାର୍ତ୍ତା ହୁଅନ୍ତି ନାହିଁ ।

କିନ୍ତୁ ଯେହେତୁ କ୍ୟାମ୍ପ ରେ ସମସ୍ତେ ହିନ୍ଦୀ ବୁଝନ୍ତି ତେଣୁ ସେ ହିନ୍ଦୀ ରେ କହିବେ ଏବଂ ଯଦି କିଛି ଭୁଲ ହୁଏ ତେବେ ହସି ଦେଲେ ତାହା କମେଡ଼ି ମାଧ୍ୟମରେ ପଳାଇବ । ସେଠାରେ ସେ ନିଜର ଏକ ଓଡ଼ିଆ ଗୀତ ଗାଇଥିଲେ ଏବଂ ଯବାନ ଙ୍କୁ ମନୋରଞ୍ଜିତ କରାଇବା ନିମନ୍ତେ ଚେଷ୍ଟା କରିଥିଲେ । ଏହା ସହିତ ସେ ଆମ ଦେଶ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ ଯାହା ଥିଲା, ‘ଦିଲ ଦିୟା ହେ ଯାନ ଭି ଦେଙ୍ଗେ’ ।

ଏହାପରେ ଯେ କ୍ୟାମ୍ପ ରେ ଥିବା ଯବାନ ଙ୍କୁ ମଧ୍ୟ ନିଜର କିଛି ସ୍କିଲ ଦେଖାଇବାକୁ ଅନୁରୋଧ କରିଥିଲେ ଏବଂ ଯବାନ ମାନେ ମଧ୍ୟ ନିଜ ଭିତରେ ଥିବା ନିହିତ ଟ୍ୟାଲେଣ୍ଟ କୁ ପ୍ରଦର୍ଶିତ କରିଥିଲେ । ତେବେ ଏହିଭଳି ଭାବରେ ବିଏସଏଫ କ୍ୟାମ୍ପ ରେ ଯବାନ ଙ୍କ ସହିତ ସ୍ଵତନ୍ତ୍ରତା ର ଅମୃତ ମହୋତ୍ସବ କୁ ପାଳନ କରାଯାଇଥିଲା । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *